ସୁନା ଝିଅ ଅର୍ଚ୍ଚନା କିପରି ହେଲେ ବ୍ଲାକମେଲର, ଜାଣନ୍ତୁ ଅର୍ଚ୍ଚନାଙ୍କ ପୁରା କାହାଣୀ।

ସମୟ ଗଡୁଛି ଆଉ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସୁଛି। ଆଉ ବର୍ତ୍ତମାନ ଯେଉଁ ସତ ସାମ୍ନାକୁ ଆସିଛି ତାହା ଜାଣିଲେ ହୁଏତ ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇ ପାରେ । ବର୍ତ୍ତମାନ ଯେଉଁ ସତ ସାମ୍ନାକୁ ଆସୁଛି ତାହା ଜାଣିଲେ ହୁଏତ ପ୍ରତିଟି ହୃଦୟରେ କୋହ ଉଠିପାରେ। ଆଉ ହୁଏତ ଆପଣ କହି ପାରନ୍ତି ଅର୍ଚ୍ଚନା ନିଜ ଇଚ୍ଛାରେ ଏ ଭୁଲ ବାଟକୁ ଆସି ନାହାଁନ୍ତି ବରଂ ତାଙ୍କୁ ଭୁଲ ବାଟକୁ ଆଣିବାକୁ ବାଧ୍ୟ କରିଛନ୍ତି ବଡ଼ ବଡ଼ ନେତାମନ୍ତ୍ରୀ ମାନେ।

ବଣ ପାହାଡ଼ ଘେରା ଉପାନ୍ତ ଅଂଚଳରେ ଜନ୍ମ ହୋଇଥିବା ଅର୍ଚ୍ଚନାଙ୍କର ଦିନେ ନା ଥିଲା ଦାମୀ ଘରର ସ୍ୱପ୍ନ ନା ଥିଲା ବିଳାସପୂର୍ଣ ଜୀବନ ବିତାଇବାର ଆଶା ଆକାଂକ୍ଷା। ସେ ତ ସେହି ବଣ ପାହାଡ଼ ଘେରା ନିଜ ଗ୍ରାମରେ ଖେଳି ବୁଲି ବେଶ ହସ ଖୁସିରେ ଜୀବନ ଅତିବାହିତ କରୁଥିଲେ। ହେଲେ ସାଧାରଣ ଜୀବନ ଯାପନ କରୁଥିବା ସାଧାରଣ ଝିଅ ଅର୍ଚ୍ଚନା କିପରି ପାଲଟି ଯାଇଥିଲେ ଅସାଧାରଣ ଆସନ୍ତୁ ତାହା ଉପରେ ନଜର ପକାଇବା।

ବନ୍ଧୁଗଣ ଆସି ସୋସିଆଲ ମିଡିଆରେ ଜଣେ ସାମାଜିକ କର୍ମୀ ଏକ ପୋଷ୍ଟ କରିଛନ୍ତି। ଯେଉଁ ପୋଷ୍ଟ ଟି ସମସ୍ତଙ୍କ ହୃଦୟକୁ ଥରାଇ ଦେଇଛି। ନାମ ଲିଙ୍ଗରାଜ ଆଜାଦ। ସେ ଲେଖିଛନ୍ତି କିପରି ଅନ୍ୟାୟ ଆଉ ଅତ୍ୟାଚାରର ଶିକାର ହୋଇଥିଲେ ସାଧାରଣ ଝିଅ ଅର୍ଚ୍ଚନା। ଆଉ ତା ପରେ କିପରି ଆରମ୍ଭ ହୋଇଥିଲା ଅର୍ଚ୍ଚନାଙ୍କ ଏହି ଯାତ୍ରା। କିପରି ସେ କଳାହାଣ୍ଡି ଜିଲ୍ଲାରୁ ଆସି ଭୁବନେଶ୍ୱରରେ ଆରମ୍ଭ କରିଥିଲେ ତାଙ୍କ ସାମ୍ରାଜ୍ୟ। ଦିନେ ଅର୍ଚ୍ଚନା ଙ୍କ ବାପା ଏକ ଘରୋଇ କମ୍ପାନୀ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଜମିହରା ମାନଙ୍କର ଆନ୍ଦୋଳନର ସୂତ୍ରଧର ସାଜି ନ୍ୟାୟ ପାଇଁ ଲଢେଇ କରୁଥିଲେ। ଆଉ ଅର୍ଚ୍ଚନାଙ୍କ ବାପାକୁ ଟଙ୍କା କି ଭୟରେ କିଣି ନପାରି ଅର୍ଚ୍ଚନାଙ୍କ ବାପାଙ୍କ ଦୁର୍ବଳତା ଖୋଜିଥିଲେ ବଳବାନ ବ୍ୟକ୍ତିମାନେ।

ବାପାଙ୍କୁ ଭୟ ଭିତ କରି ବାପାଙ୍କ ପାଟି ଚୁପ କରେଇବା ପାଇଁ ସାଧାରଣ କୋମାଲମତି ଅର୍ଚ୍ଚନାଙ୍କ ସହ କରିଥିଲେ ଅନ୍ୟାୟ ଆଉ ଅତ୍ୟାଚାର। ସେହି ଅନ୍ୟାୟ ଆଉ ଅତ୍ୟାଚାର ର ଅର୍ଚ୍ଚନାଙ୍କୁ ଏପରି ଆଘାତ ଦେଇଥିଲା ଯେ ଅର୍ଚ୍ଚନା ପ୍ରତି ମୁହୂର୍ତ୍ତରେ ଜଳି ଜଳି ମରିଯାଉଥିଲେ। ସମାଜ ଆଉ ଲୋକ ଲଜ୍ୟା ଭୟରେ ଅର୍ଚ୍ଚନାଙ୍କ ପରିବାର ଲୋକେ ଶେଷରେ ଗାଁ ଭିଟାମାଟି ଛାଡି ଚାଲିଆସିଥିଲେ କେସିଙ୍ଗା।

ପରିବାର ସିନା କେସିଙ୍ଗାରେ ରହିଲେ ହେଲେ ହେଲେ ଅର୍ଚ୍ଚନା କିନ୍ତୁ ଭୁଲି ପାରିନଥିଲେ ତାଙ୍କ ସହ ହୋଇଥିବା ଅନ୍ୟାୟ ଆଉ ଅତ୍ୟାଚାର। ବିନା ଦୋଷରେ ତାଙ୍କ ସହ ଯାହା ଘଟିଥିଲା ତାହା ଅର୍ଚ୍ଚନାଙ୍କୁ ଭିତରେ ଭିତରେ ଜାଳୁଥିଲା। ଶେଷରେ ଅର୍ଚ୍ଚନା ଘର ଛାଡ଼ି ଲୁଚିକି ଚାଲିଯାଇଥିଲେ ମୁମ୍ବାଇ। ଆଉ ବୋଧେ ହୁଏ ଅର୍ଚ୍ଚନା ସବୁବେଳେ ଭାବୁଥିଲେ କିପରି ସେ ପ୍ରତିଶୋଧ ନେବେ। ତେବେ ସମାଜ ସେବୀ ଶ୍ରୀ ଆଜାଦ ଅର୍ଚ୍ଚନାଙ୍କୁ ଫୁଲନ ଦେବୀଙ୍କ ସହ ତୁଳନା କରି ଲେଖିଛନ୍ତି କି କୃର ସମାଜକୁ ସବକ ଶିଖାଇବାକୁ ଯେପରି ଫୁଲନ ଦେବୀ ପାଳଟିଯାଇଥିଲେ ଦସ୍ୟୁରାଣୀ ଠିକ ସେହିଭଳି ଅର୍ଚ୍ଚନା ସାଧାରଣ ଝିଅରୁ ପାଲଟି ଯାଇଥିଲା ଅସାଧାରଣ।

ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ କହୁଛନ୍ତି କି ଅର୍ଚ୍ଚନା ପ୍ରତିଶୋଧ ନେବାକୁ ଯାଇ ଭୁଲ ରାସ୍ତାରେ ପାଦ ଥାପିଥିଲେ। ଆଉ ଲୋକେ ଏହା ମଧ୍ୟ କହୁଛନ୍ତି କି ଯେଉଁ ବଳ ବାନ ବ୍ୟକ୍ତି ଦିନେ ଅର୍ଚ୍ଚନାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିଲେ ସେହି ମାନଙ୍କୁ ନିଜ ପାଦ ତଳକୁ ଆଣିବାକୁ ଅର୍ଚ୍ଚନା କୁଆଡେ ହୋଇଯାଇଥିଲା ପ୍ରତିଶୋଧ ପରାୟଣ।

କୋମଳ ବୟସରେ ଦୁନିଆର ମାନେ ବୁଝିନଥିବା ଅର୍ଚ୍ଚନାଙ୍କ ସହ ଯେତେବେଳେ ଏପରି କିଛି ଘଟିଥିଲା ଅର୍ଚ୍ଚନା ସାଧାରଣରୁ ସାଜିଥିଲେ ଅସାଧାରଣ । ତେବେ ଫୁଲନ ଯେପରି ନିଜ ପ୍ରତିଶୋଧ ନେବାକୁ ଯାଇ ଦସ୍ୟୁରାଣୀ ସାଜିଥିଲେ ସେପରି ଅର୍ଚ୍ଚନା ନିଜ ପ୍ରତିଶୋଧ ନେବାକୁ ଯାଇ ନେତାମନ୍ତ୍ରୀ ଙ୍କୁ ନିଜ ପାଦ ତଳକୁ ଆଣିବାକୁ ଏପରି ରାସ୍ତା ବାଛିଥିଲେ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *