ଥିଲେ ଝିଅ ଅପରେସନ କରି ହେଲେ ପୁଅ। ସୁମନ ଲିଙ୍ଗ ପରିବର୍ତ୍ତନ କରି କାହିଁକି ଝିଅରୁ ପୁଅ ହେଲେ ଜାଣନ୍ତୁ ….

ସୁମନ ଜଣେ ଝିଅ ଥିଲେ ହେଲେ ବର୍ତ୍ତମାନ ସେ ଝିଅରୁ ପୁଅ ହୋଇଯାଇଛନ୍ତି। ଏ କଥା ଶୁଣି ଆପଣଙ୍କୁ ବୋଧେ ହୁଏ ଟିକିଏ ଅଡୁଆ ଲାଗୁଥିବ ହେଲେ ଏହା କିନ୍ତୁ ବାସ୍ତବରେ ସତ୍ୟ। ସୁମନ ବଖାଣିଛନ୍ତି ତାଙ୍କ ଏହି ନିଜ କାହାଣୀର କଥା ସେ କିପରି ଝିଅରୁ ପୁଅ ହେଲେ ଏଥିପାଇଁ ତାଙ୍କୁ କଣ କରିବାକୁ ପଡିଛି। ଏ ସମସ୍ତ କଥା ସୁମନ ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟାରେ କହିଛନ୍ତି।

ସୁମନ କହିଛନ୍ତି ତାଙ୍କ ଶରୀର ଝିଅ ଥିଲା ହେଲେ କିନ୍ତୁ ମନ,କାମ,ଚାଲି,ଚଳଣି,ଆଚାର,ବ୍ୟବହାର, ସବୁକିଛି ପୁଅଙ୍କ ପରି ଥିଲା ଏମିତିକି ସେ ଝିଅ ଥିବା ସମୟରେ ମଧ୍ୟ ସେ ପୁଅଙ୍କ ପ୍ରତି ଆକର୍ଷିତ ନହୋଇ ସେ ଝିଅଙ୍କ ପ୍ରତି ଆକର୍ଷିତ ହୋଇଥିଲେ। ତେବେ ସେ କୁହନ୍ତିକି ଯେତେବେଳେ ସୁମନ ଛୋଟ ଥିଲେ ତାଙ୍କୁ ଝିଅଙ୍କ ଡ୍ରେସ ପିନ୍ଧିବାକୁ ଭଲ ଲାଗେ ନାହିଁ ସେ ପୁଅଙ୍କ ଡ୍ରେସ ପିନ୍ଧନ୍ତି। ପୁଅଙ୍କ ସାଙ୍ଗ ହୁଅନ୍ତି ଝିଅଙ୍କ ପ୍ରତି ତାଙ୍କର ଫିଲିଙ୍ଗସ ଆସେ। ତେବେ ନିଜକୁ ନିଜ ଭିତରେ ସୁମନ ସବୁବେଳେ ଗୋଟେ ପୁଅ ରୂପରେ ହିଁ ପାଉଥିଲେ ଆଉ ଯେତେବେଳେ ସେ ସମାଜ ଆଗରେ ନିଜକୁ ଝିଅ ବୋଲି ଦେଖାଇ ହେଉଥିଲେ କେଉଁଠି ନା କେଉଁଠି ସେ ନିଜ ଭିତରେ ଏକ ପ୍ରକାର ଜଳୁଥିଲେ।

ତେବେ ଏହା ମଧ୍ୟରୁ ମୁକ୍ତି ପାଇବାକୁ ସେ ମାନସିକ ସ୍ତରରେ ଯାହା ଶାରୀରିକ ସ୍ତରରେ ସେଇଆ ହେବା ପାଇଁ ବା ସେ ମାନସିକ ସ୍ତରରେ ଯେଉଁଭଳି ନିଜକୁ ପୁଅ ଭଳି ଅନୁଭବ କରୁଛନ୍ତି ଶାରୀରିକ ସ୍ତରରେ ମଧ୍ୟ ସେ ପୁଅ ହୁଅନ୍ତୁ ବୋଲି ଚାହୁଁଥିଲେ। ଓ ଏଥି ପାଇଁ ସୁମନ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ମାତ୍ର ପରିବାର ଲୋକେ ସୁମାନଙ୍କ ଏହି କଥାକୁ ସହଜରେ ଗ୍ରହଣ କରିପାରିନଥିଲେ। ସୁମନ କୁହନ୍ତି ସମାଜରେ ତାଙ୍କ ପରି ଅନେକ ଜଣ ଅଛନ୍ତି ଯିଏ ମୁହଁ ଖୋଲି ସମାଜ ଆଗରେ କହି ପାରନ୍ତି ନାହିଁ ବୋଧେ ହୁଏ ସେମାନଙ୍କର କୌଣସି ସମସ୍ୟା ଥାଏ ମାତ୍ର ନିଜ ଭିତରେ ସେମାନେ ଜଳି ଜଳି ଜୀବନ ବିତାଉ ଥାନ୍ତି।

ତେବେ ଯେତେବେଳେ ସୁମାନଙ୍କ ବିବାହ ବୟସ ହେଲା ସେତେବେଳେ ସୁମନଙ୍କ ପରିବାର ଲୋକେ ବିବାହ ପାଇଁ ସୁମନଙ୍କୁ ଜଣାଇଲେ ସେତେବେଳେ ସୁମନ ସିଧାସଳଖ ପରିବାର ଲୋକଙ୍କୁ ମନା କରିଦେଇଥିଲେ କି ଆଉ ଗୋଟେ ପୁଅକୁ ସେ କେବେ ହେଲେ ବିବାହ କରିପାରିବେ ନାହିଁ। ଆଉ ଗୋଟେ ପୁଅ ସହ ସାରା ଜୀବନ କାଟି ପାରିବେ ନାହିଁ। ଯେହେତୁ ସେ ନିଜକୁ ଜଣେ ପୁଅ ପରି ଅନୁଭବ କରୁଥିଲେ ସେତେବେଳେ ସେ ଆଉ ଗୋଟେ ପୁଅକୁ ବିବାହ କରି କେବେ ହେଲେ ସଂସାର କରି ପାରିବେ ନାହିଁ ବୋଲି ପରିବାର ଲୋକଙ୍କୁ ଜଣାଇଥିଲେ। ସୁମାନଙ୍କ କହିବା ଅନୁଯାୟୀ ଯଦି ପରିବାର ଲୋକେ ସେହି ସମୟରେ କହିଥାନ୍ତେ କି ପୁଅ ନୁହେଁ ଝିଅକୁ ବିବାହ କରିବାକୁ ତେବେ ସୁମନ ଖୁସିରେ ରାଜି ହୋଇଯାଇଥାନ୍ତେ।

ଯେତେବେଳେ ଏମିତି କିଛି ସୁମାନଙ୍କ ଜୀବନରେ ଘଟିଥିଲା ସୁମନ ସବୁବେଳେ ଚିନ୍ତା କରୁଥିଲେ ସେ କିପରି ପୁଅ ହେବେ ବୋଲି ଓ ପରେ ସେ ନିଷ୍ପତ୍ତି ନେଇଥିଲେ କି ନାଇ ସେ ଝିଅରୁ ପୁଅ ହୋଇଯିବେ। ଓ ଏଥିପାଇଁ ସେ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ଅନେକ ଦିନର ସଂଘର୍ଷ ପରେ ସୁମନ ବର୍ତ୍ତମାନ ଝିଅରୁ ପୁଅ ହୋଇଯାଇଛନ୍ତି। ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଛି।ଏହି ଅପରସନ ପାଇଁ ୬ ରୁ ୭ ଲକ୍ଷ ଟଙ୍କା ଲାଗେ ତେବେ ଏହା ସବୁଆଡେ ହେଉଥିବା ବେଳେ ଏହି ଅପରସେନ ଆମ ଓଡିଶାରେ ମଧ୍ୟ ହୋଇପାରୁଛି ବୋଲି ସୁମନ କହିଛନ୍ତି।

Leave a Reply

Your email address will not be published. Required fields are marked *