ନନା ନମସ୍କାର ହୋଟେଲର ପ୍ରସିଦ୍ଧ ପିତ୍ତଳ ହାଣ୍ଡି ମଟନ , ମଟନ ବନାଇବା କୌଶଳ ଜାଣିଲେ ଆପଣ ବି ଖାଇବାକୁ ଚାହିଁବେ :-

ବର୍ତ୍ତମାନ ସମୟରେ ପୂର୍ବ ସମୟ ଭଳି ଖାଦ୍ୟ ସାମଗ୍ରୀ ରେ ଏତେ ସ୍ୱାଦ ନାହିଁ । ତାହାର ଏକମାତ୍ର କାରଣ ହେଉଛି ଅତ୍ୟାଧୁନିକ କାରଖାନାରେ ପ୍ରସ୍ତୁତ ହେଉଥିବା ମସଲା । ଯାହାକି ଶରୀର ପାଇଁ ମଧ୍ୟ କ୍ଷତିକାରକ ଅଟେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ବି ଆମ ରାଜ୍ୟରେ କିଛି ଲୋକ ନିଜ ଚଳଣି ଏବଂ ନିଜ ଖାଦ୍ୟ ପ୍ରସ୍ତୁତିର କୌଶଳକୁ ବଜାୟ ରଖିଛନ୍ତି ଯାହାର ଏକ ଜ୍ୱଳନ୍ତ ଆଜି ଆମେ ଆପଣଙ୍କ ନିକଟକୁ ନେଇ ଆସିଛୁ ।

ତେବେ ପୁରୀ ରୋଡ ଅର୍ଥାତ କଟକର ଏକ ପ୍ରସିଦ୍ଧ ମଟନ ହୋଟେଲ ଯାହାର ନାମ ନନା ନମସ୍କାର । ଏହି ହୋଟେଲର ସ୍ୱତନ୍ତ୍ରତା ମଟନ ପାଇଁ । ତେବେ ଏତେ ଲୋକପ୍ରିୟ ମଟନ ଭାବେ ପରିଚିତ ହୋଟେଲ କାହିଁକି ଏତେ ପ୍ରସିଦ୍ଧ ? ନନା ନମସ୍କାର ହୋଟେଲ ର ନାମ ଏପରି ରଖିବାର କାରଣ ବିଷୟରେ ସେଠାକାର ମାଲିକ ଅର୍ଥାତ ମଟନ ରୋଷେଇ କରୁଥିବା ଭାଇନା କହନ୍ତି ଆମ ପରମ୍ପରା ସହିତ ଏବଂ ଓଡ଼ିଶା ସହିତ ଏହି ନାମ ଠିକ ମାନୁଛି ଏବଂ ଲୋକଙ୍କୁ ମଧ୍ୟ ବେଶ ପସନ୍ଦ ଆସୁଛି । 

ମଟନ ରାନ୍ଧିବାର କୌଶଳ ବିଷୟରେ କହିବାକୁ ଗଲେ ସେଠାରେ ବର୍ତ୍ତମାନ ସମୟ ଭଳି ରୋଷେଇ ନହୋଇ ଓଡ଼ିଆ କୌଶଳ ଅନୁଯାୟୀ ଘରେ ତିଆରି ମସଲା ଉପଯୋଗ କରି ରୋଷେଇ ହୋଇଥାଏ । ଆଉ ତାସାଙ୍ଗକୁ ମଟନ ମଧ୍ୟ ଖାଣ୍ଟି । ହୋଟେଲର ଭାଇନା ମଧ୍ୟ କହନ୍ତି ଯଦି କେହିବି ମଟନ କୁ ଲାବୋରେଟୋରି ରେ ଏହା ପ୍ରମାଣିତ କରନ୍ତି ଯେ ମଟନ ଶୁଦ୍ଧ ନୁହେଁ ତେବେ ସେ ତାଙ୍କୁ ୫୦୦୦୦ ଟଙ୍କା ଦେବେ । ଭାଇନା ନିଜେ ମଧ୍ୟ ରୋଷେଇ କରନ୍ତି । କେବଳ ବିକ୍ରି ପାଇଁ ନୁହେଁ ମନ ଜିତିବା ପାଇଁ । 

ପାଣି ମିଶାଇବା ତ ଦୂରର କଥା , ବାସ୍ତବରେ ମଟନ ଯେମିତି ରୋଷେଇ ହୁଏ ସେତିକି ଧୌର୍ଯ୍ୟର ସହିତ ଲଗାତାର ୪ ଘଣ୍ଟା ଛିଡ଼ା ହୋଇ ନିଜେ ରୋଷେଇ କରନ୍ତି ଭାଇନା । ସେ କହନ୍ତି ୨୦ ଟଙ୍କା କ୍ଷତି ହେଲେ ତାଙ୍କର ଫରକ ପଡ଼ିବନି କିନ୍ତୁ ଯଦି ପାଣି ମିଶାଇ ଦିଅନ୍ତି ତେବେ ୫୦ ଟଙ୍କା କ୍ଷତି ହୋଇଯିବ । କାରଣ ଖୁବ ବୟସ୍କ ଲୋକ ପ୍ରତିଦିନ ତାଙ୍କ ହୋଟେଲ ରେ ଖାଇ ତାଙ୍କୁ ବେଶ ପ୍ରଶଂସା କରନ୍ତି କାରଣ ତାଙ୍କ ପିଲାବେଳର ମଟନ ସ୍ୱାଦ ତାଙ୍କୁ ଏହି ନନା ନମସ୍କାର ହୋଟେଲରୁ ହିଁ ମିଳିଥାଏ । 

ମଟନ ରୋଷେଇ ଯେଉଁଭଳି ତାକୁ ପରଶନ୍ତି ମଧ୍ୟ ସେହିପରି । କିନ୍ତୁ ସବୁଠାରୁ ଭଲ କଥା ଏହା ଯେ ମଟନ ରୋଷେଇ କାଠ ଚୁଲିରେ ଏବଂ ପିତ୍ତଳ ହାଣ୍ଡିରେ ହୋଇଥାଏ ଏବଂ ନିଜେ ଭାଇନା ରୋଷେଇ କରିଥାନ୍ତି । ତେବେ ଏପରି ସଫଳ ରୋଷେଇ ପଛରେ ଭାଇନାଙ୍କର ଆଉ ଏକ ସିକ୍ରେଟ ମସଲା ସାମିଲ ରହିଛି ଯାହାକୁ ସେ ଆଜି ପର୍ଯ୍ୟନ୍ତ କାହାକୁ କହନ୍ତି ନାହିଁ । ତେବେ ଯାହାବି ହେଉ ଲୋକେ ନନା ନମସ୍କାରର ମଟନ ଖାଇ ସବୁବେଳେ ପ୍ରଶଂସା ହିଁ କରିଥାନ୍ତି ।

Leave a Reply

Your email address will not be published. Required fields are marked *