କୋର୍ଟର ନିର୍ଦେଶ: ଝିଅର ମୃତ୍ୟୁ ପରେ ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଏବଂ ନାତିଙ୍କ ଅଧିକାର , ଜାଣନ୍ତୁ ପୁରା ନିୟମ :-

ଏମିତିରେ ଆମ ଦେଶରେ ଅନେକ ନିୟମ ଅନୁଯାୟୀ ପିତାଙ୍କ ସମ୍ପତ୍ତିରେ ଉଭୟ ଝିଅ ଏବଂ ପୁଅର ଅଧିକାର ଥିବା ରହି ଆସିଛି କିନ୍ତୁ ଏବେ ସୁଦ୍ଧା ଏହି ନିୟମ ଉପରେ ଦୃଷ୍ଟିପାତ କରାଯାଇ ନଥିଲା ଯେ ଯଦି ଝିଅର ମୃତ୍ୟୁ ହୋଇଯାଏ ତେବେ ନାତି ଏବଂ ଜ୍ୱାଇଁ ତାହାର ଭାଗିଦାର ହେବେ କି ନାହିଁ । ପୁଣି ପୂର୍ବ ନିୟମ ଅନୁଯାୟୀ ପିତାଙ୍କ ମୃତ୍ୟୁ ପରେ ଝିଅ ବାପାଙ୍କର ଏକ ତୃତୀୟାଂଶ ସମ୍ପତ୍ତିର ଭାଗିଦାର ଅଟେ । ମାତ୍ର ନିୟମ ଅନୁଯାୟୀ ଝିଅର ମୃତ୍ୟୁ ପରେ ନିଶ୍ଚିତ ଭାବରେ ସେହି ଏକ ତୃତୀୟାଂଶ ସମ୍ପତ୍ତିର ଭାଗିଦାର ଜ୍ୱାଇଁ ଏବଂ ନାତି ହେବେ ।

ତେଣୁ ଗୁରୁବାର ଦିନ ଦିଲ୍ଲୀର ଏକ କୋର୍ଟରେ ଏହି ମାମଲାରେ ଏକ ବଡ଼ ଶୁଣାଣି ହୋଇଛି ଏବଂ କୋର୍ଟ ଏହାକୁ ନେଇ ବଡ଼ ନିର୍ଦେଶ ମଧ୍ୟ ଦେଇଛି । କୋର୍ଟର ଶୁଣାଣି ଅନୁଯାୟୀ ଝିଅର ମୃତ୍ୟୁ ପରେ ବି ପିତାଙ୍କ ସମ୍ପତ୍ତିରେ ଜ୍ୱାଇଁ ଓ ନାତିଙ୍କ ଅଧିକାର ରହିବ ।

ତେବେ ପ୍ରଥମ ଶୁଣାଣି ସହିତ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷଙ୍କୁ ସମ୍ପତ୍ତି ବିକ୍ରି ବା କୌଣସି ଅନ୍ୟ ଅଧିକାରୀକୁ ସ୍ଥଗିତ କରାଯାଇଛି ।ଦିଲ୍ଲୀର ସାକେତ ସ୍ଥିତ ନରେଶ କୁମାର ଲାକାରର କୋର୍ଟରେ ଗୁରୁବାର ଦିନ ସମ୍ପତ୍ତି ବିବାଦ ଉପରେ ଶୁଣାଣି ହୋଇଥିଲା ଯେଉଁଠି ଜଣେ ଭଣଜା ନିଜ ୨ ମାମୁଁଙ୍କ ବିରୋଧରେ ଏକ ପିଟିସନ ଦାଖଲ କରିବା କାରଣରୁ କୋର୍ଟ ନିଜର ଶୁଣାଣି ରଖିଛି । ତେବେ ଅଭିଯୋଗ ଏହା ଯେ ମାମୁଁଙ୍କ ଦ୍ୱାରା ଅଜାଙ୍କ ସମ୍ପତ୍ତିରୁ ଭାଗ ଦିଆଯାଇନଥିବାରୁ ଭଣଜା କୋର୍ଟରେ ମାମଲା ଦାଖଲ କରିଛନ୍ତି ।

ତେଣୁ ଝିଅର ମୃତ୍ୟୁ ପରେ ଜ୍ୱାଇଁ ଏବଂ ନାତି ସମ୍ପତ୍ତିର ଭାଗିଦାର ହେବେ ଏବଂ ସମ୍ପତ୍ତିିରେ ଅଂଶ ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ ଦ୍ୱିତୀୟ ପକ୍ଷ କୌଣସି ସମ୍ପତ୍ତି ବିକ୍ରି କରିପାରିବେ ନାହିଁ ବୋଲି କୋର୍ଟ କଡ଼ା ନିର୍ଦେଶ ଦେଇଛି । କୋର୍ଟ ଅନୁଯାୟୀ ଯେହେତୁ ଝିଅ ଜୀବିତ ସମୟରେ ବାପାଙ୍କ ସମ୍ପତ୍ତିର ଏକ ତୃତୀୟାଂଶ ଉତ୍ତରାଧିକାରୀ ଥିଲେ ତେଣୁ ତାଙ୍କ ମୃତ୍ୟୁ ପରେ ନିଶ୍ଚିତ ଭାବରେ ନାତି ତାହାର ଏକ ତୃତୀୟାଂଶ ଉତ୍ତରାଧିକାରୀ ହେବେ । ତେଣୁ ଗୁରୁବାର ଦିନ କୋର୍ଟ ଆଗାମୀ ଶୁଣାଣି ସୁଦ୍ଧା ସମସ୍ତ ସମ୍ପତ୍ତିର ମୂଲ୍ୟାଙ୍କନ କରିବାକୁ ନିର୍ଦେଶ ଦେଇଛି । ସେହି ପର୍ଯ୍ୟନ୍ତ ସମ୍ପତ୍ତି ବିକ୍ରି କରିବାକୁ ମନା କରାଯାଇଛି

Leave a Reply

Your email address will not be published. Required fields are marked *