ବ୍ରିଜ ଉପରେ ଗାଡି ରଖି ପାଣିକୁ ଡିଆଁ ମାରିଲେ ଯୁବକ ! ପୋଲିସ କରୁଛି ତଦନ୍ତ

ଆତ୍ମ-ହତ୍ୟା କରିବାକୁ ଆଜିର ଲୋକମାନେ ଆଦୌ ଭୟ କରୁ ନାହାଁନ୍ତି । ଟିକିଏ ସମସ୍ୟା ହେଲେ ସେମାନେ ଆତ୍ମ-ହତ୍ୟାକୁ ହିଁ ନିଜର ଶେଷ ସମାଧାନ ଭାବରେ ବାଛି ନେଉଛନ୍ତି । ନିଜ ପରିବାର , ବାପା ମାଆ କି ଆଉ କାହା କଥା ସେମାନେ ଭାବୁ ନାହାଁନ୍ତି । ବାସ୍ ଟିକିଏ କଥାରେ ଜୀବନ ହାରି ଦେଉଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଛି , ଯାହା ହଇଚଇ ସୃଷ୍ଟି କରିଦେଇଛି ।

କଟକର ମୁଣ୍ଡଳୀ ବ୍ରିଜ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହଠାତ ଚାହୁଁ ଚାହୁଁ ଆଖି ଆଗରେ ସବୁ ସରି ଯାଇଥିଲା । ଜଣେ ଯୁବକ ଆସି ନିଜ ଗାଡିକୁ ସାଇଡ଼ ରେ ରଖିଥିଲେ ଆଉ କେହି କିଛି ବୁଝିବା ଆଗରୁ ସେ ନିଜ ପୋର୍ସ ଏବଂ ମୋବାଇଲକୁ ଗାଡି ଉପରେ ରଖି ନଦୀକୁ ଡିଆଁ ମାରି ଦେଇଥିଲେ । ତେବେ ଏଭଳି ଦୃଶ୍ୟକୁ କେହି ସହଜରେ ବିଶ୍ୱାସ କରି ପାରିନଥିଲେ ।

ଜଣେ ଯୁବକ ହଠାତ କାହିଁକି ଏଭଳି ପଦକ୍ଷେପ ନେଲା, ସେ କଥା ସମସ୍ତେ ଭାବିବାକୁ ଲାଗିଥିଲେ । ତେବେ ପାଣି ସୁଅ ବର୍ତ୍ତମାନ ସମୟରେ ବହୁତ ରହିଛି । କାରଣ ଏଇ କିଛି ଦିନ ହେବ ବନ୍ୟା ପରିସ୍ଥିତି ଧୀରେ ଧୀରେ କମିବାକୁ ଲାଗିଛି । ତଥାପି ପାଣିର ସୁଅ ଏବଂ ଗଭୀରତା ବହୁତ ପ୍ରଖର ରହିଛି । ତେବେ ଏତେ ପ୍ରଖର ପାଣିରେ ହଠାତ ଯୁବକ ଜଣକ କୁଆଡେ ଗାଏବ ହୋଇ ଯାଇଥିଲେ ଜଣା ପଡି ନଥିଲା ।

ତେବେ ବ୍ରିଜ ଉପରେ ଉପସ୍ଥିତ ଥିବା ଲୋକମାନେ ସାଙ୍ଗେ ସାଙ୍ଗେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ଡାକି ଥିଲେ । ସେମାନେ ଆସି ବର୍ତ୍ତମାନ ପାଣିକୁ ଓଲ୍ହାଇ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡିଛି , ଯୁବକ ଜଣକ ଅନୁଗୁଳର ଅଟନ୍ତି ବୋଲି ଜଣା ପଡ଼ିଛି । ତାଙ୍କ ଗାଡିର ନମ୍ୱର ପ୍ଲେଟରୁ ଏହି କଥା ଜଣାପଡିଛି।

Leave a Reply

Your email address will not be published. Required fields are marked *