ଘର ଲିପିବା ପାଇଁ ମାଟି ଆଣିବାକୁ ଗଲେ, ନିଜେ ସେଇ ମାଟିରେ ପୋତି ହେଇଗଲେ।

ନବରଙ୍ଗପୁର ଜିଲ୍ଲା ରାଇଗର ଥା-ନା ଅନ୍ତର୍ଗତ ନକଟିସମୋଡା ଗ୍ରାମ ରେ ଏକ ଅଭା-ବନୀୟ ଘ-ଟଣା ଦେଖିବାକୁ ମିଳିଛି।ନକଟିସମୋଡା ଗାଆଁର ରୁମା ଗଣ୍ଡଙ୍କ ଝିଅ ଉଦିନି ଗଣ୍ଡ ଆଉ କିଛିଦିନ ପରେ ପର୍ବ ଥିବାରୁ ମାଟିଘରକୁ ଲିପି ସୁନ୍ଦର କରିବା ପାଇଁ ସାଙ୍ଗ ପିଲାଙ୍କ ସହ ମାଟି ଆଣିବାକୁ ଜଙ୍ଗଲକୁ ବାହାରିଲେ।

ଉଦିନି ଏବଂ ତାର ଆଉ ୪ ଜଣ ସାଙ୍ଗ ସମସ୍ତେ ସାବାଳିକା ଥିଲେ। ୫ ଜଣ ସାଙ୍ଗ ହେଇ ମାଟି ଆଣିବାକୁ ବାହାରି ଗଲେ। ଜଙ୍ଗଲର ଉପର ପଟେ ମାଟି ନଥିବାରୁ ସେମାନେ ୬-୭ ଫୁଟୁ ତଳକୁ ମାଟି ଆଣିବାକୁ ଗଲେ।କିନ୍ତୁ ଜଙ୍ଗଲରୁ ୪ ଜଣ ଘରକୁ ଫେରିଲେ ଉଦିନି ଆଉ କେବେ ଘରକୁ ଫେରି ନଥିଲେ।

୬-୭ ଫୁଟୁ ତଳୁ ମାଟି ଆଣିଲା ବେଳେ ମାଟି ଅତଡ଼ା ଘଷିବାରୁ ଉଦିନି ମାଟି ତଳେ ଚାପି ହେଇ ଗଲେ। ଗାଆଁ ଲୋକଙ୍କୁ ଡାକିବାକୁ କାହା ପାଖରେ ମୋବାଇଲ ନଥିଲା ସେଥିପାଇଁ ସେମାନେ ଦଉଡ଼ି ଆସି ପାଖ ଗାଆଁ ଲୋକଙ୍କୁ ଡାକିଲା ବେଳକୁ ଉଦିନି ଏ ଦୁନିଆ ଛାଡ଼ି ଚାଲିଯାଇଥିଲେ। ତା’ପରେ ପୋ-ଲିସ୍ ଘ-ଟଣା ସ୍ଥଳରେ ପହଞ୍ଚି ମୃ-ତ ଦେହ ଉ-ଦ୍ଧାର କଲେ ଏବଂ ବାକି ୪ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠେଇଲେ।

Leave a Reply

Your email address will not be published. Required fields are marked *