ଅଡ଼ୁଆରେ ବର୍ଷା ପ୍ରିୟଦର୍ଶିନୀ।

ଅଭିନେତ୍ରୀ ବର୍ଷାଙ୍କୁ ଆସିଲା ସମନ। ଜେଲ ଯିବେ କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ପଟିଆଲା କୋର୍ଟରୁ ବର୍ଷାଙ୍କୁ ସମନ ଆସିଛି । ଆଉ ଏବେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବର୍ଷା ଅନୁଭବଙ୍କ ବିବାଦ ଥମିବା ପରିବର୍ତ୍ତେ ଧୀରେ ଧୀରେ କୁହୁଲି କୁହୁଳି ନିଆଁ ଜଳିବାରେ ଲାଗିଛି । ଏଥର କିନ୍ତୁ ଏହି ସମନ ଜାରି କରି ନାହାଁନ୍ତି ଅନୁଭବ ମହାନ୍ତି ଏଥର ବର୍ଷାଙ୍କ ପାଖକୁ ପଟିଆଲା କୋର୍ଟରୁ ଯେଉଁ ସମନ ଆସିଛି ତାହା ଜାରି କରିଛନ୍ତି ଅନୁଭବଙ୍କ ଘରେ କାର୍ଯ୍ୟ କରୁଥିବା ସୁଜିତଙ୍କ ତରଫରୁ ।

ହଁ ବନ୍ଧୁଗଣ ପୁରା ଘଟଣା କଣ କେଉଁ ଅଭିଯୋଗ ହୋଇଥିଲା ବର୍ଷାଙ୍କ ନାମରେ । ବର୍ଷା ଏପରି କଣ କରିଥିଲେ ଯେ ଅନୁଭବଙ୍କ ଘରେ କାର୍ଯ୍ୟ କରୁଥିବା ସୁଜିତ ନାମକ ଏକ ଯୁବକ ବର୍ଷାଙ୍କ ନାମରେ ଅଭିଯୋଗ ଆଣି ପଟିଆଲା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଆଉ ତା ପରେ ଏବେ ବର୍ଷାଙ୍କ ଗେଟରେ ଲାଗିଛି ସମନର ଏକ ବଡ଼ ଲମ୍ବା ଫର୍ଦ୍ଦ । ଆସନ୍ତୁ ଜାଣିବା କଣା ଲେଖା ହୋଇଛି ସେହି ସମନରେ ।

ଓଡ଼ିଆ ସିନେ ଜଗତର ସେ ଥିଲେ କୁଇନ । ହେଲେ ଜେବେଠୁ ସ୍ୱାମୀ ଅନୁଭବ ମହାନ୍ତିଙ୍କ ସହ ମନାନ୍ତର ମତାନ୍ତର ଘଟିଛି । ସେବେ ଠାରୁ ବର୍ଷା ଚର୍ଚ୍ଚାକୁ ଆସିଛନ୍ତି । ଅନେକ ସମୟରେ ବର୍ଷାଙ୍କୁ କୋର୍ଟକୁ ଯିବାକୁ ପଡୁଥିବା ଥାନାକୁ ଯିବାକୁ ପଡୁଥିବା ଦେଖିବାକୁ ମିଳିଛି । ଆଉ ଏବେ ଯେଉଁ ସମନ ଜାରି ହୋଇଛି । ସେହି ସମନରେ ବର୍ଷାଙ୍କୁ ଜାନୁଆରୀ ଚାରି ତାରିଖରେ କୋର୍ଟରେ ହଜାର ହେବାକୁ କୁହାଯାଇଛି ।

ତେବେ ଆହୁରି କୁହାଯାଇଛି କି ଜାତିକୁ ନେଇ କାହାକୁ ଗାଳି କରିବା ଆଇନ ଅନୁଯାୟୀ ଏକ ଦଣ୍ଡନିଅ ଅପରାଧ । ଆଉ ଏହି ଘଟଣାକୁ ନେଇ ବର୍ଷାଙ୍କ ସହିତ ଆୟୁସି ପ୍ରିୟଦର୍ଶିନୀ, ଦୀପା ସାହୁଙ୍କୁ ଜାନୁଆରୀ ଚାରି ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି । ଏହି ସମନ ପଟିଆଲା କୋର୍ଟ ତଦନ୍ତକାରୀ ଅଧିକାରୀଙ୍କ ସହାୟତାରେ ବର୍ଷାଙ୍କୁ ଜାରି କରିଛି । ବର୍ଷା ଘରେ ଅନୁପସ୍ଥିତ ଥିବାରୁ ତଦନ୍ତ କାରୀ ଅଧିକାରୀ ବର୍ଷାଙ୍କ ଗେଟରେ ସମନ ମାରି ଦେଇଥିବା ବେଳେ । ବର୍ଷାଙ୍କୁ ଲାଗିଛି ପଟିଆଲା କୋର୍ଟର ଛାଟ ।

ସେପଟେ ସୂଚନା ଅନୁଯାୟୀ 2019 ମସିହାରେ ବର୍ଷା ଅନୁଭବଙ୍କ ଅଙ୍ଗରକ୍ଷୀ ସୁଜିତ ଦଳାଇଙ୍କୁ ତାଙ୍କ ଜାତିଆଣ ଆକ୍ଷେପ କରି ଗାଳି କରିଥିବା ସୁଜିତ ଅଭିଯୋଗ କରିଥିଲେ । ହେଲେ ଏହାକୁ ନେଇ ସୁଜିତ ଚୁପ ରହିଥିଲେ । କିନ୍ତୁ ଯେତେବେଳେ ଅନୁଭବ ବର୍ଷାଙ୍କ ମଧ୍ୟରେ ବିବାଦ ଲାଗିଥିଲା ସେତେବେଳେ ସୁଜିତ ନିଜ ଉପରେ ଥିବା ସେହି ଅପମାନକୁ ଭୁଲି ପାରିନଥିଲେ । ଯାହା ଫଳରେ ସୁଜିତ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏନେଇ ପୂର୍ବରୁ ମଧ୍ୟ ବର୍ଷାଙ୍କୁ ଥରେ କୋର୍ଟ ସମନ ଜାରି କରିଥିଲେ । ଆଉ ଏବେ ବର୍ଷା ତାଙ୍କ ଘରେ ଅନୁପସ୍ଥିତ ଥିବା ସମୟରେ କୋର୍ଟ ତାଙ୍କ ଘରର ଗେଟ ସାମ୍ନାରେ ଏକ ସମନ ମାରି ଯାଇଛି ।

ସେପଟେ ନିକଟରେ ବର୍ଷା ପ୍ରିୟଦର୍ଶିନୀ ଙ୍କ ଫ୍ୟାନ୍ସ କ୍ଲବରେ ନିକଟରେ ଏକ ପୋଷ୍ଟ ହୋଇଥିଲା କି 2020 ମସିହା ଠାରୁ ଜଣେ ମହିଳାଙ୍କୁ ଯେଉଁ ଭଳି ବିବାଦ ଭିତରକୁ ଟଣା ଯାଉଛି ତାହା ଆଦୌ ଠିକ ନୁହେଁ । ଗୋଟେ ବର୍ଷା ଏତେ ପାରିବାରିକ ବିବାଦ ଭିତରେ ଥାଇ ମଧ୍ୟ ସମାଜ ସେବା କରୁଥିବା ବେଳେ ବର୍ଷାଙ୍କ ନାମରେ ଏଭଳି ଅଭିଯୋଗକୁ ଲୋକେ ସହଜରେ ଗ୍ରହଣ କରି ପାରୁ ନାହାଁନ୍ତି।

ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଜାନୁଆରୀ ଚାରି ତାରିଖ ଉପରେ । ଜାନୁଆରୀ ଚାରି ତାରିଖରେ କଣ ହେବ ତାକୁ ନେଇ ସମସ୍ତେ ଚାହିଁ ରହିଛନ୍ତି। ଧୀରେଧୀରେ ବିବାଦ ବଢ଼ିବାରେ ଲାଗିଥିବା ବେଳେ ଦିନକୁ ଦିନ ବର୍ଷା ଅନୁଭବଙ୍କୁ ନେଇ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ତେବେ ଆଗକୁ କଣ ହେବ ଏହି ଘଟଣାରେ ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *