ଜୀବନ ସାରା ଭୁଲି ପାରିବି ନାହିଁ କିନ୍ନର ମାଆଙ୍କୁ , ଜୀବନର ଅମୂଲ୍ୟ ରତ୍ନ ଫେରେଇ ଦେଲେ….

ଜଣେ ବାପାର ଏ ହେଉଛି ଆକୁଳ ନିବେଦନ । ନିଜ ପୁଅକୁ ପାଇବା ପରେ ଖୁସିରେ କାନ୍ଦି ପକାଇଛନ୍ତି ବାପା ଜଣକ ଆଉ କହୁଛନ୍ତି ମୋ ପୁଅକୁ ପାଇଗଲି ଜୀବନର ସବୁକିଛି ପାଇଗଲି ଆଉ କିଛି ଦରକାର୍ ନାହିଁ । ତେବେ ଏ କଥା ଜଣେ ବାପାର ମନର ଭାବନାକୁ ପ୍ରକାଶ କରୁଛି ଯେ , ନିଜ ପୁଅକୁ ସେ କେତେ ଭଲ ପାଆନ୍ତି ଆଉ ନିଜ ପୁଅ ପାଇଁ ସେ କିଛି ବି କରିପାରନ୍ତି । ତେବେ ହଁ ଆଜ୍ଞା ଆମେ କହୁଛୁ ଭୁବନେଶ୍ୱରରେ ଘରୁ ଚାଲି ଯାଇଥିବା ପୁଅଟିର କଥା । ଦୀର୍ଘ ତିନି ଦିନ ହେବ ସେ ନିଜ ଘରୁ ଗାଏବ ହୋଇ ଯାଇଥିଲା ଆଉ ତାକୁ ଖୋଜି ଖୋଜି ପରିବାର ଲୋକ ହାଲିଆ ହୋଇ ଯାଇଥିଲେ ।

ଏ ଥାନାରୁ ସେ ଥାନା ଦୌଡି ବୁଲୁଥିଲେ ଆଉ ଶେଷରେ ତାଙ୍କ ପୁଅ ତାଙ୍କୁ ମିଳି ଯାଇଛି । ତେବେ ସୂଚନା ଅନୁଯାୟୀ , ଗତ ଦୁଇ ଦିନ ପୂର୍ବରୁ ଗଣମାଧ୍ୟମରେ ପ୍ରଚାର ହୋଇଥିଲା ମାଟ୍ରିକ ପରୀକ୍ଷା ଦେଇଥିବା ସାଇ କୋଚିଂ ସେଣ୍ଟର ଯାଇଥିଲେ ଆଉ କୋଚିଂ ସରି ଯାଇଥିବା ପରେ ମଧ୍ୟ ସେ ଘରକୁ ଫେରି ନଥିଲେ । ଯାହା ପରେ ତାଙ୍କ ବାପା ତାଙ୍କୁ ଖୋଜିବାକୁ ଲାଗିଥିଲେ । ସାଇ ନିଜ ମନରେ ଭାବି ଦେଇଥିଲେ କି , ସେ ପରୀକ୍ଷାରେ ଯଦି ଖରାପ ମାର୍କ ରଖିବେ , ତେବେ ପରିବାର ଲୋକଙ୍କ ଆଗରେ ସେ କିପରି ମୁଁହ ଦେଖାଇବେ ଆଉ ତାହାର ହିଁ ଭୟ ତାଙ୍କୁ ଘାରି ରହିଥିଲା ।

ଆଉ ବୋଧ ହୁଏ ସେଥିପାଇଁ ସେ ଚିନ୍ତାରେ ରହିଥିଲେ । ତେବେ କୋଚିଂ ସରିଯିବା ପରେ ମଧ୍ୟ ସେ ଘର ପାଖକୁ ଆସିଥିଲେ କିନ୍ତୁ ଏହାପରେ ପୁଣି ଘର ପାଖରୁ ନିଜ ସାଇକେଲ ନେଇ ପଳାଇ ଯାଇଥିଲେ । ତେବେ ଏହାପରେ ଯାଇ ସେ ଗୋଟିଏ ଜାଗାରେ ବସି ପଡ଼ିଥିଲେ । ଆଉ ଏହି ସମୟରେ ଭଗବାନ ହୋଇ ଉଭା ହୋଇଥିଲେ ଜଣେ କିନ୍ନର ମାଆ । ଯିଏକି ସାଇଙ୍କୁ ଦେଖିଥିଲେ ଆଉ ଗଣମାଧ୍ୟମରେ ତାଙ୍କୁ ନେଇ ପ୍ରଚାର ହେଉଥିବା କଥା ଦେଖିଥିଲେ । ସେ ସାଇ ପାଖକୁ ଆସି ଅତି ପ୍ରେମର ସହିତ ପଚାରି ଥିଲେ କଣ ହୋଇଛି ଆଉ ଏହାପରେ ସାଇ କାନ୍ଦି କାନ୍ଦି ନିଜ ମନର ବେଦନା କହି ପକାଇଥିଲେ ।

ଆଉ କହିଥିଲା ମାଆ ମୁଁ ଆଉ ମୋ ଘରକୁ ଯିବି ନାହିଁ । ମୁଁ ମୋ ବାପା ମାଆଙ୍କ ଆଖିରେ ମୁଁହ ଦେଖେଇ ପାରିବି ନାହିଁ । ତେଣୁ ମୁଁ ସବୁଦିନ ତୁମ ପାଖରେ ରହିଯିବି । ଏହାପରେ କିନ୍ନର ଜଣକ କହିଥିଲେ କି , ହଉ ତୁ ମୋ ସହିତ ମୋ ଘରକୁ ଚାଲେ । ଆଉ ଏହାପରେ ତାଙ୍କୁ ନିଜ ଘରକୁ ନେଇ ଯାଇ ଖାଇବାକୁ ଦେବା ସହିତ ଭଲରେ ରଖିଥିଲେ ।

ତେବେ ଏହା ପରେ ସାଇର ବାପାଙ୍କୁ ଫୋନ୍ କରିଥିଲେ ଆଉ ତାଙ୍କ ପୁଅ ତାଙ୍କ ପାଖରେ ଅଛି ବୋଲି ଜଣାଇ ଥିଲେ ଆଉ କହିଥିଲେ ଠିକଣା ଦେଲେ ସେ ନେଇ ପୁଅକୁ ଛାଡ଼ି ଦେବେ । ତେବେ ଏହାପରେ ସେହି ବାପାଙ୍କ ଆଖିରୁ ଝରି ଯାଇଥିଲା ଦୁଇ ଟୋପା ଲୁହ । ଆଉ ସେ କହି ପକାଇ ଥିଲେ ଆଜି ବି ମଣିଷପଣିଆ ଜୀବିତ ଅଛି । ଆଉ କହିଥିଲେ କି , ସେହି ମାଆଙ୍କ ପାଖରେ ସେ ସାରା ଜୀବନ ରୁଣୀ ହୋଇ ରହିବେ ।

Leave a Reply

Your email address will not be published. Required fields are marked *