କାନ୍ଥରୁ ଲିଭିନି ବାହାଚିତା, ଏତେ ଶିକ୍ଷିତ ହେଇ ମଧ୍ୟ ସ୍ବାମୀ ସ୍ତ୍ରୀ କାହିଁକି କଲେ ଆତ୍ମ-ହତ୍ୟା ?

ମଣିଷ ଜୀବନରେ କେତେବେଳେ ଯେ କଣ ଘଟିଯାଏ ଏ କଥା କେହି ଜାଣି ପାରନ୍ତିନି। ସକାଳେ ସୁସ୍ଥ ଥିବା ଲୋକ ସନ୍ଧ୍ୟା ବେଳକୁ ପାଖରେ ନଥାଏ ତ ଦୀର୍ଘ ଦିନ ଧରି ଶଯ୍ୟାଶାୟୀ ହେଇଥିବା ଲୋକ ବହୁଦିନ ପର୍ଯ୍ୟନ୍ତ ବଞ୍ଚିରୁହେ। ଯମ କେତେବେଳେ କାହାକୁ ଆସି ନେଇଯାଏ କେହି ଜାଣି ପାରନ୍ତିନି। ଆଉ ବେଳେବେଳେ ମଣିଷ ନିଜର କିଛି ଭୁଲ ନିଷ୍ପତି ପାଇଁ ନିଜ ହସ ଖୁସିର ସଂସାରକୁ ନିଜ ହାତରେ ଭାଙ୍ଗିଦିଏ।

ଗଞ୍ଜାମ ପାଟପୁର ଅଞ୍ଚଳ ଡେଙ୍ଗାଡି ଗାଆଁରେ ଜୟସେନଙ୍କ ଘରେ ଚହଳ ପଡ଼ିଛି। କାନ୍ଥରୁ ଲିଭିନି ବହାଚିତା କିନ୍ତୁ ସ୍ଵାମୀ ସ୍ତ୍ରୀ ଦୁହେଁ ମିଶି ଆତ୍ମହତ୍ୟା କରିଦେଇଛନ୍ତି। ସ୍ଵାମୀସ୍ତ୍ରୀ ଦୁହେଁ ଶିକ୍ଷିତ ଥିଲେ କିନ୍ତୁ ଏମିତି କାହିଁକି କଲେ ଏ କଥା ଘର ଲୋକ କେହି ବୁଝି ପାରୁ ନାହାଁନ୍ତି। କିଏ କହୁଛି ଅନଲାଇନ ମନି ଗେମ୍ ଖେଳିକି ଏମିତି କରିଛନ୍ତି ତ କିଏ କହୁଛି ପାରିବାରିକ କଳହ ପାଇଁ ଏମିତି ହେଇଛି।

ଗତ ଦୁଇ ବର୍ଷ ତଳେ ଗଞ୍ଜାମ ପାଟପୁରର ଜୟସେନ୍ ମହାନ୍ତି ଶୈଳେନ୍ଦ୍ରି ମହାନ୍ତିଙ୍କୁ ବାହା ହେଇଥିଲେ। ଦୁହେଁ ବହୁତ ଶିକ୍ଷିତ ପରିବାର। ଜୟସେନ୍ କାଚ ଖଣ୍ଡି ବିଦ୍ୟାଳୟର ଶିକ୍ଷକ ଏବଂ ସ୍ତ୍ରୀ ଶୈଳେନ୍ଦ୍ରି ଜିଲ୍ଲା ବାହାରେ ଗୋଟେ ବିଦ୍ୟାଳୟାରେ ଶିକ୍ଷୟତ୍ରୀ ଥିଲେ। ଦୁହେଁ ପରସ୍ପରଙ୍କୁ ବହୁତ୍ ଭଲ ପାଆନ୍ତି।

କିନ୍ତୁ ଗତ କାଲି ରାତିରେ ସ୍ଵାମୀ ଜୟସେନ୍ ଏବଂ ସ୍ତ୍ରୀ ଶୈଳେନ୍ଦ୍ରି ଦୁହେଁ ମିଶି ଆତ୍ମହତ୍ୟା କରିଦେଇଛନ୍ତି। ସ୍ଵାମୀ ସ୍ତ୍ରୀଙ୍କ ଏହି ଆତ୍ମହତ୍ୟା ଉଦ୍ୟମରେ ଶୈଳେନ୍ଦ୍ରି ସାରା ଦୁନିଆକୁ ଛାଡ଼ି ଚାଲିଯିବା ବେଳେ ଜୟସେନ୍ ଗୁରୁତ୍ୱର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି ହେଇଛନ୍ତି। କିନ୍ତୁ ଏ ପର୍ୟ୍ୟନ୍ତ ଆତ୍ମହତ୍ୟାର ମୂଳ କାରଣ କଣ କିଛି ଜଣା ପଡିନି। ପାଟପୁର ଥାନାର ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟ ମଟମ୍ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *