କାମାକ୍ଷା ମନ୍ଦିରର ୧୦ ରହସ୍ୟ , ଯାହା ଆଜି ପର୍ଯ୍ୟନ୍ତ ବି ବୈଜ୍ଞାନିକ ମାନେ ବୁଝି ପାରି ନାହାଁନ୍ତି :-

ଦେବୀ ଦୁର୍ଗା ହେଉଛନ୍ତି ଆଦି ଶକ୍ତି । ତେବେ ଆମ ଭାରତରେ ମାତାଙ୍କ ନାମରେ ଶକ୍ତପୀଠ ସ୍ୱରୂପ ୫୧ ଟି ଶକ୍ତିପୀଠ ନିର୍ମିତ ହୋଇଛି । ତା ମଧ୍ୟରୁ କାମାକ୍ଷା ମନ୍ଦିର ଅନ୍ୟତମ । ଏହି କାମାକ୍ଷା ମନ୍ଦିରରେ ଯୁଗ ଯୁଗାନ୍ତରରୁ ଏପରି ରହସ୍ୟ ସବୁ ରହି ଆସିଛି ଯାହାକୁ ବୈଜ୍ଞାନିକ ମାନେ ବି ସମାଧାନ କରିପାରି ନାହାଁନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିସବୁ ରହସ୍ୟ ଗୁଡ଼ିକ ବିଷୟରେ କହିବୁ ।

ଏହି ମହାଶକ୍ତିଶାଳୀ ଶକ୍ତିପୀଠ ଅର୍ଥାତ କାମାକ୍ଷା ମନ୍ଦିର ଆସାମର ରାଜଧାନୀ ଦିସପୁର ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ । ଯେଉଁଠି ମାତା କାମାକ୍ଷାଙ୍କ ଅବସ୍ଥାନ ବୋଲି କୁହାଯାଏ । ଆଉ ଏହି ମନ୍ଦିର ନିକଟରେ ବ୍ରହ୍ମପୁତ୍ର ନଦୀ ପ୍ରବାହିତ ହୋଇ ଯାଉଛି । ଯାହାର ସ୍ୱାତନ୍ତ୍ର ଏହା ଯେ ବର୍ଷର କୌଣସି ଏକ ସମୟରେ ସେହି ବ୍ରହ୍ମପୁତ୍ର ନଦୀର ରଙ୍ଗ ନାଲି ହୋଇଯାଏ । ଯାହାର କାରଣ ଏବେ ସୁଦ୍ଧା ବୈଜ୍ଞାନିକ ମାନେ ବୁଝି ପାରି ନାହାଁନ୍ତି । କିନ୍ତୁ ଭକ୍ତଙ୍କ ଅନୁଯାୟୀ ତାହା ମାତାଙ୍କର ମାସିକ ଧର୍ମ ହେବା କାରଣରୁ ହୋଇଥାଏ ବୋଲି କୁହାଯାଇଥାଏ ।

୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଏହି ମନ୍ଦିରରେ ପ୍ରତିବର୍ଷ ଆମ୍ବୁମାଚି ମେଳାରେ ନିକଟରେ ବ୍ରହ୍ମପୁତ୍ର ନଦୀ ତିନି ଦିନ ପାଇଁ ନାଲି ରଙ୍ଗର ହୋଇଯାଏ । ତାହା ମାତାଙ୍କ ଯୋନିରୁ ରକ୍ତସ୍ରାବ ହେବା କାରଣରୁ ହୋଇଥାଏ ବୋଲି କୁହାଯାଏ । ପୁଣି ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ସେହି ମନ୍ଦିରରେ ମା ଦୁର୍ଗା କିମ୍ବା ଅମ୍ବେଙ୍କର କୌଣସି ମୂର୍ତ୍ତି ନାହିଁ । ବରଂ ଏକ ଚଟାଣ ସଦୃଶ୍ୟ ରହିଛି ଯାହାକୁ ଦେବୀଙ୍କ ଯୋନି ମାନା ଯାଇଥାଏ । ତାହା ପୁଣି ବର୍ଷଯାକ ଓଦାଳିଆ ରହିଥାଏ । ପ୍ରାକୃତିକ ଝରଣା ହେତୁ ତାହା ସବୁବେଳେ ଓଦା ରହିଥାଏ ବୋଲି ଲୋକେ କହନ୍ତି । ପୁଣି ଯୋନିର ସେହି ଜଳକୁ ପ୍ରଭାବଶାଳୀ ଏବଂ ଶକ୍ତିଶାଳୀ ମନା ଯାଇଥାଏ ଯାହାକି ସବୁ ପ୍ରକାରର ରୋଗ ନିବାରଣ ପାଇଁ ବ୍ୟବହାର ହୋଇଥାଏ ।

ଆମ ଦେଶରେ ମହିଳାଙ୍କ ମାସିକ ଧର୍ମକୁ ଅଶୁଭ କୁହାଯାଇଥାଏ । କିନ୍ତୁ ଏହି ମନ୍ଦିରରେ ତାହାର ସମ୍ପୂର୍ଣ୍ଣ ଓଲଟା ହୋଇଥାଏ । ଏଠାରେ ପ୍ରସାଦ ସ୍ୱରୂପ ଭିଜା ନାଲି କପଡ଼ା ଦିଆଯାଏ । ପୂର୍ବରୁ ମନ୍ଦିର ଭିତରେ ଧଳା କପଡ଼ା କୁ ବିଛାଇ ଦିଆଯାଏ ଯାହାକି ତିନି ଦିନ ପରେ ନାଲି ହୋଇଯାଏ । ସେହି ନାଲି କପଡ଼ାକୁ ଭକ୍ତଙ୍କୁ ପ୍ରସାଦ ସ୍ୱରୂପ ଦିଆଯାଏ । ମନ୍ଦିରରେ ପଶୁ ଅର୍ଥାତ ଷଣ୍ଢ ଓ ଛେଳି ଆଦି ବଳି ଦିଆଯାଏ କିନ୍ତୁ ମାଈ ପଶୁର ବଳି ଦିଆଯାଏ ନାହିଁ । ଏସବୁ ବ୍ୟତୀତ କାମାକ୍ଷା ମନ୍ଦିରରେ ଏକ କୁଣ୍ଡ ନିର୍ମିତ ହୋଇଛି ଯାହା ସର୍ବଦା ଫୁଲରେ ଭର୍ତ୍ତି ହୋଇ ରହିଥାଏ । ଏବଂ ସେଥିରୁ ସର୍ବଦା ପ୍ରାକୃତିକ ଜଳ ମଧ୍ୟ ବାହାରି ଥାଏ ।

Leave a Reply

Your email address will not be published. Required fields are marked *