ଯୁବତୀଙ୍କ ପେଟରେ ମାଛର ଭ୍ରୁଣ ! ଡାକ୍ତର ଦେଖି ହୋଇଗଲେ ଆଶ୍ଚର୍ଯ୍ୟ।…

ଆପଣମାନେ ଭଲ ଭାବରେ ଜାଣିଛନ୍ତି ଯେ ମହିଳା ବା ଯୁବତୀ ମାନେ କେତେବେଳେ ଓ କିପରି ଗର୍ଭବତୀ ହୋଇ ପାରିବେ। ଗର୍ଭବତୀ ହେବା ପାଇଁ ଶାରୀରିକ ସଂପର୍କ ରଖିବାକୁ ପଡିଥାଏ। ବର୍ତ୍ତମାନ ବିଜ୍ଞାନ ଉନ୍ନତି ଫଳରେ ବିନ ଶାରୀରିକ ସମ୍ପର୍କରେ ମଧ୍ୟ ଗର୍ଭବତୀ ହୋଇ ପାରିବେ। ତେବେ ମଣିଷ ପେଟରେ କେବଳ ମଣିଷ ଭ୍ରୁଣ ବୃଦ୍ଧି ହେବାର ଜାଣିଛନ୍ତି। କିନ୍ତୁ କଣ ଆପଣ କେବେ ଏଭଳି ଘଟଣା ବିଷୟରେ ଜାଣିଛନ୍ତି କି ମଣିଷ ପେଟରେ ଅନ୍ୟ କୌଣସି ପ୍ରାଣୀର ଭ୍ରୁଣ ବୃଦ୍ଧି ପାଇବାର। ତେବେ ଆଜି ଆମେ ଆପଣଙ୍କ ପାଇଁ କିଛି ଏହିଭଳି ଏକ ଖବର ନେଇ ଆସିଛୁ।

ଥାଇଲାଣ୍ଡରୁ ଏକ ଅଜବ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ସୂଚନା ଅନୁସାରେ ଥାଇଲାଣ୍ଡ ର ବାସିନ୍ଦା ଫେଂଲିପିନା କ୍ୱିବାର୍ଲିଙ୍କ ପେଟରେ ଏକ ମାଛ ଆକୃତିର ଏକ ଭ୍ରୁଣ ବୃଦ୍ଧି ପାଇବାରେ ଲାଗିଛି। ଏହା ସେଠାକାର ଡାକ୍ତର ମାନଙ୍କୁ ଚିନ୍ତାରେ ପକେଇ ଦେଇଛି। ଯୁବତୀଙ୍କ ପେଟ ଗର୍ଭବତୀ ମହିଳାଙ୍କ ପରି ବଢ଼ିବାରେ ଲାଗୁଛି।

ମିଳିଥିବା ତଥ୍ୟ ଅନୁସାରେ କ୍ୱିବାର୍ଲିଙ୍କ ପିରିୟଡ଼ ଚାଲୁ ଥିବା ସମୟରେ ସେ ସମୁଦ୍ରକୁ ଗାଧେଇବାକୁ ଯାଇଥିଲେ। ଗାଧେଇବା ସମୟରେ ଶରୀର ଭିତରକୁ ମାଛର ସ୍ପର୍ମ ଚାଲି ଯାଇଥିବା ସନ୍ଦେହ କରାଯାଉଛି। ତେବେ ସେହି ଦିନର ଠିକ ଦୁଇ ମାସ ପର୍ଯ୍ୟନ୍ତ ଗର୍ଭବତୀର ସମସ୍ତ ଲକ୍ଷଣ ତାଙ୍କ ଠାରେ ଦେଖିବାକୁ ମିଳିଥିଲା। ଯେପରିକି ପିରିୟଡ଼ ବନ୍ଦ ହୋଇଯିବା, ପେଟ ଯନ୍ତ୍ରଣା ହେବା ଆଦି ଦେଖିବାକୁ ମିଳିଥିଲା।

ଏହାପରେ କ୍ୱିବାର୍ଲିଙ୍କ ପରିବାର ଲୋକେ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲାଗିଲେ ଏବଂ ଡାକ୍ତରଙ୍କ ସହ ଦେଖା ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଅଲ୍ଟ୍ରାସାଉଣ୍ଡ କରାଯାଇଥିଲା। ତେବେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟରୁ ତାଙ୍କ ପେଟରେ ଏକ ଭ୍ରୁଣ ବୃଦ୍ଧି ପାଉଥିବାର ଜଣା ପଡିଲା ଏବଂ ଏହି ଭ୍ରୁଣର ଆକାର ମାଛ ଭଳି ଥିଲା। ଯାହାକି ଡାକ୍ତର ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି।

ଡାକ୍ତର ମାନେ କହିଛନ୍ତି ଯେ ସେ ପୂର୍ବରୁ କେବେ ଏପରି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ଦେଖି ନଥିଲେ କ୍ୱିବାର୍ଲି ଙ୍କ ପେଟରେ ଏକ ମାଛ ରୁପ ପଦାର୍ଥ ଭଳି ପ୍ରତୀତ ହେଉଥିଲା। ତାର ମୁହଁ ଏବଂ ଆଖି ମଧ୍ୟ ମାଛ ପରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ମାନେ ଏହା ମାଛ ନୁହେଁ ବୋଲି ଏହାର ପୃଷ୍ଠି କରିଥିଲେ ଯେ ଝିଅଟିର ପେଟରେ ଏକ ଓଭାରିନ ଶିଷ୍ଟ ଅଛି ଏହି ଶିଷ୍ଟ ବହୁତ ଦୂତ ଗତିରେ ବଢୁଛି ଏହି କାରଣରୁ ତାଙ୍କ ପେଟ ମଧ୍ୟ ଗର୍ଭବତୀ ମହିଳା ଙ୍କ ପରି ବଢି ଚାଲିଛି।

Leave a Reply

Your email address will not be published. Required fields are marked *