ସୁମିତ ମତେ ବହୁତ ଶିଘ୍ର ଗ୍ରହଣ କରିବେ ଆମେ ପୁଣି ଏକାଠି ହେବୁ , ତପସ୍ଵିନୀ କଣ କହୁଛନ୍ତି ଦେଖନ୍ତୁ ଭିଡ଼ିଓ

ଓଡ଼ିଶାର ବହୁ ଚର୍ଚ୍ଚିତ କେସ ତାପସ୍ବିନୀ ଓ ସୁମିତଙ୍କ ବିଷୟରେ ଭଲ ଭାବରେ ଜାଣିଥିବେ। କଳାକାର ଯେପରି ଘରେ ଘରେ ପରିଚିତ ସେହିଭଳି ସୁମିତ ଏବଂ ତାପସ୍ବିନୀଙ୍କ ପାରିବାରିକ ବିବାଦ ମଧ୍ୟ ଘରେ ଘରେ ପରିଚିତ। ଜଣେ ଜୀବନ ସାଥୀ କରିବାକୁ ଜିଦ୍ ଧରି ଆଇନଗତ ଲଢେଇ ଜାରି ରଖିଥିବା ବେଳେ ଆଉ ଜଣେ କହୁଛି ଆମ ଦୁହିଁ ମନ ଆଉ ମିଶିବନି। ସେ ମୋତେ ବରବାଦ କରିଚାଲିଛି। ମୋ ପରିବାରକୁ ରାଜରାସ୍ତାକୁ ଆଣି ପକାଇଛି ନେଇ କୋର୍ଟରେ ଲଢେଇ କରୁଛନ୍ତି। ସୁମିତ ଏବଂ ତାପସ୍ୱିନୀଙ୍କ ପାରିବାରିକ ହାଇଡ୍ରାମା କମିବାର ନାମ ନେଉ ନାହିଁ।

ସ୍ୱାମୀଙ୍କୁ ପାଇବା ପାଇଁ ରାଜ ରାସ୍ତାକୁ ଓହ୍ଲେଇ ଆସିଥିବା ତାପସ୍ବିନୀ ଆଜି ମଧ୍ୟ ଏହି ଲଢେଇରେ ହାର ମାନି ନାହାଁନ୍ତି। ଜିଲ୍ଲା କୋର୍ଟରେ ଆରମ୍ଭ ହୋଇଥିବା ଲଢେଇ ବର୍ତ୍ତମାନ ଏହି ଲଢେଇ ହାଇକୋର୍ଟରେ ପହଞ୍ଚିଛି। ତାପସ୍ବିନୀ ଲଢେଇ କରି ଦେଖେଇ ଦେଇଛନ୍ତି ଯେ କୌଣସି ନାରୀ ଅବହେଳା ନୁହଁନ୍ତି। ଅନ୍ୟ ପୁରୁଷଙ୍କ ଭଳି ନାରୀ ମାନଙ୍କ ମଧ୍ୟ ହାତ ଅଛି, ଗୋଡ଼ ଅଛି ପାଟି ମଧ୍ୟ ଅଛି। ଅନ୍ୟାୟ ଘଟିଲେ ସେଥିପାଇଁ କିପରି ସ୍ୱର ଉଠା ଯାଏ ତାହା ତାପସ୍ବିନୀ ଶିକ୍ଷେଇ ଦେଉଛି।

ତେବେ ତାପସ୍ବିନୀ ଓ ସୁମିତ ପୁଣିଥରେ ଦୁହେଁ ଏକାଠି ହେବେ ବୋଲି ଆଶା ରଖିଛନ୍ତି ତାପସ୍ବିନୀ। ସେ କହିଛନ୍ତି ଖୁବ ଶୀଘ୍ର ସୁମିତ ତାଙ୍କୁ ଗ୍ରହଣ କରିବାକୁ ଯାଉଛନ୍ତି। ସୁମିତ ତାଙ୍କୁ ଗ୍ରହଣ କରିବେ ବୋଲି ସେ ଆଶା ଓ ବିଶ୍ୱାସ ସୁମିତଙ୍କ ଉପରେ ରହିଥିବା କହିଛନ୍ତି ତାପସ୍ବିନୀ। କେବଳ ସେତିକି ନୁହେଁ ତାଙ୍କର ନ୍ୟାୟାଳୟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ମଧ୍ୟ କହିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗତକାଲି ହୋଇଥିବା ଶୁଣାଣିରେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆସନ୍ତା ୯ ତାରିଖ ଦିନ ସୁମିତ ଓ ତାପସ୍ବିନୀଙ୍କ କାଉନସେଲିଂ ନିଆଯାଉ। ଏହାପରେ ଦୁହିଁଙ୍କୁ ଏକ ଭଡା ଘରେ ରଖି ସେମାନଙ୍କ ସମ୍ପର୍କ ଉପରେ ନଜର ରଖିବା ପାଇଁ ପ୍ରୋଟେକ୍ସନ ଅଫିସର ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଦୁହେଁ ଭଡା ଘରର ଭିଡ଼ିଓ କ୍ଲିପ କରି କୋର୍ଟରେ ଉପସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ୨୩ ତାରିଖ ଦିନ ତାର ପରବର୍ତ୍ତୀ ଶୁଣାଣି ହେବ।

ତେବେ ହାଇକୋର୍ଟଙ୍କ ଏଭଳି ଆଦେଶକୁ ସ୍ୱାଗତ କରିଛନ୍ତି ତାପସ୍ବିନୀ। ସେ ହାଇକୋର୍ଟଙ୍କ ରାୟରେ ଖୁସିଥିବା କହିଛନ୍ତି। ହାଇକୋର୍ଟଙ୍କ ଏହି ଦୁହିଁଙ୍କୁ ଆହୁରି ପାଖକୁ ନେଇ ଆସିବା ବୋଲି ବିଶ୍ୱାସ ରହିଛି। ତେବେ ଶାଶୁ ଶଶୁର କେତେଦୂର ଗ୍ରହଣ କରିବେ ସେ ବିଶ୍ୱାସ ଜୁଟେଇ ପାରି ନାହାନ୍ତି ତାପସ୍ବିନୀ।

Leave a Reply

Your email address will not be published. Required fields are marked *