ତପସ୍ୱିନୀଙ୍କ ରାସ୍ତାରେ ମନୀଷା.. କାଲି ବେଦିରେ ବସି ହାତ ଧରିଥିଲେ ଆଜି ଦୁଆରେ ବସି ଅଧିକାର ମାଗୁଛନ୍ତି…

ବର୍ତ୍ତମାନ ସମୟରେ ସାରା ଭାରତରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। କୁନି ଝିଅ ଠାରୁ ଆରମ୍ଭ କରି ବୟସ୍କ ମହିଳା ପର୍ଯ୍ୟନ୍ତ ବ-ଳ-ତ୍କା-ର-ର ଶିକାର ହେଉଛନ୍ତି। କେବଳ ସେତିକି ନୁହେଁ ଶାଶୁଘରେ ମଧ୍ୟ ବିବାହିତ ନାରୀମାନେ ଯୌତୁକ ନିର୍ଯ୍ୟା-ତନାକୁ ସହ୍ୟ ନ କରି ପାରି ଆ-ତ୍ମହ-ତ୍ୟା କରୁଛନ୍ତି। ତେବେ ସମାଜରେ ରହୁଥିବା ଲୋକମାନେ ଯେତେ ଶିକ୍ଷିତ ହେଉଛନ୍ତି ଲୋକ ମାନଙ୍କ ବ୍ୟବହାର ଅତ୍ୟନ୍ତ ଲ-ଜ୍ୟା-ଜନକ ହେବାରେ ଲାଗିଛି।

ବର୍ତ୍ତମାନ ସମାଜରେ ଶିକ୍ଷିତ ଗୋଷ୍ଠୀଙ୍କ ସହ ବସ୍ଥାନ ହୋଇଥିଲେ ମଧ୍ୟ ପ୍ରାଚୀନ କାଳରୁ ଚାଲି ଆସୁଥିବା ଯୌତୁକ ପ୍ରଥା ଏ ପର୍ଯ୍ୟନ୍ତ ଆମ ସମାଜରେ ରହିଛି। ତେବେ ଏହି ଯୌତୁକ ପାଇଁ ଅନେକ ମହିଳା ନିଜ ଶାଶୁ ଘର ହରେଇବା ସହ ନିଜର ଜୀବନ ମଧ୍ୟ ହରାଇଛନ୍ତି। ଯୁବତୀ ମନେ ଶୋଷଣର ଶିକାର ହେଉଛନ୍ତି। ପୁରୁଷ କେନ୍ଦ୍ରିକ ସମାଜରେ ପୁରୁଷ ମାନଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବର୍ତମାନ ସମୟରେ ଏଭଳି କିଛି ଘଟଣା ଘଟିଛି ଯୌତୁକ ନିର୍ଯ୍ୟାତନା ଦେଇ ଶାଶୁ ଘରୁ ବାହାର କରି ଦେଇଥିବା ବୋହୂ ନ୍ୟାୟ ପାଇବା ଆଶାରେ ଦାଣ୍ଡରେ ବସିଲା।

ଆପଣ ମାନେ ବର୍ତ୍ତମାନ ତାପସ୍ୱିନୀଙ୍କ ଖବର ବିଷୟରେ ଭଲ ଭାବରେ ଜାଣିଥିବେ, ସେ ଯେପରି ଧୋକା ପାଇବା ପରେ ନ୍ୟାୟ ପାଇବା ଆଶାରେ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇ ବସିଛନ୍ତି ତେବେ ସେହିଭଳି ଆଉ ଜଣେ ମହିଳା ମଧ୍ୟ ନିଜ ଶଶୁର ଘର ଆଗରେ ନ୍ୟାୟ ଆଶାରେ ବସି ରହିଛନ୍ତି।

ତେବେ ଏଭଳି ଘଟଣା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଛି। ମହିଳା ମନୀଷା ଅବସ୍ଥା ମଧ୍ୟ କିଛି ତାପସ୍ୱିନୀ ଙ୍କ ଭଳି ଅଟେ। ବିବାହ କରିବାର ମାତ୍ର ଏକ ବର୍ଷ ପରେ ସ୍ବାମୀ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ମଧ୍ୟ ଆରମ୍ଭ କରି ଦେଇଥିଲେ। ଏହା ପରେ ବୋହୂ କୁ ଶାଶୁଘର ଲୋକେ ବାହାର କରି ଦେଇଥିଲେ। ଦୁଃଖରେ ଭାଙ୍ଗି ପଡ଼ି ପୀଡିତା ମହିଳା ଆ-ତ୍ମ-ହ-ତ୍ୟା କରିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ।

ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଗଜପତି ଜିଲ୍ଲା ରାଜସୀତାପୁର ଗାଁର ଝିଅ ମନୀଷା ପାରଳା ଖେମୁଣ୍ଡି ଅଞ୍ଚଳର ବିଶ୍ୱନାଥ ଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ। ତେବେ ବିବାହ କରିବାର ମାତ୍ର ଏକ ବର୍ଷ ୨୦୧୭ ମସିହାରେ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ଘରୁ ବାହାର କରି ଦେଇଥିଲେ। ତେବେ ବିଶ୍ୱନାଥ ମନୀଷା ଙ୍କ ପୂର୍ବରୁ ଆଉ ତିନି ଜଣଙ୍କୁ ବିବାହ କରିଥିଲେ। ବିଶ୍ୱନାଥ ଏହି ସମସ୍ତ କଥା ଲୁଚେଇ ରଖିଥିଲେ।

ମନୀଷାଙ୍କୁ ଯୌତୁକ ନିର୍ଯ୍ୟାତନା ଦେବା ସହ ତାଙ୍କ ବାପାଙ୍କୁ ମଧ୍ୟ ବାରମ୍ବାର କଲ୍ କରି ଧମକ ଦେଇଥିଲେ। ଶେଷରେ ମନୀଷା ଙ୍କୁ ଘରୁ ତଡି ଦେଇଥିଲେ। ଅନ୍ୟପଟେ ଝିଅର ଦୁଃଖରେ ଭାଙ୍ଗି ପଡି ବୁଢା ବାପାଟି ମୃତ୍ୟୁବରଣ କରିସାରିଛନ୍ତି। ମନୀଷାଙ୍କ ସହ ଶ୍ଵଶୁର ଘର ଲୋକେ କଥା ହୋଇ ସମାଧାନ କରିବାକୁ କହିଥିଲେ ମଧ୍ୟ ମନୀଷାଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ ପଡିଛି। ଶେଷରେ ସେ ତପସ୍ୱିନୀ ଙ୍କ ବାଟ ଆପଣେଇ ନେଇଛନ୍ତି। ଏବେ ନ୍ୟାୟ ଅପେକ୍ଷାରେ ମନୀଷା ଟାଣ ଖରାରେ ଶଶୁର ଘର ଆଗରେ ବସିଛନ୍ତି।

Leave a Reply

Your email address will not be published. Required fields are marked *