କେଉଁ ଆଡେ ଗଲା ବୃଦ୍ଧଙ୍କୁ ଗିଳିଥିବା ଅଜଗର ସାପ !!

ବଡ଼ ପେଟ କରି ସୋଇରହିଥିବା ଅଜଗର ସାପ କେଉଁ ଆଡେ ଚାଲିଯାଇଛି। ଅଜଗର ସାପକୁ ନେଇ ଯେଉଁ ଚର୍ଚ୍ଚା ଲାଗିରହିଥିଲା କି ଅଜଗର ସାପ ଏକ ବୃଦ୍ଧଙ୍କୁ ଗିଳି ଦେଇଛି ସେହି ଅଜଗର ଏବେ କେଉଁ ଆଡେ ଚାଲିଯାଇଥିବା ବେଳେ ବୃଦ୍ଧ ଜଣଙ୍କ ମଧ୍ୟ ନିଖୋଜ ଅଛନ୍ତି। କିଏ କଣ କହୁଛି କିଛି ବୁଝା ପଡୁନି। କିଏ କହୁଛି ଅଜଗର ପେଟରେ ବୃଦ୍ଧ ଅଛନ୍ତି ତ ଆଉ କିଏ କହୁଛି ଅଜଗର ପେଟରେ କୌଣସି ବଡ଼ ପଶୁ ଅଛି।

ଏହି ପରି ଅନେକ କଥା କୁହାଯାଉଥିବା ବେଳେ ଏବେ ସାମ୍ନାକୁ ଆସିଛି ଏକ ଆସ୍ତର୍ଯ୍ୟ ଜନକ ଘଟଣା କି ଯେଉଁ ଜାଗାରେ ବିରାଟ ଅଜଗର ସାପ ସୋଇ ରହିଥିଲା ବଡ଼ ପେଟ କରି ସେହି ସ୍ଥାନରୁ ଅଜଗର କେଉଁ ଆଡେ ଚାଲିଯାଇଛି। ତେବେ ବନ ବିଭାଗ କର୍ମଚାରୀ ସେହି ସ୍ଥାନକୁ ସାଧାରଣ ଲୋକଙ୍କୁ ଛାଡୁନଥିବା ବେଳେ ଏବେ ପ୍ରଶ୍ନ ଉଠୁଛି କି ଅଜଗର କେଉଁ ଆଡେ ଚାଲିଗଲା। ଯଦି ଏତେ ବଡ଼ ପେଟ କରି ଅଜଗର ବେଶି ବାଟ ଯାଇ ପାରିବନି ବୋଲି କୁହାଯାଉଥିଲା ତେବେ ବର୍ତ୍ତମାନ ସେହି ସ୍ଥାନରୁ ଅଜଗର କେଉଁ ଆଡେ ଗଲା କେମିତି।

ସେପଟେ ବୟସର ଅପରାହ୍ନରେ ପହଁଚିଥିବା ନିଖୋଜ ବୃଦ୍ଧଙ୍କ ସ୍ତ୍ରୀ ଆଖିରୁ ଶୁଖୁନି ଲୁହ। ସ୍ତ୍ରୀ କହୁଛନ୍ତି ଯଦି ମୋ ସ୍ୱାମୀଙ୍କୁ ଅଜଗର ଗିଲିନାହିଁ ମୋ ସ୍ୱାମୀ ପାଞ୍ଚ ଦିନ ହେଲାଣି କେଉଁ ଆଡେ ଅଛନ୍ତି ମୋ ସ୍ୱାମୀଙ୍କୁ ଖୋଜି ଆଣି ମତେ ଦିଅ। ମୁଁ ମୋ ସ୍ୱାମୀଙ୍କୁ ପାଞ୍ଚ ଦିନ ହେଲାଣି ଦେଖିନି। ଏମିତି କହି ଭୋ ଭୋ ହୋଇ କାନ୍ଦୁଛନ୍ତି ନିଖୋଜ ବୃଦ୍ଧଙ୍କ ସ୍ତ୍ରୀ। ସେପଟେ ଏହି ଘଟଣାକୁ ଫରେଷ୍ଟ ଗାର୍ଡ ଖଣ୍ଡନ କରିଥିବା ବେଳେ ଫରେଷ୍ଟ ଗାର୍ଡ କହିଛନ୍ତି କି ମୋ ଏତେ ଦିନର ଅଭିଜ୍ଞତା ଭିତରେ ଅଜଗର କେବେ ହେଲେ ବୃଦ୍ଧଙ୍କୁ ଗିଳି ନାହିଁ।

କାରଣ ଯେଉଁ ସ୍ଥାନରୁ ବୃଦ୍ଧଙ୍କ ଗାଡି ମିଳିଛି ଯେଉଁ ସ୍ଥାନରେ ବୃଦ୍ଧଙ୍କର ଦୃଘଟଣା ଘଟିଛି ସେହି ସ୍ଥାନରୁ ଅଜଗର ସୋଇଥିବା ସ୍ଥାନର ଦୂରତା ପାଖାପାଖି ବାରସହ ମିଟର ହେବ ତେବେ ଅଜଗର ଏକ ମଣିଷକୁ ଯଦି ଗିଲିଥାନ୍ତା ସେ କେବେ ହେଲେ ଏତେ ଦୂର ଯାଇ ପାରିନଥାନ୍ତା। ତେବେ ସେ ମଣିଷ ନୁହେଁ କୌଣସି ଏକ ବାରହା କିମ୍ବା ଜଙ୍ଗକି ପଶୁଙ୍କୁ ଗିଲିଛି ବୋଲି ଫରେଷ୍ଟ ଗାର୍ଡ କହିଛନ୍ତି।

ଆଜି ମଧ୍ୟ ଯେତେବେଳେ ଅଜଗର ନିକଟକୁ କିଛି ତଦନ୍ତକାରୀ ଟିମ ଯାଉଥିଲେ ସେହି ସମୟରେ ସେମାନେ ମଧ୍ୟ ଅଜଗର ଥିବା ସ୍ଥାନରେ ପହଞ୍ଚିବା ପୂର୍ବରୁ ଭିଡ଼ିଓରେ କହିଥିଲେ କି ଯେଉଁ ରାସ୍ତାରେ ବୃଦ୍ଧଙ୍କର ଗାଡି ପଡିଛି ସେହି ରାସ୍ତାରୁ ଅଜଗର ସୋଇଥିବା ପାହାଡ଼ ଉପରକୁ ଏକ ମଣିଷକୁ ଗିଳି ଅଜଗର ଯିବା କେବେ ହେଲେ ସମ୍ଭବ ନୁହେଁ। ଯେଉଁ ରାସ୍ତାରେ ଜଣେ ମଣିଷ ଯିବାକୁ ଅନେକ କଷ୍ଟ ହେଉଛି ସେହି ରାସ୍ତା ଦେଇ ଅଜଗର କେବେ ଯାଇ ନପାରେ।

ତେବେ ଏମିତି ଅନେକ କଳ୍ପନା ଜଳ୍ପନା ଭିତରେ ଏବେ ସାମ୍ନାକୁ ଆସିଛି କି ଯେଉଁ ଜାଗାରେ ଅଜଗର ସୋଇରହିଥିଲା ସେହି ସ୍ଥାନରୁ ଅଜଗର କେଉଁ ଆଡେ ଚାଲିଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେଉଁଠି ଫରେଷ୍ଟ ଗାର୍ଡ କହୁଥିଲେ ଅଜଗର ଏତେ ବଡ଼ ଜିନିଷ କିଛି ଖାଇଲେ ଚାଲି ପାରି ବେସି ଦୂର ଯାଇ ପାରିବ ନାହିଁ ସେହିଭଳି ପରିସ୍ଥିତିରେ କିପରି ଅଜଗର ଏବେ କେଉଁ ଆଡେ ଚାଲିଗଲା ? ତେବେ ଏହି ଘଟଣା ଅନେକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କେବେ ଏହି ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ। କେବେ ନିଖୋଜ ବୃଦ୍ଧ ମିଳିବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *