ଆସିଲା କୋର୍ଟର ବଡ଼ ନିଷ୍ପତ୍ତି , ଝିଅର ମୃତ୍ୟୁ ପରେ ପିତାଙ୍କର ସମ୍ପତ୍ତିରେ ଜ୍ବାଇଁ ଏବଂ ନାତିଙ୍କ ଅଧିକାର

ଆମ ଭାରତର ନୀତି ନିୟମ ପ୍ରାୟତଃ ଅନେକ ସମୟରେ ପରିବର୍ତ୍ତନ ହୋଇଥାଏ । ତେବେ ଏହି ନୀତି ନିୟମରେ କୌଣସି ପରିବର୍ତ୍ତନ ହେଲେ ହାଇକୋର୍ଟ ଦ୍ୱାରା ଏହାର ଶୁଣାଣି ମଧ୍ୟ କରା ଯାଇଥାଏ । ଯାହାଦ୍ୱାରା ଲୋକମାନେ ନିୟମ ବିଷୟରେ ଅବଗତ ହୋଇ ପାରିଥାନ୍ତି । ତେବେ ଖାଲି ଭାରତ ନୁହେଁ ବରଂ ଚାରିଆଡ଼େ ମଧ୍ୟ କିଛି ନୀତିନିୟମରେ ପରିବର୍ତ୍ତନ ହେଲେ କୋର୍ଟ ଦ୍ୱାରା ଶୁଣାଣି ହୋଇଥାଏ । ତେବେ ନିକଟରେ କୋର୍ଟ ଦ୍ୱାରା ଏଭଳି ଏକ ଶୁଣାଣି କରାଯାଇଛି , ଯାହା ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଅଟେ ।

ତେବେ ସୂଚନା ଅନୁଯାୟୀ , ଦିଲ୍ଲୀ କୋର୍ଟ ଏକ ବଡ଼ ରାୟର ଶୁଣାଣି କରିଛନ୍ତି । ଗୁରୁବାର ଦିନ ସମ୍ପତ୍ତି ବିବାଦରେ କୋର୍ଟ ଦ୍ୱାରା ଏକ ନିଷ୍ପତ୍ତି ଶୁଣାଯାଇଛି । କୋର୍ଟର ଶୁଣାଣି ମୁତାବିକ , ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ବାଇଁ ଏବଂ ନାତିଙ୍କର ମଧ୍ୟ ଅଧିକାର ରହିବ । ତେବେ କୋର୍ଟ ନିଜ ନିଷ୍ପତ୍ତି ଶୁଣାଇବା ସହ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷଙ୍କୁ ସମ୍ପତ୍ତି ବିକ୍ରି କିମ୍ବା କୌଣସି ଅନ୍ୟ ଅଧିକାରୀକୁ ସ୍ଥଗିତ କରାଯାଇଛି ।

ସୂଚନା ମୁତାବିକ , ଗୁରୁବାର ଦିନ ଦିଲ୍ଲୀର ସାକେତ ସ୍ଥିତ ନରେଶ କୁମାର ଲାକାର କୋର୍ଟରେ ସମ୍ପତ୍ତି ବିବାଦ ଉପରେ ଏକ ବଡ଼ ନିଷ୍ପତ୍ତି ଶୁଣା ଯାଇଥିଲା । ତେବେ ଏହି ଶୁଣାଣି ଅନୁଯାୟୀ , କୋର୍ଟ ଏକ ନିଷ୍ପତ୍ତି ଦେଇଛନ୍ତି । ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ , ଭଣଜା ନିଜର ଦୁଇ ମାମୁଁଙ୍କ ବିରୁଦ୍ଧରେ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ସେମାନେ ଜଣାଇଥିଲେ କି , ସେମାନଙ୍କ ମାମୁଁ ମାନଙ୍କ ଦ୍ୱାରା ସେମାନଙ୍କୁ ନିଜର ଅଜାଙ୍କର ସମ୍ପତ୍ତିରୁ କୌଣସି ଭାଗ ଦିଆ ଯାଉନାହିଁ ।

ତେବେ ଏହି କଥାର ଶୁଣାଣି ଜଣାଇ କୋର୍ଟ କହିଥିଲେ କି , ଝିଅର ମୃତ୍ୟୁ ପରେ ତାଙ୍କ ପିତାଙ୍କର ସମ୍ପତ୍ତି ଉପରେ ଝିଅର ପିଲାମାନଙ୍କର ତଥା ସ୍ୱାମୀଙ୍କର ମଧ୍ୟ ଅଧିକାର ରହିବ । ଏହାବ୍ୟତୀତ ସମ୍ପତ୍ତିରେ ଭାଗ ବାଣ୍ଟ ନ ହେବା ପର୍ଯ୍ୟନ୍ତ କୌଣସି ଦ୍ଵିତୀୟ ପକ୍ଷକୁ ସମ୍ପତ୍ତି ଆଦୌ ବିକ୍ରି କରା ଯାଇପାରିବ ନାହିଁ । କୋର୍ଟ ଆହୁରିମଧ୍ୟ କହିଛନ୍ତି ଯେ , ଆବେଦନକାରୀଙ୍କର ମାଆ ତାଙ୍କ ପିତାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ଥିଲେ । ତେଣୁ ଏଭଳି ପରିସ୍ଥିତିରେ ଏକ ତୃତୀୟାଂଶ ଭାଗ ଉପରେ ତାଙ୍କର ଅଧିକାର ରହିବ । ତେବେ କୋର୍ଟ ଦ୍ୱାରା ସମ୍ପୃକ୍ତ କାର୍ଯ୍ୟାଳୟକୁ ସମ୍ପତ୍ତିର ଭାଗ ନିର୍ଧାରିତ କରିବାକୁ ଆଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *