ସୁଖରେ ରଖିବ ବୋଲି କଲିକତା ନେଇ ଦିନ ରାତି ଶାରୀ-ରିକ ସମ୍ପର୍କ ରଖିଲା, କହିଲା ମୋ ସାଙ୍ଗମାନଙ୍କ ସହ ଶାରୀ-ରିକ ସମ୍ପର୍କ ରଖ

ପ୍ରେମ ଏକ ପବିତ୍ର ବନ୍ଧନ। ଯେତେବେଳେ ପ୍ରେମ ହୁଏ ସେତେବେଳେ ବହୁତ୍ ଖୁସି ଲଗେ। ଲଗେ ଯେମିତି ଏ ଦୁନିଆକୁ ଆସିବାର ଆମର ଉଦ୍ଦେଶ୍ୟ ପୂରଣ ହେଇଗଲା। କୁହାଯାଏ ପ୍ରେମ ଶାଶ୍ଵତ, ପ୍ରେମ ଚିରନ୍ତର, ପ୍ରେମର ଅନ୍ତ ନଥାଏ। କିନ୍ତୁ ଏବେ ପ୍ରେମର ପରିଭାଷା ବଦଳି ଗଲାଣି। ଏବେ ପ୍ରେମ ମାନେ କେବଳ ଶାରିରୀକ ସମ୍ପର୍କ ଏବଂ ପ୍ରତାରଣା। ଆଜିକାଲି ନିଜ ପ୍ରେମକୁ ପାଇବା ପାଇଁ ପ୍ରାୟ ସମସ୍ତେ ପ୍ରେମିକର ଘର ଆଗରେ କିମ୍ଵା ଥାନା ଆଗରେ ବସୁଛନ୍ତି। ବୟସ ନ ହେଇ, ଭଲ ପାଉଥିବା ପିଲା ବିଷୟରେ କିଛି ନ ଜାଣି ପ୍ରଥମେ ଭଲ ପାଉଛନ୍ତି ତାପରେ ଆସି ଥାନା ଆଗରେ ଧାରଣା ଦେଉଛନ୍ତି।

ଆଳୀ ରଜକରିକାର ଜଣେ ଝିଅ ଲହୁଣୀ ଅମୃତପୁରା ପୁର ର ବ୍ରଜକିଶୋର ବେହେରା ନାମକ ଜଣେ ୪୦ ବର୍ଷର ପୁଅକୁ ଭଲ ପାଉଥିଲେ। ଝିଅଙ୍କ ବୟସ ମାତ୍ର ୧୮ ବର୍ଷ। ଘରେ ଫୋନ୍ ନଥିଲା ବୋଲି ଝିଅ ଘର ପାଖ ମାଉସୀ ପାଖରୁ ଫୋନ୍ ଆଣି ବ୍ରଜ ସହ କଥା ହୁଅନ୍ତି। ଏମିତି ବହୁତ୍ ଦିନ ଚଳିଲା ଝିଅ ସବୁଦିନ ପାଖ ଘରୁ ଫୋନ ମାଗି ପ୍ରେମିକ ସହ କଥା ହୁଅନ୍ତି।

କିନ୍ତୁ ଦିନେ ବ୍ରଜ ଝିଅକୁ କହିଲେ ମୁଁ ତତେ ଦେଖା କରିବା ପାଇଁ ତମ ଗାଆଁ ବନ୍ଦ ପକାକୁ ଆସିଛି ତୁ ଆସେ। ତା’ପରେ ବ୍ରଜକୁ ଦେଖା କରିବ ପାଇଁ ଝିଅଟି ସଜବାଜ ହେଇ ଯାଇଥିଲା କିନ୍ତୁ ସେଠି ପହଞ୍ଚିଲା ବେଳକୁ ବ୍ରଜ ରୁମାଲରେ କିଛି ଶୁଘାଇ ଗୋଟେ କାର ରେ ଝିଅକୁ କଲିକତା ନେଇ ଗଲେ। ସେଠି ସେ ଝିଅ ମୁଣ୍ତରେ ଟିକେ ସିନ୍ଦୂର ଦେଇ ତା ସହ ସବୁବେଳେ ଶାରୀରିକ ସମ୍ପର୍କ ରଖିଲେ ଏବଂ ମାନସିକ ନିର୍ଯାତନା ଦେଲେ।

ଯେତେବେଳେ ବ୍ରଜ ତା ସାଙ୍ଗ ମାନଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ କହିଲେ ସେତେବେଳେ ଝିଅ ଡରି ଯାଇ ନିଜ ପିଉସୀ କୁ ସବୁକଥା କହିଲେ ତାପରେ ଝିଅଙ୍କ ପିଉସୀ ଏବଂ ବାପାମାଆ ପୋଲିସ୍ ର ସାହାଯ୍ୟ ନେଇ ଝିଅକୁ ଘରକୁ ଆଣିଲେ। କିନ୍ତୁ ଏବେ ବ୍ରଜ ଝିଅର ଖରାପ୍ ଫୋଟ ଏବଂ ଭିଡିଓ ଭାଇରାଲ କରିବାର ଧମକ ଦେବାରୁ ଝିଅ ଏବଂ ତାଙ୍କ ଘର ଲୋକେ ବ୍ରଜଙ୍କ ନାଁ ରେ ମାମଲା ରୁଜୁ କରିଛନ୍ତି।

Leave a Reply

Your email address will not be published. Required fields are marked *