ଜଗବନ୍ଧୁଙ୍କୁ ଦେଖିବା ପରେ ଅର୍ଚ୍ଚନାଙ୍କ କାନ୍ଦରେ କମ୍ପିଲା ଜେଲ।

ଆଖିରେ ଆଖି ମିଶେଇ ଦୁହେଁ ଆଜି ପାଖା ପାଖି ଛିଡା ହୋଇ କଥା ହେଉଥିଲେ। ହେଲେ କିନ୍ତୁ ବାଧକ ସାଜିଥିଲା କାଚର ପାଚେରୀ। ଦୁହେଁ ଦୁହିଁଙ୍କୁ ସ୍ପର୍ଶ କରିନଥିଲେ କେବଳ ପାଚେରୀ ଏପଟୁ ଅର୍ଚ୍ଚନା ଜଗବନ୍ଧୁଙ୍କୁ ଦେଖିଥିଲେ ଆଉ ଜଗବନ୍ଧୁ ଅର୍ଚ୍ଚନାଙ୍କୁ ଦେଖିଥିଲେ। ଦୁହେଁ ମନ ଖୋଲି କଥା ହେଇଥିଲେ। ବର୍ତ୍ତମାନ ବେଶ ଚର୍ଚ୍ଚାରେ ଥିବା ଜଗବନ୍ଧୁ ଓ ଅର୍ଚ୍ଚନା ଆଜି ରବିବାର ଥିବାରୁ ଜେଲ ଭିତରେ ଉଭୟ ଉଭୟଙ୍କ ସହ ଭେଟିଛନ୍ତି।

ଆଉ ଜେଲ ପରିସରରେ ଥିବା କାର୍ଯ୍ୟାଳୟରେ କଥା ମଧ୍ୟ ହୋଇଛନ୍ତି। ଅର୍ଚ୍ଚନା ଆଉ ଜଗବନ୍ଧୁ ୧୧:୦୫ ରୁ କଥା ଆରମ୍ଭ କରିଥିବା ବେଳେ ୧୧:୨୦ ପର୍ଯ୍ୟନ୍ତ କଥା ହୋଇଥିଲେ। ଜଗବନ୍ଧୁଙ୍କୁ ଦେଖି ଭୋ ଭୋ ହେଇ କାନ୍ଦି ଉଠିଥିଲେ ଅର୍ଚ୍ଚନା। ଆଉ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସ୍ୱାମୀ ସ୍ତ୍ରୀ ଦୁହେଁ ଦୁହିଁଙ୍କୁ ଦେଖି ଭାବ ବିହ୍ଵଳ ହୋଇ ପଡ଼ିଥିଲେ। ଅର୍ଚ୍ଚନା ଜଗବନ୍ଧୁଙ୍କୁ କୁଣ୍ଡାଇ କାନ୍ଦି ମନ ହାଲକା କରିବାକୁ ଚାହୁଁଥିଲେ ମାତ୍ର ଜେଲର ନିୟମ ଅନୁଯାୟୀ ଉଭୟଙ୍କ ମଧ୍ୟରେ ପାଚେରୀ ଉଠିଥିଲା।

ତେବେ ପ୍ରଥମେ ଅର୍ଚ୍ଚନା ଜଗବନ୍ଧୁଙ୍କୁ ପ୍ରଥମେ ପ୍ରଶ୍ନ କରିଥିଲେ କି ସ୍ୱାସ୍ଥ୍ୟ କିପରି ଅଛି ଜଗବନ୍ଧୁ ଯେତେବେଳେ କହିଥିଲେ କି ମୁଁ ଠିକ ଅଛି ତା ପରେ ଅର୍ଚ୍ଚନା ପଚାରିଥିଲେ କି ପୁଅ କେମିତି ଅଛି। ଓ ପୁଅ କାହା ପାଖେ ଅଛି। ଏହା ପରେ ଜଗବନ୍ଧୁ ଅର୍ଚନାଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ। ଏହା ପରେ ଜଗବନ୍ଧୁ ଅର୍ଚ୍ଚନା ଙ୍କୁ ଜଣାଇ ଥିଲେ କି ପୋଲିସ ଘରୁ ତାଙ୍କ ଡାଏରି ଓ ଲ୍ୟାପଟପ ଆଉ ମୋବାଇଲ ନେଇଯାଇଛି। ସୂଚନା ଅନୁଯାୟୀ ଯେତେବେଳେ ଜଗବନ୍ଧୁ ଆଉ ଅର୍ଚ୍ଚନା କଥା ହେଉଥିଲେ ସେତେବେଳେ ସେମାନଙ୍କ ପାଖରେ ଉପସ୍ଥିତ ଥିଲେ ମହିଳା କର୍ମଚାରୀ ଓ ଜେଲ ଅଧିକ୍ଷକ ଉପସ୍ଥିତ ଥିଲେ।

ତେବେ ଅର୍ଚ୍ଚନା କିନ୍ତୁ ସେପଟେ ଟିକେ ଆସ୍ବସ୍ତି ଅନୁଭବ କରିଛନ୍ତି କାରଣ ଜଗବନ୍ଧୁ ଆଉ ଅର୍ଚ୍ଚନା ଏଣିକି ଜେଲର ମାନୁଆଲ ଅନୁଯାୟୀ ଏଣିକି ଜଗବନ୍ଧୁ ଆଉ ଅର୍ଚ୍ଚନା ସପ୍ତାହରେ ଥରେ ଉଭୟ ଉଭୟଙ୍କ ସହିତ କଥା ବାର୍ତା କରିପାରିବେ। ଅର୍ଚ୍ଚନା ଜଗବନ୍ଧୁଙ୍କ ବିନା ଅନେକ ଦିନ ଯେଉଁ ଏକା ଏକା ରହି ଏତେ କଷ୍ଟ ସହିଥିଲେ। ଏଣିକି ଆଉ ଜଗବନ୍ଧୁଙ୍କ ଅନୁପସ୍ଥିତ ଆଉ ଅର୍ଚ୍ଚନାଙ୍କୁ କଷ୍ଟ ଦେବ ନାହିଁ।

ଡିଆଇଜି ଙ୍କ କହିବା ଅନୁଯାୟୀ ଜେଲ ଭିତରେ ସ୍ୱାମୀ ସ୍ତ୍ରୀ କିମ୍ବା ସମ୍ପର୍କୀୟ ଯଦି ରହିଥାନ୍ତି ତେବେ ସେମାନେ ପ୍ରକୃତରେ ସମ୍ପର୍କୀୟ କି ନାହିଁ ତାହା ଯାଞ୍ଚ କରିବା ପରେ ଜେଲ କର୍ତ୍ତୃପକ୍ଷ ସେମାନଙ୍କୁ କଥା ବାର୍ତା କରିବା ପାଇଁ ଅନୁମୋଦନ କରିପାରିବେ। ତେବେ ଜେଲ ମାନୁଆଲ ଅନୁଯାୟୀ ଏଣିକି ଅର୍ଚ୍ଚନା ଆଉ ଜଗବନ୍ଧୁ ପ୍ରତି ରବିବାର ଦିନ ଦୁହେଁ କଥା ହୋଇ ପାରିବେ ତାହା ମାତ୍ର ୧୫ ମିନିଟ ପାଇଁ।

ଆଉ ଦିଆଇଜି ସୂଚନା ଦେଇଥିଲେ କି ଆଜି ଜଗବନ୍ଧୁ ଆଉ ଅର୍ଚ୍ଚନା ଦୁହିଁଙ୍କର ମିଳନ ହେବାର ଥିଲା। ଟିକେ ଭଲ ଭାବେ ଚିନ୍ତା କରନ୍ତୁ ଅର୍ଚ୍ଚନା ଯେହେତୁ ଜଗବନ୍ଧୁଙ୍କୁ ଖୁବ ଭଲ ପାଆନ୍ତି ତେଣୁ ଅର୍ଚ୍ଚନା ଅନେକ ଦିନ ପରେ ଯେତେବେଳେ ଜଗବନ୍ଧୁଙ୍କୁ ଅତି ନିକଟରୁ ଦେଖି ତାଙ୍କୁ ସ୍ପର୍ଶ କରି ପାରୁନଥିଲେ ସେତେବେଳେ ଅର୍ଚ୍ଚନାଙ୍କ ମନ କିପରି ଆନ୍ଦୋଳିତ ହେଉଥିବ।

ଆଉ ଦୁହେଁ ଦୁହିଁଙ୍କୁ ଦେଖି ଭାବ ବିହ୍ୱଳ ହେବା ମଧ୍ୟ ସ୍ବଭାବିକ କଥା। ସେପଟେ ଏବେ କେବଳ ଦୁହେଁ ଅନୁତାପ କରୁଥିବେ। ଦୁହେଁ ମିଶି ପ୍ରତିଶୋଧ ନେବା ପାଇଁ ଯେଉଁ ଯୋଜନା ୨୦୦୮ ମସିହାରୁ ଆରମ୍ଭ କରିଥିଲେ। ନିଜର ଲକ୍ଷ ସିନା ପୂରଣ କରିଦେଲେ ହେଲେ ନିଜେ ମଧ୍ୟ ସେହି ପ୍ରତିଶୋଧ ଜାଲରେ ଶେଷରେ ଫସିଗଲେ। ଆଉ ଏବେ ରାଜ ଉଆସ ଭଳି ଘର ଛାଡ଼ି ଦୁହେଁ ଜେଲ ଭିତରେ ରାତି ପରେ ରାତି କାଟୁଛନ୍ତି। ବିରିୟାନି ବଦଳରେ ଜେଲ ଖାଦ୍ୟ ଖାଉଛନ୍ତି।

ରୁପା ଗ୍ଲାସରେ ପାଣି ପିଇବା ପରିବର୍ତ୍ତେ ଜେଲ ରେ ଥିବା ଗ୍ଲାସରେ ପାଣି ପିଉଛନ୍ତି। ଆଉ ଏବେ ଦୁହେଁ ମିଶି ଅନୁତାପ କରୁଛନ୍ତି। ଆଉ ଦୁହେଁ ଭାବୁଛନ୍ତି କେବେ ସେମାନେ ଜେଲ ଚାରି କାନ୍ଥ ଭିତରୁ ବାହାରକୁ ଆସିବେ। ଆଉ କେବେ ସେମାନେ ତାଙ୍କ ଘରକୁ ଫେରି ପୁଣି ଥରେ ଶାନ୍ତିରେ ନିଶ୍ୱାସ ମାରିବେ। ହେଲେ ଅର୍ଚ୍ଚନା ଆଉ ଜଗବନ୍ଧୁ କେବେ ଜେଲ ଭିତରୁ ସାମ୍ନାକୁ ଆସିବେ ତାହା ସମୟ କହିବ।

Leave a Reply

Your email address will not be published. Required fields are marked *