ଜଗା ପାଇଁ ଅର୍ଚ୍ଚନାଙ୍କ ପାଦ ଖୁସିରେ ମାଟିରେ ଲାଗୁନି…. ଗିରଫ ହେଲେ ଜାଗା

ଅର୍ଚ୍ଚନା ଆଜି ଜେଲ ଭିତରେ ବହୁତ ଖୁସି। ଅର୍ଚ୍ଚନାଙ୍କ ଖୁସିର ସୀମା ନାହିଁ। ଅର୍ଚନାଙ୍କ ଖୁସି ଆଜି ମାପି ହେବ ନାହିଁ। କାରଣ ତାଙ୍କ ପାଖକୁ ଆଜି ତାଙ୍କ ଜଗା ଯାଇଛନ୍ତି। ସେଥିପାଇଁ ଆଜି ସକାଳୁ କୁଆଡେ ଅର୍ଚ୍ଚନା ମୁରୁକି ମୁରୁକି ମନେ ମନେ ଖୁବ ହସୁଥିଲେ। ହସିବେନି ବା କିପରି ଦୁହେଁ ମିଶି ଯେତେବେଳେ ଏତେ ବଡ଼ ସାମ୍ରାଜ୍ୟ ବିସ୍ତାର କରିଥିଲେ |

ଆଉ ଦୁହେଁ ମିଶି ଯେତେବେଳେ ଅନେକ ଲୋକଙ୍କୁ ସାଥି ହୋଇ ଲୁଟିଥିଲେ ଯାହା କରୁଥିଲେ ଦୁହେଁ ମିଶି କରୁଥିଲେ ଆଉ ଅର୍ଚ୍ଚନା ଯେତେବେଳେ ଜଗାଙ୍କ ବିନା ଏକା ଏକା ଜେଲରେ ଥିଲେ ସେ ଜଗାଙ୍କୁ ଝୁରି ଝୁରି ଖୁବ ମନ ଦୁଖ କରୁଥିଲେ। ହେଲେ ଏବେ ଆଉ ଅର୍ଚ୍ଚନା ମନ ଦୁଖ କରିବେ ନାହିଁ କାରଣ ଏବେ ଜଗା କୁଆଡେ ଅର୍ଚ୍ଚନାଙ୍କ ପାଖକୁ ଯାଇଛନ୍ତି। ନିଜ ସାଥୀକୁ ନିଜ ପାଖରେ ଦେଖି ଅର୍ଚ୍ଚନା ଏବେ ଖୁସିରେ ଆତ୍ମହରା ହୋଇଯିବେ ବୋଲି ଲୋକେ କହୁଛନ୍ତି।

ଯେତେବେଳେ ଅର୍ଚ୍ଚନା ଆଉ ଜଗବନ୍ଧୁ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ। ଦୁହେଁ ଦୁହିଁଙ୍କ ହାତ ଧରିଥିଲେ ସେତେବେଳେ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ଜୀବନର ସବୁ ରାସ୍ତା ସାଥି ହୋଇ ଅତିକ୍ରମ କରିବେ ବୋଲି। ଜୀବନର ସବୁ ମୋଡ଼ରେ ସାଥି ହୋଇ ଚାଲିବେ ବୋଲି। ଆଉ ଏ ଜୀବନର ଅଙ୍କା ବଙ୍କା ରାସ୍ତାରେ ସାଥି ହୋଇ ପାଦରେ ପାଦ ମିଶାଇ ଆଗକୁ ଯିବେ ବୋଲି। ଏବେ ଅର୍ଚ୍ଚନା ଭାରି ଖୁସି ଅଛନ୍ତି କୁଆଡେ ଏଇଥି ପାଇଁ କି ତାଙ୍କ ଜଗା ବିବାହ ବେଳେ ସାତ କଳସୀ ଆଠ ଦୀପକୁ ସାକ୍ଷୀ ରଖି ଦେଇଥିବା କଥା ରଖିଛନ୍ତି ବୋଲି। ଦୁଇ ସପ୍ତାହ ଅର୍ଚ୍ଚନା ଏକା ଏକା ଜେଲରେ ବିତାଇ ଦେଇଥିବା ବେଳେ ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କୁ ଏହା 14 ବର୍ଷ ପରି ମନେ ହୋଇଥିବ।

ହେଲେ ବନ୍ଧୁଗଣ ଜଗା ଯେ ଅର୍ଚ୍ଚନାଙ୍କୁ ଦେଖା କରିବାକୁ ଜେଲକୁ ଯାଇଛନ୍ତି ତାହା ନୁହେଁ। ଜଗା ମାନେ ଅର୍ଚ୍ଚନାଙ୍କ ସ୍ୱାମୀଙ୍କୁ ଆଜି ସକାଳୁ ପୋଲିସ ଉଠାଇ ନେଇଛି। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାମରେ ପୋଲିସ ଠୋସ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ତାଙ୍କ ସତ୍ୟ ବିହାର ସ୍ଥିତ ଘରୁ ଉଠାଇ ନେଇଥିବା ସୂଚନା ମିଳିଛି। ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ଲୋକେ ପ୍ରଶ୍ନ କରୁଥିଲେ କାହିଁକି ଜଗବନ୍ଧୁଙ୍କୁ ଗିରଫ କରୁ ନାହିଁ କମିଶନରରେଟ ପୋଲିସ।

ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଜଗବନ୍ଧୁଙ୍କ ନାମରେ ପୋଲିସକୁ ଅନେଇ ପ୍ରମାଣ ମିଳିଛି ଆଉ ଯେଉଁଥି ପାଇଁ ପୋଲିସ ଜଗବନ୍ଧୁଙ୍କୁ ଉଠାଇ ନେଇଛି। ପୂର୍ବରୁ ଯଦିଓ ପୋଲିସ ଜଗବନ୍ଧୁଙ୍କୁ ଡାକି ପଚରା ଉଚୁରା କରିଥିଲା ହେଲେ ଜଗବନ୍ଧୁଙ୍କ ସ୍ୱାସ୍ଥ୍ୟ ସମସ୍ୟା ଥିବା କାରଣରୁ ଜଗବନ୍ଧୁଙ୍କୁ ପୋଲିସ ଛାଡି ଦେଇଥିବା ଶୁଣିବାକୁ ମିଳିଥିଲା।

ହେଲେ ବର୍ତ୍ତମାନ ଶୁଣିବାକୁ ମିଳୁଛି କି ଅର୍ଚ୍ଚନା ଯେତିକି ଲୋକଙ୍କୁ ଲୁଟୁଥିଲେ ଜଗବନ୍ଧୁ ମଧ୍ୟ ସେତିକି ଲୋକଙ୍କୁ ଲୁଟୁଥିଲେ ଆଉ ସବୁଠୁ ବଡ଼ କଥା ହେଉଛି କି ଜଗବନ୍ଧୁ ମାନେ ଜଗାଙ୍କର ଥିଲା ବାହାର ଲିଙ୍କ। ବାହାର ଯୁବତୀ ମାନଙ୍କ ସହ ଜଗବନ୍ଧୁ କୁଆଡେ କଣ୍ଟାକ୍ଟ ରେ ଥିଲେ। ଆଉ ଜଗବନ୍ଧୁ ସେମାନଙ୍କ ସହ ମିଶି ଅନଲାଇନ ଠକେଇ କରୁଥିଲେ।

ଏପରି ଅନେକ କିଛି ଘଟଣା ସାମ୍ନାକୁ ଆସିବାକୁ ଲାଗିଥିବା ବେଳେ ଏହି ଘଟଣା ଉପରେ ରହିଛି ସାରା ଓଡିଶା ବାସୀଙ୍କ ନଜର। ହେଲେ ସେ ଯାହା ବି କିଛି ହେଉ କିନ୍ତୁ ସାଧାରଣ ଜନତା ଏବେ କହୁଛନ୍ତି କି ଅର୍ଚ୍ଚନା ଜଗାଙ୍କୁ ପାଇ ବେଶ ଖୁସି ହେଉଥିବେ। ଆଉ ଖୁସି ହେଉଥିବେ ତାଙ୍କ ସ୍ୱାମୀ ଶେଷରେ ତାଙ୍କ ପାଖକୁ ଆସିଲେ ବୋଲି। ଆଉ ଅର୍ଚ୍ଚନାଙ୍କ ପାଦ ଏବେ ମାଟିରେ ନ ଲାଗି ଆକାଶରେ ଉଡି ବୁଲୁଥିବ। ତେବେ ଦେଖିବାକୁ ବାକି ରହିଲା ଜଗାଙ୍କୁ ପୋଲିସ ଉଠାଇ ନେବା ପରେ ଆଉ କେଉଁ କେଉଁ ଘଟଣା ସାମ୍ନାକୁ ଆସୁଛି।

Leave a Reply

Your email address will not be published. Required fields are marked *