ଘରେ ରୋଷେଇ କରୁଥିବା ବେଳେ ଜୋରଜବରଦସ୍ତ ପଶିଲେ ଯୁବକ , ନାବାଳିକାଙ୍କୁ କଲେ ଦୁ-ଷ୍କ-ର୍ମ :-

ଭାରତ ସମେତ ଆହୁରି ଅନେକ ଦେଶରେ ଦୁ-ଷ୍କ-ର୍ମ ମାମଲା ନୀତିଦିନର ଏକ ସାଧାରଣ ମାମଲା ହୋଇ ଗଲାଣି । କେଉଁଠି ବି ନାରୀ ସୁରକ୍ଷିତ ନୁହେଁ । ରାଜ୍ୟରେ ମଧ୍ୟ ପ୍ରତ୍ୟେକ ଦିନ କେଉଁଠି କେଉଁଠି ନା କେଉଁଠି ମହିଳା ମାନେ ଦୁ-ଷ୍କ-ର୍ମର ଶିକାର ହେଉଛନ୍ତି । ଏସବୁ ମାମଲା ମଧ୍ୟରୁ କିଛି ମାମ-ଲାର ସମାଧାନ ହୋଇ ଯାଉଛି । ମାତ୍ର ଆଉ କିଛି ମାମଲା ସେହିପରି ଦବି ଯାଉଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଜଣେ ନାବାଳିକାଙ୍କ ସହିତ ହୋଇଥିବା ଦୁ-ଷ୍କ-ର୍ମ ସମ୍ପର୍କରେ କହିବୁ । ଯିଏକି ଥାନାରେ ଅଭିଯୋଗ କରିବା ସତ୍ତ୍ୱେବି ଏପର୍ଯ୍ୟନ୍ତ ଅଭିଯୁକ୍ତ ନାମରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଘଟଣା ଅନୁଯାୟୀ ଜଣେ ନାବାଳିକାଙ୍କୁ ଗ୍ରାମର ଜଣେ ୩୫ ବର୍ଷୀୟ ଯୁବକ ଘରେ ଏକୁଟିଆ ପାଇ ତାଙ୍କୁ ଦୁ-ଷ୍କ-ର୍ମ କରିଛନ୍ତି । ଆଉ ଏହି ମାମଲା ବିରୋଧରେ ପରିବାର ଲୋକେ ଅଭିଯୋଗ କରିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ବରଂ ଅଭିଯୁକ୍ତ ପୂର୍ବରୁ ଜାମିନ ପାଇଁ ଆବେଦନ କରିଥିବା ସୂଚନା ରହିଛି । 

ସୂଚନା ଅନୁଯାୟୀ ଏହି ମାମଲା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଅଟେ । ତେବେ ଘରେ କେହି ନଥିବା ସମୟରେ ୧୫ ବର୍ଷୀୟା ନାବାଳିକା ଜଣକ ରୋଷେଇ ପାଇଁ ଚାଉଳ ଧୋଉ ଥିଲେ । ଏହି ସମୟରେ ଗାଁର ସଞ୍ଜୟ ଗିରି ନାମକ ୩୫ ବର୍ଷୀୟ ଯୁବକ ଘରେ କେହି ନଥିବା ଜାଣି ଘରେ ପଶିଥିଲେ । ଏବଂ ଜୋରଜବରଦସ୍ତ ନାବାଳିକାଙ୍କୁ ଦୁ-ଷ୍କ-ର୍ମ କରିଥିଲେ । ତେବେ ପୀଡ଼ିତାଙ୍କ ମା ଙ୍କ କହିବା ଅନୁଯାୟୀ ସେ ସେଦିନ ବେଷ୍ଟବେଙ୍ଗଲ ଯାଇଥିଲେ । ତେଣୁ ଘରେ କେହି ନଥିଲେ । ଆଉ କାହାର ଫାଇଦା ଉଠାଇ ଅଭିଯୁକ୍ତ ଘରେ ପଶିଥିଲା । 

ଏହି ଘଟଣାରେ ନାବାଳିକାଙ୍କ ମା ତାଳଚୁଆ ସମାଜିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଗତ ଅପ୍ରେଲ ୨୮ ରୁ ଅଭିଯୋଗ ହୋଇଥିଲେ ହେଁ ଏବେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ତାଳଚୁଆ ସାମୁଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ ମାମଲା ରୁଜ୍ଜୁ କରି ମଧ୍ୟ ଚୁପ ବସି ଯାଇଥିଲେ । ଏପଟେ ଅଭିଯୁକ୍ତ ଜଣକ ଆଗୁଆ ଜାମିନ ପାଇଁ ଅଦାଲତରେ ଆବେଦନ କରିଥିବା ସହିତ ନିର୍ଭୀକରେ ବୁଲୁଥିବା କୁହାଯାଇଛି । 

ତେଣୁ ଗତକାଲି ପୀଡ଼ିତାଙ୍କ ମା ଏବଂ ନାବାଳିକା ଉଭୟ ପଟାମୁଣ୍ଡାଇ ଆସି ଏସଡିବିଓ ଙ୍କୁ ଭେଟିଛନ୍ତି । ଏସଡ଼ିବିଓ ସଂଧ୍ୟାରଣୀ ବେହୁରିଆ ମାମଲାକୁ ଯାଞ୍ଚ କରି ଖୁବଶୀଘ୍ର ମାମଲାର ସମାଧାନ କରି ଅଭିଯୁକ୍ତଙ୍କୁ ଗିରଫ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *