କଇଁଛ ମୁଦି କିଏ ଏବଂ କିପରି ପିନ୍ଧିଲେ ମଣିଷ ହୁଏ ଧନୀ ?

ବନ୍ଧୁମାନେ ଆମେ ସବୁବେଳେ ବହୁ ଟଙ୍କା ରୋଜଗାର କରିବା ପାଇଁ ଚାହାନ୍ତି। କେବେକେବେ ଶାସ୍ତ୍ରରେ ଥିବା ନିୟମ ମାନ ମାନି ଏହା ଅନୁଯାୟୀ କିଛି ଉପାୟ ମାନ ଯେପରି ରୁଦ୍ରାକ୍ଷ,ମୁଦି ଆଦି ପରିଧାନ କରିଥାଉ। ଆଜି କାଲି ପ୍ରଚୁର ମାତ୍ରାରେ କଇଁଛ ମୁଦିକୁ ସମସ୍ତେ ପିନ୍ଧୁଛନ୍ତି। ହେଲେ ବହୁତ୍ ଲୋକଙ୍କୁ ଜଣା ନଥାଏ କି ଏହି କଇଁଚ ମୁଦିକୁ କେଉଁଦିନ ଏବଂ କେଉଁ ଧାତୁରେ ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ।ଏହାକୁ କେଉଁ ରାଶି ପିନ୍ଧିବା ଦ୍ଵାରା ଲାଭ ହୋଇଥାଏ ଅବା କେଉଁ ରାଶି ପିନ୍ଧିବା ଦ୍ଵାରା ଏହାର କ୍ଷତି ହୋଇଥାଏ ଆସନ୍ତୁ ଜାଣିବା ଏହା ବିଷୟରେ। ଆଜି ଆମେ ଜାଣିବା ଏହି ମୁଦିକୁ କେଉଁ ବ୍ୟକ୍ତି ପିନ୍ଧିବା ଦ୍ଵାରା ତାର ଲାଭ ହୋଇଥାଏ ଓ କେଉଁଵ୍ୟକ୍ତି ପିନ୍ଧିବା ଦ୍ଵାରା ତାର କ୍ଷତି ହୋଇଥାଏ।

ପୁରାଣ ଶାସ୍ତ୍ର ଅନୁଯାୟୀ ଏହି କଇଁଛ ଶ୍ରୀହରି ବିଷ୍ଣୁଙ୍କର ଏକ ଅବତାର ବା ସ୍ୱରୂପ ଅଟେ।ସେ ଏକ ଜଳଚର ପ୍ରାଣୀ ତେଣୁ ଶ୍ରୀହରି ବିଷ୍ଣୁଙ୍କ ବ୍ୟତୀତ ମାତା ଲକ୍ଷ୍ମୀ ଏହି ଜଳରେ ବାସ କରନ୍ତି।ତେଣୁ ଶ୍ରୀହରି ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କର ଅପାରଗତା ଏହି କଇଁଚ ମଧ୍ୟରେ ରହିଅଛି।ଏହା ଧାରଣ କରିବା ଦ୍ୱାରା ମନୁଷ୍ୟକୁ ଶାନ୍ତି, ବିନମ୍ରତା,ସାଳିନତା ଆଦି ପ୍ରାପ୍ତି ହୋଇଥାଏ। ଏହା ପିନ୍ଧିବା ଦ୍ଵାରା ନିଜ ଘରେ ସକାରାତ୍ମକତା ବୃଦ୍ଧି ପାଇଥାଏ। ଏହା ଦ୍ଵାରା ଧନ ଓ ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥାଏ।ଅନେକ ଅଜଣା ଭୁଲ ପାଇଁ ଅନେକ ଲୋକଙ୍କର ଭୁଲ ହୋଇଥାଏ।

୧.କଇଁଛର ମୁଦି ସାଧାରଣତଃ ରୂପାର ହେବା ଆବଶ୍ୟକ।ଏହା ଜଳତତ୍ଵ ହୋଇଥିବାରୁ ଆପଣ ଏହାକୁ ପିନ୍ଧିପାରିବେ।ଆପଣ ଏହାର ଧାତୁ ବଦଳେଇ ନିଜ ରାଶି ଅନୁଯାୟୀ ମଧ୍ୟ ପିନ୍ଧି ପାରିବେ।କଇଁଛ ଟି ରୂପାର ହେବା ଆବଶ୍ୟକ ଏବଂ ତାର ବାକି ସବୁ ଅଲଗା ଧାତୁରେ ହେଲେ ଚଳିବ।

୨.ଏହି କଇଁଛର ମୁଦି ଟିକୁ ଦକ୍ଷିଣ ହସ୍ତରେ ବା ଡାହାଣ ହାତରେ ପିନ୍ଧି ପାରିବେ।ନାରୀ ହୁଅନ୍ତୁ ବା ପୁରୁଷ ଏହାକୁ କେବଳ ଡାହାଣ ହାତରେ ହିଁ ପିନ୍ଧିପାରିବେ।ଏହି କଇଁଛ ଟିକୁ ବୃଦ୍ଧାଙ୍ଗୁଳୀ,କନିଷ୍ଠ ଆଙ୍ଗୁଳି,ତର୍ଜନି ଆଙ୍ଗୁଳିରେ କେବେବି ପିନ୍ଧିବେ ନାହିଁ। ଏହାକୁ କେବଳ ଅନାମିକା ଆଙ୍ଗୁଳିରେ ପିନ୍ଧି ପାରିବେ।ଏହା ଛଡ଼ା ମେଷ ରାଶି,ଧନୁ ରାଶି,କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମାନେ ଏହାକୁ ପିନ୍ଧିବା ଦ୍ଵାରା ଅନେକ ଲାଭ ମିଳିଥାଏ।ଜୀବନ ଧନ ଏବଂ ଐଶ୍ୱର୍ଯ୍ୟରେ ଭରି ଯାଏ।କିନ୍ତୁ କନ୍ୟା ରାଶି,ବିଛା ରାଶି ବ୍ୟକ୍ତି ମାନଙ୍କ ପାଇଁ ଏହା ଅଶୁଭ ହୋଇଥାଏ।ଲାଭ ବଦଳରେ ଏହା ଅନେକ କ୍ଷତି କରିଥାଏ।ବାକି ରାଶି ମାନଙ୍କ ପାଇଁ ଏହା ସମଫଳ ଦେଇଥାଏ।

ଏହି କଇଁଛ ମୁଦିଟିକୁ ଶୁକ୍ରବାର ଦିନ କିଣିବା ଏବଂ ଶୁକ୍ରବାର ଦିନ ପିନ୍ଧିବା ଓ ସୂର୍ଯ୍ୟାସ୍ତ ପୂର୍ବରୁ ପିନ୍ଧିବାର ନିୟମ ମାନ ମଧ୍ୟ ଅଛି।ଏହା ଛଡ଼ା ଏହି କଇଁଛର ମୁଦି ଟିକୁ ପିନ୍ଧିବା ପାଇଁ କେଉଁ ନିୟମ ମାନ ରହିଥାଏ ଆସନ୍ତୁ ଜାଣିବା ଏହା ବିଷୟରେ।ଏହି ମୁଦିକୁ ପିନ୍ଧିବା ପୂର୍ବରୁ ଭଲ ଭାବରେ ଗଙ୍ଗାଜଳରେ ଧୋଇ ଦିଅନ୍ତୁ ଏବଂ ପଞ୍ଚାମୃତ ଛିଞ୍ଚି ଦିଅନ୍ତୁ।ଏହା ପରେ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ନିଶ୍ଚୟ ପୂଜା କରନ୍ତୁ ଏବଂ ଏହା ପରେ ଏହି ମୁଦି ଟିକୁ ପିନ୍ଧନ୍ତୁ।ଏପରି କରିବା ଦ୍ବାରା ଲକ୍ଷ୍ମୀ ନାରାୟଣଙ୍କ କୃପା ପ୍ରାପ୍ତ ହୋଇଥାଏ।ଏହାଦ୍ବାରା ମନୁଷ୍ୟକୁ ଧର୍ଯ୍ୟ,ସାଲିନତା,ବିନମ୍ରତା,ଧନ ଓ ଐର୍ଶ୍ୱର୍ଯ୍ୟ ଆଦି ମିଳିଥାଏ।

ଶୁଦ୍ଧିକ୍ରିୟାରେ ପିନ୍ଧିଲେ ଏହା ଅଶୁଦ୍ଧ ହୋଇଯାଏ। ତେଣୁ ସେଠାକୁ ଯିବା ପୂର୍ବରୁ ଘରର ଠାକୁରଙ୍କ ଆଗରେ ରଖିଦେଇ ଯାଆନ୍ତୁ।ପୁଣି ଥରେ ପିନ୍ଧିବା ଆଗରୁ ଏହାକୁ ଗଙ୍ଗାଜଳ ଏବଂ ପଞ୍ଚାମୃତରେ ଧୋଇ ପୁଣି ପିନ୍ଧିନେବେ।ଯଦି ଆପଣ ଜ୍ୟୋତିଷ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ତେବେ ଏହି କଇଁଛ ମୁଦି ଟିକୁ ନିଶ୍ଚୟ ପିନ୍ଧନ୍ତୁ।ଯେଉଁ ମାନେ ନିଜ ରାଶି ଜାଣନ୍ତି ନାହିଁ। ତେବେ ମୁଦି ଟି ପିନ୍ଧନ୍ତୁ ନାହିଁ ଅବା ମୁଦି ପିନ୍ଧିବାର ୨ଦିନ ଭିତରେ ଯଦି କିଛି ଅଶୁଭ ସୂଚନା ମିଳେ।ତେବେ ମୁଦିଟିକୁ କାଢି ରଖି ଦିଅନ୍ତୁ।ମୁଦି ପିନ୍ଧି ଶୋଇବା ବେଳେ ମୁଣ୍ଡ ପାଖରେ ରଖନ୍ତୁ ଓ ଯଦି କିଛି ଖରାପ ସ୍ବପ୍ନ ଦେଖିଲେ ତେବେ ମୁଦିଟିକୁ ପିନ୍ଧନ୍ତୁ ନାହିଁ।ଏହା ଥିଲା କଇଁଛ ମୁଦିକୁ ନେଇ କିଛି ମହତ୍ତ୍ଵପୂର୍ଣ୍ଣ କଥା ମାନ।

Leave a Reply

Your email address will not be published. Required fields are marked *