ଚାରି ହାତ ଏବଂ ଚାରି ଗୋଡ଼ ଥିବା ପିଲାର ଚିକିତ୍ସା ପାଇଁ ସାମ୍ନାକୁ ଆସିଲେ ସୋନୁ ସୁଦ, କହିଲେ ଟେନସନ ନନେଇ ଚିକିତ୍ସା ଆରମ୍ଭ କରନ୍ତୁ :-

ବୋଲଉଡ଼ର ଲୋକପ୍ରିୟ ଅଭିନେତା ସୋନୁ ସୁଦ ନିଜ ଫିଲ୍ମ ଠାରୁ ଅଧିକ ନିଜର ମହାନ କାମ ପାଇଁ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରହନ୍ତି । କରୋନା ମହାମାରୀ ସମୟରେ ସୋନୁ ସୁଦଙ୍କୁ ଗରୀବ ଏବଂ ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବାରେ ଦେଖା ଯାଇଥିଲା । ଆଉ ଆଜିବି ସେ ଅନ୍ୟର ସାହାଯ୍ୟ କରିବାରେ ନଜର ଆସନ୍ତି । ଯଦି କେହି ଗରୀବ ଲୋକ ସୋନୁ ସୁଦଙ୍କୁ ସାହାଯ୍ୟ ଗୁହାରି କରନ୍ତି ତେବେ ସୋନୁ ସୁଦ ଯଥାଶୀଘ୍ର ସେହି ବ୍ୟକ୍ତି ପାଖକୁ ସାହାଯ୍ୟ ପହଞ୍ଚାଇବାକୁ ଚେଷ୍ଟା କରନ୍ତି ।

କରୋନା କାଳରେ ଗରୀବ ଲୋକଙ୍କ ଭଗବାନ ସାଜିଥିବା ସୋନୁ ସୁଦଙ୍କ ମହାନତା ପୁଣିଥରେ ସାମ୍ନାକୁ ଆସିଛି, ଯାହା ପୁଣିଥରେ ସମସ୍ତଙ୍କ ହୃଦୟ ଜିତି ନେଇଛି । ବାସ୍ତବରେ ସୋନୁ ସୁଦ ବିହାର ନବାଦାର ଅଢେ଼ଇ ବର୍ଷୀୟ ଶିଶୁର ସାହାଯ୍ୟ ପାଇଁ ଆଗକୁ ଆସିଛନ୍ତି ।

କହିରଖୁଛୁ ଯେ ଏହି ଶିଶୁର ଜନ୍ମରୁ ହିଁ ଚାରୋଟି ହାତ ଏବଂ ଚାରୋଟି ଗୋଡ଼ ଅଛି । ପିଲାଟିର ମା ବାପା ଆର୍ଥିକ ରୂପରେ ଦୁର୍ବଳ ଥିବାରୁ ନିଜ ସନ୍ତାନର ଚିକିତ୍ସା କରି ପାରିନାହାଁନ୍ତି । ତେଣୁ ଏମିତିରେ ସୋନୁ ସୁଦଙ୍କ ସାହାରା ମିଳି ଯାଇଛି । ଅଭିନେତା ସୋନୁ ସୁଦ ଏହି ପିଲାଟିର ଚିକିତ୍ସା ମଧ୍ୟ ଆରମ୍ଭ କରାଇଛନ୍ତି ।

ସୂଚନା ଅନୁଯାୟୀ ନବାଦା ଜିଲ୍ଲାର ନିବାସୀ ବସନ୍ତ ପାସୱାନଙ୍କ ଝିଅର ନାମ ଚୌମୁଖୀ, ଯାହାର ବୟସ ଅଢେ଼ଇ ବର୍ଷ ଅଟେ । ଏହି ନିରୀହ ପିଲାଟି ଜନ୍ମରୁ ହିଁ ଚାରି ହାତ ଏବଂ ଚାରି ଗୋଡ଼ ସହିତ ହୋଇଥିଲା । ଏପଟେ ମାତା ପିତା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବାରୁ ପିଲାଟିର ଚିକିତ୍ସା ଭଲ ହସ୍ପିଟାଲରେ କରିବାକୁ ସକ୍ଷମ ନଥିଲେ ।

ମାତା ପିତା ନିଜ ପିଲାର ଚିକିତ୍ସା ପାଇଁ ଅନେକ ଚେଷ୍ଟା ସତ୍ତ୍ୱେ ବି କେହି ସହାୟତା କରି ନଥିଲେ । ନିଜ ପିଲାର ଚିକିତ୍ସାକୁ ନେଇ ପିତା ଖୁବ ଚିନ୍ତିତ ଥିଲେ, ସେହି ସମୟରେ ସୋନୁ ସୁଦଙ୍କ ସାହାଯ୍ୟ ପୀଡ଼ିତ ପରିବାର ଠାରେ ପହଞ୍ଚି ଥିଲା । ଏବେ ସୋନୁ ସୁଦଙ୍କ ସାହାଯ୍ୟ କରିବା କଥା ଜାଣିବା ପରେ ଯେକେହିବି ସାହାଯ୍ୟର ହାତ ବଢ଼ାଇଛନ୍ତି ।

କହିରଖୁଛୁ ଯେ ଏହି ନିହିର ପିଲାଟି ଚାରୋଟି ହାତ ଏବଂ ଗୋଡ଼ ସହିତ ନିଜର ଜୀବନ ବିତାଉଛି । ବର୍ତ୍ତମାନ ଏହା ଦେଖିବାକୁ ଅନେକ ଲୋକଙ୍କ ଭିଡ଼ ଲାଗୁଛି । ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଏହି କୁନି ପିଲାଟି ମାସୁମକୁ ଦେଖିଲେ ଗାଁ ଲୋକେ ଭୟଭୀତ ହୋଇ ଯାଉଥିଲେ ।

ନିଜେ ମାସୁମ ନା କାହା ସହିତ ଖେଳି ପାରୁଥିଲା ତା କାହା ସହିତ କଥା ହୋଇ ପାରୁଥିଲା । ପିଲାଟିର ବାପା ମଜୁରୀ ଲାଗି ପରିବାରର ପେଟ ପ୍ରତିପୋଷଣ କରନ୍ତି । ତେଣୁ ତାଙ୍କ ପାଖରେ ଏତେ ଟଙ୍କା ନଥିଲା ଯେ ସେ ନିଜ ସନ୍ତାନର ଚିକିତ୍ସା କୌଣସି ବଡ଼ ହସ୍ପିଟାଲରେ କରି ପାରିବେ । କିନ୍ତୁ ବର୍ତ୍ତମାନ ସୋନୁ ସୁଦଙ୍କ ସାହାରା ମିଳିଯାଇଛି ।

ସୋନୁ ସୁଦ ପୁଣିଥରେ ଗରୀବଙ୍କ ଭଗବାନ :-

ସୋନୁ ସୁଦ ପିଲାଟିର ସାହାଯ୍ୟ ପାଇଁ ସାମ୍ନାକୁ ଆସିଛନ୍ତି । ସୋନୁ ସୁଦ ଡାକ୍ତର ଚିକିତ୍ସା କରୁଥିବାର ଏକ ଫୋଟ ମଧ୍ୟ ସେୟାର କରିଛନ୍ତି । ଅଭିନେତା ଜଣକ ଟ୍ୱିଟ କରି ଲେଖିଛନ୍ତି ଯେ ” ଟେନସନ ନିଅନ୍ତୁ ନାହିଁ ଚିକିତ୍ସା ଆରମ୍ଭ ହୋଇ ଯାଇଛି । କେବଳ ବର୍ତ୍ତମାନ ପ୍ରାର୍ଥନା କରନ୍ତୁ । ” ସୋନୁ ସୁଦଙ୍କ ଦ୍ଵାରା କରାଯାଇଥିବା ଟ୍ୱିଟ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ସମସ୍ତେ ଅଭିନେତାଙ୍କ ପ୍ରଶଂସା କରିବାରେ ଲାଗିଛନ୍ତି ।

ପୁଣି ପିତା ବସନ୍ତ ପାସବାନ କହିଛନ୍ତି ଯେ ସେ ଥରେ ନିଜ ଝିଅର ଚିକିତ୍ସା ପାଇଁ ଏକ ହସ୍ପିଟାଲକୁ ଯାଇଥିଲେ । କିନ୍ତୁ ଡାକ୍ତର ଅପରେସନ କରିବାକୁ ମନା କରି ଦେଇଥିଲେ । ତେଣୁ ସେ ନିରାଶ ହୋଇ ଘରକୁ ଫେରି ଆସିଲେ । କିନ୍ତୁ ବର୍ତ୍ତମାନ ମାସୁମ ଅନ୍ୟ ପିଲାଙ୍କ ଭକି ଖେଳି ପାରିବ । କହୁରଖୁଛୁ ଯେ ସୋନୁ ସୁଦ ଟ୍ୱିଟ କରିବା ମାତ୍ରେ ହିଁ ପୀଡ଼ିତ ପରିବାରଙ୍କ ଘରର ଅଢେ଼ଇ ବର୍ଷ ପିଲାର ସାହାଯ୍ୟ କରିବାକୁ ଚାହୁଁଥିବା ଲୋକଙ୍କ ଭିଡ଼ ଲାଗିଥିଲା । ଅନେକ ଲୋକ ସାହାଯ୍ୟର ହାତ ମଧ୍ୟ ବଢ଼ାଇଛନ୍ତି ।

Leave a Reply

Your email address will not be published. Required fields are marked *