ଝାରପଡ଼ା ଜେଲରେ ଦିନ କାଟୁଛନ୍ତି ସୁନ୍ଦରୀ ଅର୍ଚ୍ଚନା , ଅର୍ଚ୍ଚନାଙ୍କୁ ଜେରା କଲା ପୋଲିସ

ସାରା ରାଜ୍ୟରେ ଚହଳ ପକାଇଥିବା ସୁନ୍ଦରୀ ତଥା ଲେଡୀ ବ୍ଲା-କ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଯେତେ ଦିନ ବିତି ଚାଲିଛି , ସେତେ କଥା ସାମ୍ନାକୁ ଆସୁଛି । କିପରି ଏହି ସୁନ୍ଦରୀ ନିଜର କଳା ସାମ୍ରାଜ୍ୟ ବିସ୍ତାର କରିଥିଲେ , ସେ କଥା ଶୁଣିବାକୁ ମିଳୁଚି । ସେ ନିଜ ପ୍ରେମ ଜାଲରେ ଫସାଇ ଲୋକଙ୍କ ଠାରୁ କିପରି ଟଙ୍କା ଲୁଟି ଚାଲିଥିଲେ , ସେ ବିଷୟରେ ଆଉ କାହାକୁ ଅଛପା ନଥିବ।

ତେବେ ଏହି ସୁନ୍ଦରୀ ବର୍ତ୍ତମାନ ନିଜ ଭୁଲ ପାଇଁ ଆଉ କଲା କର୍ମ ପାଇଁ ଜେଲ ପଛରେ ଅଛନ୍ତି ଆଉ ତାଙ୍କୁ ଜେଲ ଦଣ୍ଡ ମିଳୁଛି । ତେବେ ଏହାରି ମଧ୍ୟରେ ଗୋଟିଏ କଥା ସାମ୍ନାକୁ ଆସିଥିଲା କି , ତାଙ୍କୁ ଜାମିନ ମିଳି ପାରିନାହିଁ । ତେବେ ଆହୁରି ଏମିତି କେତେ ଦିନ ଅର୍ଚ୍ଚନାଙ୍କୁ ଦ-ଣ୍ଡ ମିଳିବ , ଆଉ ସେହି କଳା ରାତି ଦେଖିବାକୁ ମିଳିବ , ସେ କଥା କେହି ଜାଣି ନାହାଁନ୍ତି । ତେବେ ନିଜ କର୍ମ ପାଇଁ ଅର୍ଚ୍ଚନା ବର୍ତ୍ତମାନ ସମୟରେ ବହୁତ ଅନୁତାପ କରୁଛନ୍ତି ବୋଲି କୁହାଯାଉଛି ।

ସେ ନିଜର ସବୁ କଥା ଭାବି କାନ୍ଦି ପକାଉଛନ୍ତି ଆଉ କହୁଛନ୍ତି କାହିଁକି ଏମିତି କାମ ସେ କରୁଥିଲେ । ବାସ୍ କିଛି ଦିନର ଶାନ୍ତି ଆଜି ତାଙ୍କୁ ଜେଲ କୁ ଟାଣି ଆଣିଲା । ଆଜି ସାରା ଓଡ଼ିଶା ତାଙ୍କୁ ନିନ୍ଦା କରୁଛି , ଯାହା ତାଙ୍କୁ ଭଲ ଲାଗୁନାହିଁ । ତେବେ ଏହା ବ୍ୟତୀତ ବର୍ତ୍ତମାନ ସମୟରେ କିଛି ନୂଆ କଥା ଶୁଣିବାକୁ ମିଳିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ , ଅର୍ଚ୍ଚନା ଝାରପଡ଼ା ଜେଲରେ ଦିନ କାଟୁଛନ୍ତି । ଆଉ ବିଭିନ୍ନ ପୋଲିସ ଥାନାରେ ତାଙ୍କୁ ନେଇ ଯେଉଁ ଅଭିଯୋଗ ହୋଇଥିଲା , ତାଙ୍କୁ ସେଥିପାଇଁ ପଚରା ଉଚରା କରାଯାଉଛି ।

ତେବେ ଶୁଣିବାକୁ ମିଳିଛି କି , ଅର୍ଚ୍ଚନାଙ୍କୁ ପୋଲିସ ଆଜି ଜେରା କରିଛି । ଆଉ ଅର୍ଚ୍ଚନା ମଧ୍ୟ ସବୁ କଥାର ଉତ୍ତର ଦେଇ ଦେଇଛନ୍ତି । କାନ୍ଦି କାନ୍ଦି ସେ ସବୁ ସତ କଥା କହିଛନ୍ତି । ଆଉ ଏହାବ୍ୟତୀତ କେଉଁଠି ସେ କେତେ ଟଙ୍କା ରଖିଛନ୍ତି । କିପରି ଭାବରେ ସେ ମାତ୍ର ଚାରି ବର୍ଷ ମଧ୍ୟରେ ଏତେ ଟଙ୍କାର ମାଲିକାଣୀ ହୋଇଗଲେ । କିପରି ସେ ଭିଡିଓ ସୁଟିଂ କରୁଥିଲେ ଆଉ କିପରି ବ୍ଲାକମେଲିଂ କରୁଥିଲେ ସବୁ ମାନି ନେଇଛନ୍ତି । ତେବେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କି , ଅର୍ଚ୍ଚନା ସେହି ବଡ ବଡିଆଙ୍କ ନାମ କହୁଛନ୍ତି କି ନାହିଁ ।

Leave a Reply

Your email address will not be published. Required fields are marked *