ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଲେ ସୁର ସାମନ୍ତରାୟ , କହିଲେ ଲୁଙ୍ଗି ପିନ୍ଧି ଗଞ୍ଜି ପିନ୍ଧି ନାଟକ :-

ଜଟଣୀ ର ବିଧାୟକ ସୁର ସାମନ୍ତରାୟ ଙ୍କୁ ବା କିଏ ନଜାଣେ । ସବୁ ଲୋକ ତାଙ୍କୁ ତାଙ୍କର ଖୋଲା ହୃଦୟର ମନ୍ତବ୍ୟ ପାଇଁ ବେଶ ପ୍ରଶଂସା କରନ୍ତି । ଅନେକ ସମୟରେ ଅନେକ ଭିଡ଼ିଓ ରେ ସେ ପ୍ରତିକ୍ରିୟା ଦେଇଥାନ୍ତି । ତାଙ୍କ ସାମ୍ନାରେ ଯିଏ ଯାହାବି କରୁ ସେ ସତ କଥା କହିବାକୁ କେବେବି କୁଣ୍ଠାବୋଧ କରନ୍ତି ନାହିଁ । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିଭଳି କିଛି ଭିଡ଼ିଓ ବିଷୟରେ କହିବୁ ଯାହାର ପ୍ରତିକ୍ରିୟା ରେ ସୁର ସାମନ୍ତରାୟ କହିଛନ୍ତି ଯେ ଲୁଙ୍ଗି ପିନ୍ଧି ଗଞ୍ଜି ପିନ୍ଧି ଭିଡ଼ିଓ ବନାଉଛନ୍ତି ।

ସାଧରଣତଃ ଏହି ଲୁଙ୍ଗି ପିନ୍ଧି ଗଞ୍ଜି ପିନ୍ଧି ଭିଡ଼ିଓ ରାଜନୈତିକ ନେତା ମାନେ କରୁଛନ୍ତି । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେଣୁ ସବୁ ରାଜନେତା ନିଜର ଦୈନନ୍ଦିନ ଜୀବନ ପ୍ରଣାଳୀ ରୁ ଟିକିଏ ଓହରି ଯାଇ ଅନେକ ପ୍ରହୋସନ କରିଥାନ୍ତି ଯାହାଦ୍ୱାରା ସାଧାରଣ ଲୋକେ ଖୁସି ହୋଇ ଭୋଟ ଦେବେ ।

ତେବେ ଆଗରୁ ମଧ୍ୟ ଏହି ପରମ୍ପରା ରହି ଆସିଛି ଯେ ନିର୍ବାଚନ ଆସିଲେ ନେତା ମନ୍ତ୍ରୀ ମାନେ ବର୍ଷ ଯାକ କୌଣସି କାମ କରନ୍ତି ନାହିଁ ବରଂ ନିର୍ବାଚନ ର ମାତ୍ର ଅଳ୍ପ କେତେଦିନ ପୂର୍ବରୁ ସବୁକିଛି ପ୍ରହୋସନ କରିବାକୁ ମନେ ପଡ଼େ । ତେବେ ସୁର ସାମନ୍ତରାୟ ଙ୍କ ଅନୁଯାୟୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଆସୁ ଥିବାରୁ ନାଟକ କରୁଥିବା କହିଛନ୍ତି ସୁର । ତାଙ୍କ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧି ଗଞ୍ଜି ପିନ୍ଧି , ଠାକୁର ଦର୍ଶନ ସମୟରେ , ସାଇକେଲିଙ୍ଗ ସମୟରେ ଭିଡ଼ିଓ ବନାଇ ପୋଷ୍ଟ କରିବାର ଅର୍ଥ କଣ । ତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଏବଂ ସେ ଆକ୍ଟିଭ ଅଛି ବୋଲି ଜନସାଧାରଣଙ୍କୁ ଜଣାଇବାକୁ ଚାହୁଁଛନ୍ତି ।

କଂଗ୍ରେସ ବିଧାୟକ ସୁର ସାମନ୍ତରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱାସ୍ଥ୍ୟ ଭଲ ରହୁ । ଭଗବାନ ତାଙ୍କୁ ଶକ୍ତି ଦିଅନ୍ତୁ । କିନ୍ତୁ ସେ ନାଟକ ଯେପରି ନକରନ୍ତୁ । ଏହିପରି ଭାବରେ ଆକ୍ଷେପ କରି କହଚନ୍ତି ସୁର ସାମନ୍ତରାୟ । ତାଙ୍କ ଅନୁଯାୟୀ ନିର୍ବାଚନ ଆସିଲେ ଏହିଭଳି ଭାବରେ ସବୁ ରାଜନେତା ବୃଥା ନାଟକ କରିଥାନ୍ତି ବୋଲି ସେ କହିଛନ୍ତି । ଯେଉଁ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ମଧ୍ୟ ଲାଗିଛି ।

Leave a Reply

Your email address will not be published. Required fields are marked *