ଯାତ୍ରା ଜଗତରେ ଟୁଙ୍ଗୁରୁ ଭୋଳଙ୍କ ଚର୍ଚ୍ଚା, ଶାୟରି କହି ଲୋକଙ୍କ ମନୋରଞ୍ଜନ କଲେ ଯାତ୍ରା କଳାକାର। ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥାଏ ଯାହାକୁ ଦେଖିଲେ ହସକୁ ରୋକି ହୁଏନାହିଁ। ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ଲାଗିବା ସହ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ। ସୋସିଆଲ ମିଡିଆରେ ଅନେକ ଶାୟରି ଭିଡ଼ିଓ ଭାଇରାଲ ହୋଇଥାଏ। ଲୋକମାନେ ମଧ୍ୟ ଶାୟରି ଭିଡ଼ିଓ ଦେଖିବାକୁ ବହୁତ ପସନ୍ଦ କରନ୍ତି। ତେବେ ବର୍ତ୍ତମାନ ମଧ୍ୟ ସୋସିଆଲ ମିଡିଆରେ ଏକ ଶାୟରି ଭିଡ଼ିଓ ଭାଇରାଲ ହେଉଛି। ଯାତ୍ରା ସମୟରେ ଟୁଙ୍ଗୁରୁ ଭୋଳଙ୍କ ନାମରେ ଏକ ଶାୟରି କହି ଯାତ୍ରା କାଳକାର ଲୋକଙ୍କ ମନୋରଞ୍ଜନ କରୁଥିବାର ଦେଖିବାକୁ ପାଇବେ।

ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ଲଭ ଟ୍ରଏଆଂଗେଲ ଗୋଟେ ସମୟରେ ଓଡ଼ିଶାରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ସାଜିଥିଲା। ଜଣେ ଜୀବନ ସାଥି ହେବା ପାଇଁ ଜିଦ ଧରୁଛି ଆଉ ଜଣେ ଦୂରେଇ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜ୍ଞା ହଁ ଚର୍ଚ୍ଚିତ ପ୍ରେମୀ ଯୁଗଳ ବର୍ଷା ଓ ଟୁଙ୍ଗୁରୁ ଭୋଳଙ୍କ କଥା କହୁଛୁ। ପ୍ରେମ ପାଇଁ ବର୍ଷା ନିଜ ସ୍ୱାମୀ ଓ ପିଲା ଛୁଆଙ୍କୁ ଛାଡି ଆସିଥିଲା କିନ୍ତୁ ପ୍ରେମିକ ଧୋକା ଦେଇ ଚାଲିଗଲା। ତେବେ ଦୁହିଁଙ୍କ କେସ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ଏବେବି ଦୁହିଁଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି।

ଟୁଙ୍ଗୁରୁ ଭୋଳ ନାମଟି ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏପରି ପ୍ରେମ କଲା ଯେ ଟୁଙ୍ଗୁରୁ ନାମରେ ଆଲବମ ମଧ୍ୟ ବାହାରିଲାଣି। ଓଡ଼ିଶାବାସୀ ଙ୍କ ମୁଖରେ ଏକ ମାତ୍ର ଶବ୍ଦ ତାହା ହେଉଛି ଟୁଙ୍ଗୁରୁ ଭୋଳ। ତେବେ ତାହାର ଭାଉଜ ପ୍ରେମ ସାରା ଓଡିଶା ପାଇଁ ଚର୍ଚ୍ଚାର ବିଷୟ ପାଲଟିଗଲା। ଏବେ ଶୁଦ୍ଧା ଦୁହିଁଙ୍କୁ ନେଇ ଖୁବ ଚର୍ଚ୍ଚା ହେଉଛି। ଦୁହିଁଙ୍କ ନାମରେ ଆଲବମ ହୋଇ ସାରିଥିଲେ ମଧ୍ୟ ପୁଣି ଏକ ଶାୟରୀ ଖୁବ ଭାଇରାଲ ହେଉଛି।

ତେବେ ଦିଅର ପାଇଁ ଭାଉଜ ପ୍ରେମ ମହଙ୍ଗା ପଡିଲା। ନିଜ ଠାରୁ ଅଧିକ ବୟସ୍କ ମହିଳାଙ୍କ ପ୍ରେମରେ ପଡି ଯାଇଥିଲା ଟୁଙ୍ଗୁରୁ ଭୋଳ। ତେବେ ଭାଉଜ ସହ ଶାରୀରିକ ସମ୍ପର୍କ ରଖିବା ପରେ ଛାଡି ଦେବା ପାଇଁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଭାଉଜ ବର୍ଷା ତାହା ହେବାକୁ ଦେଇ ନଥିଲେ। ମାଳ ଓ ଗୋଲାପ ଫୁଲ ଧରି ସିଧା ଥାନାରେ ଯାଇ ପହଞ୍ଚି ଥିଲେ। ଏହାପରେ ଦୁହିଁଙ୍କ ପ୍ରେମ ସଂପର୍କ ସାରା ଓଡିଶା ବାସୀ ଜାଣିବାକୁ ପାଇଲେ।ବେଲଜ୍ୟା ଦିଅରକୁ ବେଲଜ୍ୟା ଭାଉଜ। ଜଣେ ନିଜର ବାପା ମାଆଙ୍କୁ ଛାଡି ପ୍ରେମ ଆଡକୁ ଚାଲି ଆସିଥିଲା ଆଉ ଜଣେ ନିଜର ପିଲାଛୁଆ ଓ ସଂସାରକୁ ପର କରିଦେଇ ଦିଅର ପ୍ରେମରେ ଉବୁଟୁବୁ ହେଉଥିଲା।

ଏବେ ସୋସିଆଲ ମିଡିଆରେ ପ୍ରଥମ ଥର ପାଇଁ ଯାତ୍ରାରେ ଟୁଙ୍ଗୁରୁ ଆଉ ବର୍ଷାଙ୍କ ପ୍ରେମ କାହାଣୀର ଶାୟରି ଦେଖିବାକୁ ମିଳିଛି। ଭିଡ଼ିଓଟି ଯାତ୍ରାର ବୋଲି ଦେଖିବାକୁ ପାଇବେ। ଲୋକଙ୍କ ମନୋରଞ୍ଜନ କରିବା ପାଇଁ ଯାତ୍ରା କଳାକାର ପୁଣିଥରେ ଟୁଙ୍ଗୁରୁଙ୍କ କଥା ଉଠେଇ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *