ଝିଅ ଦେଖିବାକୁ ଗଲେ ନିଶ୍ଚିତ ଭାବରେ ପଚାରନ୍ତୁ ଏହି ପାଞ୍ଚଟି ପ୍ରଶ୍ନ , ବୈବାହିକ ଜୀବନ କଟିବ ସୁଖରେ :-

ପ୍ରତ୍ୟେକ ମନୁଷ୍ୟର ଜନ୍ମ ପରେ ବାଲ୍ୟ ଅବସ୍ଥା ଏବଂ ପରେ ଅନେକ ପର୍ଯ୍ୟାୟ ଦେଇ ଜୀବନ ଗତି କରିଥାଏ । ତାପରେ ମଣିଷ ଏମିତି ଏକ ପର୍ଯ୍ୟାୟରେ ପହଞ୍ଚି ଥାଏ ଯେଉଁଠି ସେ ଆଉ କାହା ସହିତ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଥାଏ । ତେଣୁ ବିବାହ ବନ୍ଧନକୁ ଏପରି ସାଧାରଣ ନଭାବି ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ । ପୁଣି ବିବାହ ପୂର୍ବରୁ ପୁଅ ଏବଂ ଝିଅ ଉଭୟର ସହମତି ରହିବା ନିତାନ୍ତ ଆବଶ୍ୟକ ନଚେତ ବିବାହ ପରେ ଅନେକ ସମସ୍ୟା ହେବାର ସମ୍ଭାବନା ଥାଏ ।

ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯଦି ଆପଣ ବିବାହ ପାଇଁ ଝିଅ ଦେଖିବାକୁ ଚାହୁଁଛନ୍ତି ତେବେ ଏହି ପାଞ୍ଚଟି ପ୍ରଶ୍ନ ନିଶ୍ଚିତ ଭାବରେ ପଚାରିବା ଉଚିତ । ମହାଜ୍ଞାନୀ ଚାଣକ୍ୟ ଖୁବ ବୁଦ୍ଧିମାନ ଥିଲେ ଏବଂ ସେ ନିଜ ଲିଖିତ ଚାଣକ୍ୟ ବାଣୀରେ କିଛି ପ୍ରଶ୍ନ ବିଷୟରେ ବର୍ଣ୍ଣନା କରି ଯାଇଛନ୍ତି । ଯଦି ଆପଣ ଝିଅ ଦେଖିବାକୁ ଯାଇ ସେହି ପାଞ୍ଚଟି ପ୍ରଶ୍ନ ବିଷୟରେ ପଚାରନ୍ତି ତେବେ ନିଶ୍ଚିତ ଭାବରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।

୧ . ତେବେ ଯଦି ଆପଣ ଝିଅ ଦେଖିବାକୁ ଯାଉଛନ୍ତି ତେବେ ସର୍ବପ୍ରଥମେ ଝିଅର ବିବାହ ପାଇଁ ସହମତି ଅଛି କି ନାହିଁ ନିଶ୍ଚୟ ପଚାରନ୍ତୁ । ଯଦି ଝିଅର ସହମତି ନଥାଏ ତେବେ ବିବାହ ପରେ ଅନେକ ସମସ୍ୟା ହେବାର ସମ୍ଭାବନା ଥାଏ । ଆଉ ଏହା ଆପଣ ସହଜରେ ଝିଅର କଥା କହିବାର ଶୈଳୀ ଏବଂ ଭାବନରୁ ଜାଣି ପାରିବେ । ବିବାହ ପୂର୍ବରୁ ଝିଅର ସହମତି ବିଷୟରେ ପ୍ରଶ୍ନ କରିବା ଜରୁରୀ ଅଟେ ।

୨ . ଦ୍ୱିତୀୟରେ ଯଦି ଆପଣ ଝିଅ ଦେଖିବାକୁ ଯାଉଛନ୍ତି ତେବେ ଝିଅ ବିବାହ ପୂର୍ବରୁ ଆପଣଙ୍କ ମଧ୍ୟରେ କଣ ଦେଖୁଛି ତାହା ଆପଣ ଜାଣିବା ନିହାତି ଆବଶ୍ୟକ ଅଟେ । ଏଥିରୁ ଏହା ଜାଣିହେବ ଯେ ଝିଅକୁ କେଉଁ ପ୍ରକାରର ପୁଅ ପସନ୍ଦ । ଆଉ ସେ ଆପଣଙ୍କୁ ନିଜ ଜୀବନ ସାଥି ଭାବରେ ଗ୍ରହଣ କରିପାରିବେ କି ନାହିଁ ତାହା ମଧ୍ୟ ଜାଣିହେବ ।

୩ . ତୃତୀୟ ପ୍ରଶ୍ନ ଅନୁଯାୟୀ ଆପଣ ଝିଅର ଖାଇବା ପିଇବା ବିଷୟରେ ଜାଣିନେବା ନିହାତି ଆବଶ୍ୟକ । ଝିଅ ଶାକାହାରୀ କିମ୍ବା ମାଂସାହାରି ଜାଣିବା ନିହାତି ଆବଶ୍ୟକ । ଯଦି ଝିଅ ମାଂସାହାରି ହୋଇଥିବ ତେବେ ଆପଣଙ୍କ ଘରର ନିୟମ ଅନୁଯାୟୀ ଚଳି ପାରିବ କି ନାହିଁ । ତେବେ ବିବାହ ପୂର୍ବରୁ ଆପଣ ଝିଅକୁ ନିଶ୍ଚିତ ଭାବରେ ଏସବୁ ବିଷୟରେ ପଚାରିବା ପରେ ହିଁ ବିବାହ କରିବା ଉଚିତ ।

୪ . ଚତୁର୍ଥ ପ୍ରଶ୍ନ ଅନୁଯାୟୀ ଆପଣ ଝିଅକୁ ତାର ଇଚ୍ଛା ଅନିଚ୍ଛା ବିଷୟରେ ଏବଂ ରୋଜଗାର ବିଷୟରେ ପଚାରି ନେବା ଉଚିତ । ଅର୍ଥାତ ଯଦି ସେ ବିବାହ ପରେ ଚାକିରୀ କିମ୍ୱା ଅନ୍ୟ କିଛି କରିବାର ଇଚ୍ଛା ରଖିଥାନ୍ତି ତେବେ ତାହା ପୂର୍ବରୁ ଆପଣ ପଚାରି ଜାଣିନେବା ଉଚିତ । ଏହାବ୍ୟତୀତ ଝିଅ କିପରି ଚଳଣି ଅନୁସାରେ ଚଳି ପାରିବ ଏବଂ ରହଣି ସହଣି ତାକୁ କିପରି ସୁହାଇବ ସେ ବିଷୟରେ ଜାଣିନେବା ମଧ୍ୟ ଉତ୍ତମ ହେବ ।

୫ . ପଞ୍ଚମ ପ୍ରଶ୍ନ ଅନୁଯାୟୀ ଝିଅ ପରିବାର ଠାରୁ ଦୂରେଇ ରହି ପାରିବ କି ନାହିଁ ତାହା ମଧ୍ୟ ପଚାରି ନେବା ଉଚିତ । କାରଣ ଏସବୁ ସମସ୍ୟା ପରବର୍ତ୍ତୀ ସମୟରେ ପାରିବାରିକ ବିବାଦର କାରଣ ହୋଇଥାଏ ।

ତେଣୁ ଯଦି ଆପଣ ବିବାହ ପୂର୍ବରୁ ଝିଅକୁ ଏସବୁ ବିଷୟରେ ପ୍ରଶ୍ନ କରି ଜାଣି ନେଉଛନ୍ତି ତେବେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ଏବଂ କୌଣସି ପାରିବାରିକ ସମସ୍ୟା ଦେଖାଦେବ ନାହିଁ ।

Leave a Reply

Your email address will not be published. Required fields are marked *