ଯୌତୁକ ନେଇଗଲା ଜୀବନ, ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ , ଭାଇର କୋହଭରା କାହାଣୀ ଦେଖିଲେ ଛାତି ଫାଟି ଯିବ…

କୁହାଯାଏ ଏ ଜୀବନ ମାତ୍ର ଦୁଇ ଦିନର । କିଏ କେତେବେଳେ ଚାଲି ଯିବ ସେ କଥା କାହାକୁ ଜଣା ନଥାଏ । ସମସ୍ତେ ନିଜ ନିଜ କାର୍ଯ୍ୟ କାଳ ସାରି ଏ ଧରାରୁ ଚାଲିଯିବେ । ତେବେ ଏସବୁ ଭିତରେ ଏ ମଣିଷର ଅତ୍ୟାଚାର , ବାଛ ବିଚାର , କ୍ରୋଧ , ଅଭିମାନ , ଲୋଭ କାହିଁକି । ତେବେ ଏଇ ଲୋଭ ପାଇଁ ପ୍ରତିଦିନ ହଜାର ହଜାର ଜୀବନ ଚାଲି ଯାଉଛି । ଆପଣ ସମସ୍ତେ ଜାଣିଥିବେ ଯେ , ଯୁଗ ଯୁଗ ଧରି ଯୌତୁକ ପ୍ରଥା ପ୍ରଚଳିତ ହୋଇ ଆସିଛି ।

ଆଉ ଯୁଗ ଯେତେ ଆଗକୁ ବଢୁଛି , ତାହା କମିବା ନାମ ଧରୁ ନାହିଁ ବରଂ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ହଜାର ହଜାର ନିରୀହ ମହିଳା ପ୍ରତିଦିନ ବଳି ପଡୁଛନ୍ତି । ତେବେ ମଣିଷ ନିଜର କିଛି ଲୋଭ ସାଧନ ପାଇଁ ଅନ୍ୟ ମାନଙ୍କ ଜୀବନ ନେବାକୁ ପଛାଉ ନାହିଁ । ତେବେ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଥିବା ଏପରି କିଛି ଖବର ବିଷୟରେ ଜାଣିବା ପରେ ଆପଣଙ୍କ ଆଖିରୁ ଲୁହ ଆସିଯିବ । ପୁଣିଥରେ ଯୌତୁକ ପାଇଁ ରାଜଧାନୀରେ ଚାଲି ଯାଇଛି ଜଣେ ମହିଳାଙ୍କ ଜୀବନ ।

ତେବେ ପରିବାର ଲୋକ ଏହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି କି କେହି ବନ୍ଧୁ ବାନ୍ଧବ ମଧ୍ୟ ଏହାକୁ ସ୍ୱୀକାର କରିବାକୁ ରାଜି ନାହାଁନ୍ତି । ସୂଚନା ଅନୁଯାୟୀ ମହିଳା ଜଣକ ଚାକିରୀ କରୁଥିଲେ ଆଉ ଶାଶୁ ଘର ଲୋକଙ୍କର କହିବା ଅନୁସାରେ ତାଙ୍କୁ ଯୌତୁକ ର ଆବଶ୍ୟକତା ରହିଥିଲା । ତେବେ ମହିଳାଙ୍କ ପରିବାର ଲୋକ ଏହାକୁ ଦେବା ପାଇଁ ସାଧ୍ୟ ନଥିଲେ । ତେଣୁ ମହିଳା ଜଣକ ଓଭର ଡ୍ୟୁଟି କରି ଶାଶୁ ଘର ଲୋକଙ୍କୁ ଟଙ୍କା ମଧ୍ୟ ଦେଉଥିଲେ । ଏହି କଥା ମହିଳାଙ୍କ ଭାଇ କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ତେବେ ତାଙ୍କ କହିବା ଅନୁଯାୟୀ , ତାଙ୍କ ଭଉଣୀଙ୍କ ଶାଶୁ ଘର ଲୋକ ସବୁବେଳେ ଯୌତୁକ ମାଗି ଚାଲିଥିଲେ ଆଉ ତାଙ୍କୁ ନିର୍ଯ୍ୟାତନା ମଧ୍ୟ ଦେଇ ଚାଲିଥିଲେ । ତେବେ ମହିଳା ଜଣକ ସବୁ କଷ୍ଟ ନିଜ ମନ ଭିତରେ ଚାପି ରଖିଥିଲେ । ଆଉ ଘର ଲୋକଙ୍କୁ କିଛି କଥା କହୁ ନଥିଲେ । ତେବେ ଗତ କାଲି ଏପରି କିଛି ପରିସ୍ଥିତି ହୋଇଥିଲା , ଯେଉଁଥିପାଇଁ ମହିଳା ଜଣକ କାଲି ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲେ । ତେବେ ବାପ ଘର ଲୋକ ଏହାକୁ ସ୍ୱୀକାର କରି ନାହାଁନ୍ତି । ଆଉ ତାଙ୍କ ଶାଶୁ ଘର ଲୋକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *