ଜଙ୍ଗଲକୁ ଡାକି ମଦ ପିଆଇ ବିଧବା ମହିଳାଙ୍କୁ ଦୁ-ଷ୍କ-ର୍ମ ଅଭିଯୋଗ….

ଆଜିକାଲି ମହିଳାଙ୍କୁ ଦୁ-ଷ୍କ-ର୍ମ କରିବାତ ପଛରେ ନାବାଳିକାଙ୍କୁ ଦୁ-ଷ୍କ-ର୍ମ ମାମଲା ଯେଉଁ ଭଳି ଭାବରେ ହେଉଛି । ତାହାକୁ ସମାଲୋଚନା କଲେ ଜାଣି ପାରିବେ ଯେ କିଭଳି ଭାବରେ ଦୁନିଆରେ ମଣିଷ ରୂପୀ ରାକ୍ଷସ ଅଛନ୍ତି । ନିଜର ଶରୀରର ଭୋକ ମେଣ୍ଟାଇବା ପାଇଁ ମଣିଷ ଛୋଟ ଶିଶୁକୁ ମଧ୍ୟ ଛାଡ଼ୁ ନାହିଁ । ପୁଣି ଦୁ-ଷ୍କ-ର୍ମ-ତ ସବୁଠାରୁ ବଡ଼ ଅପ-ରାଧ ଅଟେ । ମନୁଷ୍ୟ ନିଜର ମନ୍ଦ ମାନସିକତା ଦ୍ୱାରା ଏତେ ଅନ୍ଧ ହୋଇ ଯାଇଛି ଯେ ସେ ଏଭଳି କୁତ୍ସିତ କାର୍ଯ୍ୟ କରିବା ଆଗରୁ ଥରୁଟିଏବି ଭାବୁ ନାହିଁ । ଯାହାଦ୍ୱାରା କେତେକେତେ ଜୀବନ ନଷ୍ଟ ହେଉଛି ଏବଂ କେତେ କେତେ ଜୀବନ ଚାଲି ଯାଉଛି ।

ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ବିଧବା ମହିଳାଙ୍କୁ ଜଙ୍ଗଲକୁ ଡାକି ମଦ ପିଆଇଛନ୍ତି କିଛି ରାକ୍ଷସ । ଆଉ ସେତିକିରେ ସନ୍ତୁଷ୍ଟ ହେଲେ ନାହିଁ ଯେ ମହିଳାଙ୍କୁ ଦୁ-ଷ୍କ-ର୍ମ ମଧ୍ୟ କଲେ । ପୁଣି ମହିଳାଙ୍କ ମୁହଁକୁ ଜୋର ଜବରଦସ୍ତ ବନ୍ଦ କରି ମାଡ଼ ମଧ୍ୟ ମାରିଲେ । ତେବେ ଏଭଳି ଏକ ଘଟଣା ଦଶପଲା ଥାନା ଅଧିନସ୍ଥ ଅଞ୍ଚଳରେ ଦେଖିବାକୁ ମିଳିଛି ଯେଉଁଠି ଜଣେ ବିଧବା ମହିଳାଙ୍କୁ ମଦ ପିଆଇ ଦୁ-ଷ୍କ-ର୍ମ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପୀଡ଼ିତାଙ୍କୁ ଦଶପଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ବର୍ତ୍ତମାନ ଅଭିଯୋଗ ଅନୁଯାୟୀ ଦଶପଲା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ ଗତ ଶନିବାର ରାତିରେ ଡିମିରିଗୋଟି ଗ୍ରାମର ଶଶୀ ଭୋଇ ନାମକ ଜଣେ ମହିଳା ରାତିରେ ପୀଡ଼ିତାଙ୍କୁ ଡାକି ମେଡିଗୁମ୍ଫା ନିକଟସ୍ଥ ଜଙ୍ଗଲ ମଧ୍ୟରେ ଥିବା ଏକ ପକ୍କା ଘରେକୁ ନେଇ ଯାଇଥିଲେ । ସେଠାରେ ଉଭୟ ମଦ୍ୟପାନ କରିବା ପରେ ପାଣି ଆଣିବ କହି ଶଶୀ ଭୋଇ ସେହି ସ୍ଥାନରୁ ଚାଲି ଯାଇଥିଲା । ନିଶାଗ୍ରସ୍ତ ବିଧବା ମହିଳା ଜଣକ ସେଠାରେ ପଡ଼ି ରହିଥିଲେ । ପରେ ତାଙ୍କୁ ଦୁ-ଷ୍କ-ର୍ମ କରାଯାଇ ତାଙ୍କୁ ମାଡ଼ ମରା ଯାଇଥିବା ଏବଂ ମୁହଁରେ କପଡ଼ା ବାନ୍ଧି ଦିଆଯାଇଥିବା ପିଡ଼ିତା କହିଛନ୍ତି ।

ମଙ୍ଗଳବାର ଦିନ ସକାଳୁ ଶଶୀ ଭୋଇ ସେଠାରୁ ତାଙ୍କୁ ଏକ ଅଟୋ ଯୋଗେ ଆଣି ଘରେ ଛାଡ଼ିଥିଲେ ଏବଂ ଏହାବ୍ୟତୀତ ତାଙ୍କ ନାମ ଆଉ କାହାକୁ ନକହିବାକୁ ଧମକ ଦେଇଥିବା ମଧ୍ୟ ପିଡ଼ିତା କହିଛନ୍ତି । ଏପଟେ ପୀଡ଼ିତାଙ୍କ ପରିବାର କହିଲେ ସେ ଏକୁଟିଆ । ତେଣୁ ଏଭଳି ଏକ ଘଟଣା ପରେ ସେ ଥାନା ଅଧିକାରୀଙ୍କ ପାଖରେ ନ୍ୟାୟ ପାଇଁ ଦାବି କରିଛନ୍ତି । ଏପଟେ ପୋଲିସ ମଧ୍ୟ ମହିଳାଙ୍କ ବୟାନ ଅନୁଯାୟୀ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଦ୍ଦେଶ୍ୟରେ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *