ଜୀବନ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି ୮ ବର୍ଷୀୟ ଅଂଶୁମାନ :- ସାହାଯ୍ୟ ମାଗିଲେ ବାପା-ମା…

ସମୟ ସମୟରେ ଏପରି ଆକସ୍ମିକ ଦୁର୍ଘ-ଟଣା ଘଟିଯାଏ ଯାହା କୌଣସି ସମୟରେ ଆମକୁ ଅସମ୍ଭବ ଲାଗିଥାଏ । ଆଉ ପୁଣି ସମୟ ସମୟରେ ପିଲା ଖେଳ ବି କାଳ ପାଲଟି ଯାଏ । ଯାହାଦ୍ୱାରା ଅଳ୍ପ କେଇଟା ମୁହୂର୍ତ୍ତରେ ସବୁକିଛି ଛାରଖାର ହୋଇଯାଏ । ଯାହା ସମସ୍ତଙ୍କୁ ସ୍ୱପ୍ନ ଭଳି ଲାଗିଥାଏ । ତାପରେ ଯେତେ ପଶ୍ଚାତାପ କରିଲେ ଲାଭ କଣ , ଯଦି ପୂର୍ବରୁ ସେତିକି ସତର୍କ ହୁଅନ୍ତେ ତେବେ ବୋଧହୁଏ କିଛି ଏପରି ଅଘଟଣ ଘଟି ନଥାନ୍ତା । ଆଜିକାର ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିପରି ଏକ ଆକସ୍ମିକ ଦୁର୍ଘ-ଟଣା ବିଷୟରେ କହିବୁ ଯାହାର ଶିକାର ହୋଇ ୮ ବର୍ଷୀୟ ଅଂଶୁମାନ ବର୍ତ୍ତମାନ ଜୀବନ ମୃତ୍ୟୁ ସହିତ ଲଢ଼େଇ କରୁଛି ।

ତେବେ ସୂଚନା ଅନୁଯାୟୀ ୮ ବର୍ଷୀୟ ଅଂଶୁମାନ ନିଜ ବାପା ଏବଂ ମା ଙ୍କ ସହିତ ବେଙ୍ଗାଲୁରୁରେ ଭଡ଼ା ଘରେ ରହନ୍ତି । ଅସଲି ଘର ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଡ଼ିଆ ଗାଁ ର ଅଟେ । ତେବେ ଭଦ୍ରକ ଆଡ଼ିଆ ଗାଁ ର ଅଲେଖ ବେଙ୍ଗାଲୁରୁରେ ଭିନ୍ନ ଭିନ୍ନ ଅପାର୍ଟମେଣ୍ଟରେ ରୋଷେଇ କରି ମାସକୁ ଯେଉଁ ୧୦ ରୁ ୧୫ ହଜାର ରୋଜଗାର କରନ୍ତି ସେଥିରେ ହିଁ ପୁରା ପରିବାର ଚଳିଯାଏ । ପୁରା ପରିବାର ସୁଖରେ ଚଳି ଯାଆନ୍ତି । ହୁଏତ ଏତେ ବଡ଼ ସହରରେ ଅଭାବ ରହିଥିବ କିନ୍ତୁ ତଥାପି କଷ୍ଟେମଷ୍ଟେ ଚଳି ଯାଉଥିଲେ ।

କିନ୍ତୁ ପୁଅ ଅଂଶୁମାନ ସହିତ ଘଟିଥିବା ଏହି ଆକସ୍ମିକ ଦୁର୍ଘ-ଟଣା ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି । ତେବେ ଘଟଣା ଏହା ଯେ ଗତ ଫେବୃଆରୀ ୫ ତାରିଖରେ ଅଂଶୁମାନ ନିଜ ଅଣ୍ଟାର ବେଲ୍ଟକୁ ମୁଣ୍ଡ ଦେଇ ବାହାର କରୁଥିଲେ । ଏହି ସମୟରେ ସେ ପଲଙ୍କ ଉପରୁ ତଳକୁ ଖସି ପଡ଼ିବାରୁ ବେଲ୍ଟ ତାଙ୍କ ବେକରେ ଭିଡ଼ି ଯାଇଥିଲା । ଯେଉଁ କାରଣରୁ ଅଂଶୁମାନ ଜୋରରେ ଚିତ୍କାର କରି ଉଠିଥିଲା । ଚିତ୍କାର ଶୁଣି ମା ଆସି ଦେଖନ୍ତି ତ ଅଂଶୁମାନର ଆଉ ହୋସ ନାହିଁ ।

ମାତ୍ର ସ୍ଥାନୀୟ ନାରାୟଣ ହସ୍ପିଟାଲକୁ ନେବା ପରେ ଡାକ୍ତର ମନା କରିଥିଲେ ତେଣୁ ସେଣ୍ଟଜେନ ହସ୍ପିଟାଲରେ ଭର୍ତ୍ତି କରଗଲା । ମାତ୍ର ଡାକ୍ତର ଆଶା ଛାଡ଼ିବାକୁ କହିବା ଉକ୍ତିକୁ ବାପା ମା ସହି ପାରି ନଥିଲେ ଏବଂ ଡାକ୍ତରଙ୍କୁ କାକୁତି ମିନତୀ ହୋଇ ବଞ୍ଚାଇ ଦେବାକୁ କହିଥିଲେ । ସେହି ଠାରୁ ଅଂଶୁମାନଙ୍କୁ ଆଇସିୟୁରେ ଚିକିତ୍ସା କରାଯାଉଛି । ବେକ ଦେଇ ଅକ୍ସୀଜେନ ଦେବା ଜାରି ରହିଛି । ତେବେ ଆଇସିୟୁ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ତେଣୁ ପରିବାର ଲୋକେ ଅତି କଷ୍ଟରେ ବନ୍ଧୁ ବର୍ଗଙ୍କ ଠାରୁ ୧୮୦୦୦ ଟଙ୍କା ଯୋଗାଡ଼ କରି ଖର୍ଚ୍ଚରେ ଲଗାଇଛନ୍ତି ତଥାପି ଆହୁରି ଅନେକ ଟଙ୍କା ବ୍ୟୟ ଆବଶ୍ୟକ ଅଟେ ।

ମାତ୍ର ଏହି ପରିବାର ସାହାଯ୍ୟ ପାଇଁ ଓଡ଼ିଶାବାସୀ ଏବଂ ଓଡ଼ିଶା ସରକାରଙ୍କୁ ସାହାଯ୍ୟ ଭିକ୍ଷା କରିଛନ୍ତି । ତେଣୁ ବାପା ମା କାନ୍ଦି କାନ୍ଦି ସମଗ୍ର ଜନସାଧାରଣଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *