ସେ ଝିଅ ଜୋର ଜବରଦସ୍ତ କରି ଫିଜିକାଲ ହେଲା। ଏବେ ମତେ ବ୍ଲା-କମେଲ କରୁଛି…

ଯୁବତୀଙ୍କ ନାମରେ ଯୁବକ ଆଣିଲେ ସାଂଘାତିକ ଅଭିଯୋଗ। କହିଲେ ଜୋର ଜବରଦସ୍ତ ଯୁବତୀ ରଖିଥିଲେ ଫିଜିକାଲ ରିଲେସନ। ଯୁବକ ଜଣଙ୍କ ଜଣେ ଆଇଟି ଇଞ୍ଜିନିୟର ହୋଇଥିବା ବେଳେ ଗଞ୍ଜାମ ବ୍ରହ୍ମପୁରର ଜଣେ ଯୁବତୀଙ୍କ ସହ ଗଢିଉଠିଥିଲା ତାଙ୍କର ଶାରୀରିକ ସମ୍ପର୍କ। ତେବେ ସେହି ସମୟରେ କିଛି ଫଟୋ ଉଠାଇ ଏବେ ଯୁବତୀ ଜଣଙ୍କ ଯୁବକଙ୍କୁ ବ୍ଲାକମେଲ କରୁଥିବା ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି। କେବଳ ବ୍ଲାକମେଲ ନୁହେ ଯୁବକଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ମଧ୍ୟ ଦେଉଥିବା ଯୁବକ ଅଭିଯୋଗ ଆଣିଛନ୍ତି। ଯାହା ଫଳରେ ଯୁବକ ଜଣଙ୍କ ଏକ ଦମ ଭାବେ ଭାଙ୍ଗି ପଡିଛନ୍ତି।

ବନ୍ଧୁଗଣ ସବୁବେଳେ ସାମ୍ନାକୁ ଆସୁଛି ପ୍ରେମ ପ୍ରତାରଣା ଆଉ ବ୍ଲାକମେଲର କାହାଣୀ। କେତେ ବେଳେ ଯୁବକ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବ୍ଲାକମେଲ କରୁଛନ୍ତି ତ ଆଉ କେତେବେଳେ ପୁଣି ଯୁବତୀ କରୁଛନ୍ତି ଯୁବକଙ୍କୁ ବ୍ଲାକମେଲ। ତେବେ ଏହା ମଧ୍ୟରେ ଜଣେ ଇଞ୍ଜିନିୟର ଯୁବକଙ୍କୁ ଯୁବତୀ ବ୍ଲାକମେଲ କରୁଥିବା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଯୁବକ ଜଣଙ୍କ ଗଣମାଧ୍ୟମ ସାମ୍ନାରେ କହୁଛନ୍ତି କି ଦୀର୍ଘ ଦେଢ଼ ବର୍ଷ ହେଲାଣି ଯୁବକ ଜଣଙ୍କ ମାନସିକ ସ୍ତରରେ ଭାଙ୍ଗି ପଡିଛନ୍ତି। ତେବେ ଏବେ ଆସନ୍ତୁ ନଜର ପକାଇବା କଣ ଥିଲା ପୁରା ଘଟଣା। ଯୁବକ ଜଣଙ୍କ କିପରି ହେଲେ ଯୁବତୀଙ୍କ ବ୍ଲାକମେଲର ଶିକାର। 2020 ମସିହାରେ ଯୁବତୀ ଜଣଙ୍କ ଯୁବକଙ୍କୁ କରିଥିଲେ ପ୍ରେମ ନିବେଦନ ଆଉ ତା ପରେ ଯୁବକ ମଧ୍ୟ ଯୁବତୀଙ୍କ ପ୍ରେମ ନିବେଦନ କୁ ଗ୍ରହଣ କରିଥିଲେ।

ଏହା ପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ଅନାବିଳ ପ୍ରେମ ସମ୍ପର୍କ। ହେଲେ ଯୁବକ ଜଣଙ୍କ ଜାଣି ନଥିଲେ ଯୁବତୀଙ୍କ ମନରେ କିଛି ଏପରି କଥା ଅଛି ବୋଲି। ତେବେ ଯୁବତୀ ଜଣଙ୍କ ଯୁବକଙ୍କୁ ବାଧ୍ୟ କରିଥିଲେ ଫିଜିକାଲ ହେବା ପାଇଁ ଆଉ ସେହି ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଯୁବତୀ ଜଣଙ୍କ ରଖି ନେଇଥିଲେ ଆଉ ତା ପରେ ଆରମ୍ଭ କରିଦେଇଥିଲେ ଯୁବକଙ୍କୁ ବ୍ଲାକମେଲ କରିବା। ଏମିତି ଘଟଣା ଯଦିଓ ନୂଆ ନୁହେଁ ତଥାପି ଏବେ ଯୁବକ ମାନେ ଯୁବତୀ ମାନଙ୍କ ବ୍ଲାକମେଲ ର ଶିକାର ହେଉଥିବା କୁହାଯାଉଛି। କେବଳ ଏତିକି ନୁହେଁ ଯୁବତୀ ବ୍ଲାକମେଲ କରୁଥିବା ବେଳେ ଯୁବକଙ୍କୁ ଧମକ ମଧ୍ୟ ଦେଉଛନ୍ତି କି ମୋର ଜଣେ ଭାଇ ଓଡିଶା ପୋଲିସରେ ଅଛି ଯିଏ କି ସିଏ ଯୁବକଙ୍କୁ ଉଠାଇ ନେବ ନଚେତ ନିର୍ଯ୍ୟାତନା ଦେବ ନହେଲେ ବାଡେଇବ। ତେବେ ଯୁବତୀଙ୍କ ଅତ୍ୟାଚାର ଓ ମାନସିକ ନିର୍ଯାତନାରେ ଯୁବକ ଜଣଙ୍କ ଭାଙ୍ଗି ପଡିଛନ୍ତି।

ଆଉ ନ୍ୟାୟ ପାଇଁ ଗଣମାଧ୍ୟମ ସମ୍ମୁଖକୁ ଆସି ନ୍ୟାୟ ଭିକ୍ଷା ମଧ୍ୟ କରୁଛନ୍ତି। କାରଣ ଯୁବତୀ ଜଣଙ୍କ ସବୁବେଳେ ବ୍ଲାକମେଲ କରୁଥିବା ବେଳେ ପୋଲିସ ଭାଇଙ୍କ ଉଦାହରଣ ଦେଇ ଯୁବକ ଙ୍କୁ ସବୁବେଳେ ଡରେଇ ଧମକେଇ ରଖୁଛନ୍ତି। ଆଉ ଯେତେବେଳେ ଯୁବତୀ ଜଣଙ୍କ ଯୁବକଙ୍କ ସହ ସମ୍ପର୍କରେ ଥିଲେ ସେତେବେଳେ ଯୁବକଙ୍କ ପାଖରୁ ଯୁବତୀ ଅନେକ ଟଙ୍କା ସୁନା ଚେନ ନେଇଥିବା ଯୁବତୀ ନିଜେ ଏବେ ଅଭିଯୋଗ କରିଛନ୍ତି। ତେବେ ବର୍ତ୍ତମାନ ଯୁବତୀଙ୍କ ନାମରେ ଯୁବକ ପୋଲିସ ନିକଟରେ ଅଭିଯୋଗ କରିଥିବା ବେଳେ ଏବେ ଗଣମାଧ୍ୟମରେ ମୁହଁ ଖୋଲି ନ୍ୟାୟ ଭିକ୍ଷା କରୁଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୋଲିସ ଯୁବକଙ୍କୁ କେବେ ନ୍ୟାୟ ଦେଇ ଯୁବତୀଙ୍କୁ କେଉଁ ଶାସ୍ତି ଦେଉଛି।

Leave a Reply

Your email address will not be published. Required fields are marked *