ଆଧୁନିକ ନାରୀ ମାନେ ଶ୍ୱଶୁରକୁ କହୁଛନ୍ତି ଆମ ରିଲସ ଭିଡିଓ କର, ଶ୍ୱଶୁର ଦେଖି ଉତ୍ୟକ୍ତ ହେଇ ବୋହୂକୁ କରୁଛି ଦୁ-ଷ୍କ-ର୍ମ :-

ଆମ ଓଡ଼ିଆ ପରମ୍ପରାରେ ଅନେକ ନୀତି ନିୟମ ପରମ୍ପରା ରହିଛି । ହଁ ହୁଏତ ବର୍ତ୍ତମାନ ସେତେଟା ନିୟମ ମାନା ଯାଉନାହିଁ । କିନ୍ତୁ ଆଜିବି କିଛି ମଣିଷ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ସବୁ ପ୍ରକାରର ନୀତି ନିୟମକୁ ପାଳନ କରନ୍ତି । ଏ ତ ରହିଲା ସବୁ ଲୋକଙ୍କ କଥା । ବର୍ତ୍ତମାନ ଆମେ କହି ରଖିବୁ ଯେ ଜଣେ ଝିଅ ବାପ ଘରେ କେମିତି ଏବଂ ଶାଶୁ ଘରେ କେମିତି । ଜଣେ ଝିଅ ନିଜ ବାପ ଘରେ ଯେମିତି ରହେ ସେ କେବେବି ନିଜ ଶାଶୁ ଘରେ ରହି ପାରିବ ନାହିଁ । କାରଣ ବିବାହ ପରେ ଝିଅରୁ ବୋହୂ ହେବା ସହିତ ଅନେକ କିଛି କର୍ତ୍ତବ୍ୟ ବଢ଼ିଯାଏ ।

ତେବେ ମିଷ୍ଟର ଗହପତି ମଧ୍ୟ ଏହା କହିଛନ୍ତି ଯେ ବିବାହ ପରେ ଯଦି ସବୁ ବୋହୂ ନିଜ ମର୍ଯ୍ୟାଦା ମଧ୍ୟରେ ରହନ୍ତି ତେବେ ଦୁଷ୍କର୍ମ ଭଳି ପରିସ୍ଥିତି ଆଉ ସୃଷ୍ଟି ହେବ ନାହିଁ । ଅର୍ଥାତ ପ୍ରଥମେ ଝିଅ କିମ୍ବା ବୋହୂଙ୍କୁ ନିଜକୁ ଠିକ କରିବାକୁ ପଡ଼ିବ । ଆଉ ତାପରେବି ଯଦି ଜଣେ ଶ୍ୱଶୁର ନିଜ ବୋହୂ ଉପରେ ଖରାପ ନଜର ପକାଉଛି ତେବେ ସେ ମଣିଷ ଆଦୋୖ ମଣିଷ ନୁହେଁ ବରଂ ଶ୍ୱଶୁର ରୂପରେ ରାକ୍ଷସ ।କିନ୍ତୁ ପରିସ୍ଥିତି ଏତେ ପର୍ଯ୍ୟନ୍ତ ଯିବା ପୂର୍ବରୁ ଝିଅ ବୋହୂଙ୍କୁ ପ୍ରଥମେ ନିଜ ଭୁଲ ମାନି ନିଜକୁ ସୁଧାରିବାକୁ ପଡ଼ିବ ।

ବିବାହ ପରେ ଜଣେ ଝିଅର କର୍ତ୍ତବ୍ୟ ଯେମିତି ବଦଳି ଥାଏ , ସେମିତି ସମ୍ପର୍କ ଏବଂ ବେଶଭୂଷା ଏବଂ ଆଚରଣ ସ୍ୱଭାବରେ ପରିବର୍ତ୍ତନ ଆସିଥାଏ । ଝିଅ ଏବଂ ବୋହୂ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥାଏ । ଯାହାକୁ ସବୁ ବୋହୂ ଏବଂ ବିବାହ କରିବାକୁ ଯାଉଥିବା ଝିଅକୁ ବୁଝିବାକୁ ପଡ଼ିବ ।

ଜଣେ ବୋହୂ ହିସାବରେ ଘରେ ଓଡ଼ିଆ ପରମ୍ପରା ଅନୁଯାୟୀ ଶାଢ଼ୀକୁ ଠିକ ଢ଼ଙ୍ଗରେ ପିନ୍ଧିବା ସହିତ ନିଜର ଆଚରଣକୁ ସରଳ କରିବା ଉଚିତ । ନିଜ ସ୍ୱଭାବକୁ ମଧ୍ୟ ଗୁରୁଜନ ମାନଙ୍କ ପ୍ରତି ଭଲ ରଖିବା ଉଚିତ । ଯାହାଦ୍ୱାରା ସବୁ ସମ୍ପର୍କ , ଶାଶୁ , ଶ୍ୱଶୁର , ବୋହୂ , ଦେଢଶୁର ଏବଂ ଦିଅର ଉପଯୁକ୍ତ ମର୍ଯ୍ୟାଦା ମଧ୍ୟରେ ରହିବ ।

ଯଦି ସେହି ମର୍ଯ୍ୟାଦା ଭାଙ୍ଗି ଯାଏ କିମ୍ବା କେହି ସେହି ମର୍ଯ୍ୟାଦା ପାର ହୁଏ ତେବେ ସବୁକିଛି ଜିନିଷ ନିୟନ୍ତ୍ରଣରେ ଆଉ ରହେନାହିଁ । ତେଣୁ ସେ ଶାଶୁ ହେଉ , ଶ୍ୱଶୁର ହେଉ କିମ୍ବା ବୋହୂ ହେଉ ସମସ୍ତେ ନିଜ ନିଜ ସମ୍ପର୍କକୁ ବୁଝି ମର୍ଯ୍ୟାଦାରେ ରହିବା ଉଚିତ । ଯାହାଦ୍ୱାରା ଶ୍ୱଶୁର ବୋହୂ ମଧ୍ୟରେ ସୃଷ୍ଟି ହେଉଥିବା କଳଙ୍କ ଆଉ ରହିବ ନାହିଁ । ମିଷ୍ଟର ଗଜପତିଙ୍କ ଅନୁଯାୟୀ ଏସବୁ ପରେବି କିଛି ମଣିଷ ଏପରି ଅଛନ୍ତି ଯେଉଁ ମାନଙ୍କର ଶ୍ୱଶୁର ହେବାର ଯୋଗ୍ୟତା ନାହିଁ ଏବଂ ସେହି ମାନେ ହିଁ ନିଜ ବୋହୂକୁ ଖରାପ ଦୃଷ୍ଟିରେ ଦେଖନ୍ତି ଏବଂ ଦୁଷ୍କର୍ମ କରନ୍ତି ।

Leave a Reply

Your email address will not be published. Required fields are marked *