ଏମିତି କୌଶଳ ଆଗରେ ସବୁ ବିଫଳ, ଝିଅ କୁ ଜଣାନଥିଲା କି କ୍ୟାମେରା ସବୁ ଦେଖୁଛି…: ଦେଖନ୍ତୁ ଭିଡ଼ିଓ

କୁହାଯାଏ ମଣିଷର ବୁଦ୍ଧି ଆଗରେ ସବୁ ହାର୍ ମାନିଯାଏ । ଆଉ ଏହି ମଣିଷର ବୁଦ୍ଧି ପାଇଁ ହିଁ ଆଜି ଦୁନିଆଁ ଏତେ ଆଗରେ ପହଞ୍ଚିଲାଣି । ବିଜ୍ଞାନ ଏତେ ଆଗକୁ ଗଲାଣି ଆଉ ଯୁଗ ମଧ୍ୟ ଆଗେଇଲାଣି । ମଣିଷ ନିଜର ମସ୍ତିଷ୍କର ଉପଯୋଗ କରି ଦିନକୁ ଦିନ ଅନେକ ନୂତନ କୌଶଳ ତିଆରି କରୁଛି । ଆଉ ସେହି କୌଶଳ ଗୁଡିକ ଉପାୟରେ ମଣିଷ ୧୦ ବର୍ଷ ଆଗକୁ ଯାଇପାରୁଛି । ତେବେ ଏସବୁ ବ୍ୟତୀତ ଆଜି ଆମେ ମଣିଷର ଚୋରୀ କୌଶଳ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ବାଃ ବାଃ ରେ ମଣିଷ , ତୋର କେତେ ବୁଦ୍ଧି ।

ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ଚୋର ମାନଙ୍କର ଚୋରୀ କରିବା ଉପାୟ ବିଷୟରେ କହିବୁ , ଯାହାକୁ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ । ଦୁନିଆଁରେ ଏଭଳି କିଛି ଚୋର ଥାଆନ୍ତି , ଯେଉଁମାନଙ୍କ ମୂର୍ଖାମୀ ଆଗରେ ସମସ୍ତେ ବିଫଳ ହୋଇଯାଆନ୍ତି । ତେବେ ଏହି ଚୋର ମାନଙ୍କର ଚୋରି କରିବା ଷ୍ଟାଇଲ ବେଶ ନିଆରା , ଯାହାକୁ ଆପଣ ଦେଖିଲେ ହସି ହସି ଗଡିଯିବେ । ତେବେ ଆସନ୍ତୁ ଏଭଳି କିଛି ଭିଡ଼ିଓ ଉପରେ ନଜର ପକାଇବା ।

ତେବେ ସୂଚନା ମୁତାବିକ , ଚୀନର ଏକ ରେଷ୍ଟୁରାଣ୍ଟରେ ଦୁଇଟି ଝିଅ ବସିଥିଲେ । ତେବେ ଏହି ସମୟରେ ସେମାନଙ୍କ ପାଖକୁ ଗୋଟିଏ ଝିଅ ଆସିଲା ଆଉ ସେମାନଙ୍କୁ ଗୋଟିଏ କାଗଜ ଦେଖାଇଲା । ଝିଅଟିକୁ ଦେଖିଲେ ସତେ ଯେମିତି ଲାଗିବ ସେ କିଛି ଜିନିଷ ବିକ୍ରି କରୁଛି । ଆଉ ଏହାପରେ ସେ କିଛି ସମୟ ପରେ ସେଠାରୁ ଚାଲି ଯାଉଛି । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଯେ , ଏହି ସମୟ ମଧ୍ୟରେ ସେ ସେହି ସ୍ଥାନରୁ ଗୋଟିଏ ମୋବାଇଲ ଚୋରି କରି ନେଇଯାଇଛି । ବାସ୍ତବରେ ସେ ଝିଅ ମାନଙ୍କୁ କାଗଜ ଦେଖାଉଥିବା ସମୟରେ ସେଠାରେ ରହିଥିବା ମୋବାଇଲକୁ କାଗଜ ସାହାଯ୍ୟରେ ଚୋରାଇ ନେଇଛି । ଯାହା ବିଷୟରେ ସେଠାରେ ରହିଥିବା ଝିଅ ମାନେ ଆଦୌ ଜାଣି ପାରୁନାହାଁନ୍ତି ।

ଆଉ ଏକ ଭିଡିଓରେ ମଧ୍ୟ ଦେଖା ଯାଇପାରିବ କି , ଜଣେ ବ୍ୟକ୍ତି କ୍ଷୀର ନେବା ପାଇଁ ଗୋଟିଏ ଦୋକାନକୁ ଯାଇଛନ୍ତି । ଆଉ କ୍ଷୀର ନେଇ ସାରି ତାକୁ ବ୍ୟାଗ ଭିତରେ ଭର୍ତ୍ତି କରୁଥିବା ସମୟରେ ପାଖରେ ଛିଡା ହୋଇଥିବା ଜଣେ ଚୋର ତାଙ୍କର ବ୍ୟାଗ ତଳୁ ଥିବା ମୋବାଇଲକୁ ଉଠାଇ ନେଉଛନ୍ତି । ତେବେ ଏ ବିଷୟରେ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ଭାବରେ ଅଜ୍ଞାତ ଅଛନ୍ତି ।

ଅନ୍ୟ ଏକ ଭିଡିଓରେ ଦେଖିପାରିବେ କି , ବ୍ୟକ୍ତି ଜଣକ ବ୍ୟାଙ୍କରୁ ଆସିବା ବାଟ ସାରା ଚାରି ଜଣ ବ୍ୟକ୍ତି ତାଙ୍କ ପିଛା କରୁଛନ୍ତି । ତେବେ ବ୍ୟକ୍ତି ଜଣକ ଘର ବାହାରେ ପହଞ୍ଚିବା ମାତ୍ରକେ ବାଇକରେ ଆସୁଥିବା ସ୍ୱାମୀ ସ୍ତ୍ରୀ ଠିକଣା ପଚାରିବା ବାହାନାରେ ତାଙ୍କର ଧ୍ୟାନ ଅନ୍ୟ ଆଡ଼କୁ କରି ଦେଉଛନ୍ତି । ତେବେ ବାଇକରେ ଜଣେ ସ୍ତ୍ରୀ ଲୋକ ଥିବାରୁ ବ୍ୟକ୍ତି ଜଣକ ଆଦୌ ସନ୍ଦେହ କରୁନାହାଁନ୍ତି । ତେବେ ଅନ୍ୟପକ୍ଷରେ ପଛରୁ ଗୋଟିଏ ବାଇକ ଆସି ବ୍ୟକ୍ତିଙ୍କୁ ଘେରିଗଲା । ଯାହାଫଳରେ ବ୍ୟକ୍ତି ଜଣକ ନିଜ ବାଇକକୁ ଆଉ ଦେଖି ପରିଲେନାହିଁ । ଆଉ ଏହାରି ମଧ୍ୟରେ ଜଣେ ବ୍ୟକ୍ତି ଟଙ୍କା ନେଇ ଫେରାର ହୋଇଗଲେ । ତେବେ ଏହାପରେ ଜଣେ ପଡୋଶୀ ଏ ବିଷୟରେ ବ୍ୟକ୍ତିଙ୍କୁ ଜଣାଇବା ଯାଏଁ କଥା ବହୁତ ଆଗକୁ ବଢି ଯାଇଥିଲା ।

ତେ


ବେ ଏହି ଶେଷ ଭିଡିଓଟି ଅତ୍ୟନ୍ତ ମଜାଦାୟକ ଅଟେ । ଯାହାକୁ ଦେଖି ଆପଣ ପେଟ ଧରି ହସିବାକୁ ଲାଗିବେ । କାହିଁକି ନା କୋଲକାତାର ଜଣେ ଚାକରାଣୀ ନିଜ ମାଲିକାଣିର ଅନୁପସ୍ଥିତିରେ ତାଙ୍କ ବ୍ୟାଗରୁ ଟଙ୍କା ଚୋରେଇ ନେଇଯାଉଛି । ତେବେ ସିସିଟିଭି କ୍ୟାମେରାରେ ଏସବୁ କଏଦ ହୋଇଥିବା କଥା ସେ ଆଦୌ ଜାଣି ପାରୁନାହିଁ ।

Leave a Reply

Your email address will not be published. Required fields are marked *