ମିଳିଲା କ୍ୟାମେରା ମ୍ୟାନ ମାନସ ହ-ତ୍ୟା ମାମଲା ସମ୍ବନ୍ଧିତ ବଡ଼ ପ୍ରମାଣ, ଚଣ୍ଡିଖୋଲ ଯାଇଥିଲେ ଶର୍ମିଷ୍ଠା ଆଉ…..

କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାକୁ ପାଖାପାଖି ୩ ମାସ ବିତି ଗଲାଣି । ତେବେ ଏହି ମାମଲା ସହିତ ସିଧାସଳଖ ଜଡ଼ିତ ଶର୍ମିଷ୍ଠା ଏବଂ ନିରଞ୍ଜନ ସମେତ ଆଉ ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ତେବେ ଗତ ମାସ ଏହି ମାମଲାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବି କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । କିନ୍ତୁ ଆଜିକାର ଏହି ଲେଖାରେ ଆମେ ମାନସ ସ୍ୱାଇଁ ହ-ତ୍ୟା ମାମଲା ସମ୍ବନ୍ଧିତ ଆଉ କିଛି ନୂଆ ପ୍ରମାଣ ଯାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ସେହି ସମ୍ବନ୍ଧରେ କହିବୁ ।

କ୍ରାଇମବ୍ରାଞ୍ଚ ଏହି ମାମଲାକୁ ହାତକୁ ନେବା ପରଠାରୁ ମାମଲାର ସମାଧାନ ଆରମ୍ଭ ହୋଇଛି । ନିରଞ୍ଜନ ଏବଂ ଶର୍ମିଷ୍ଠା ଗିରଫ ହେବା ଏବଂ ସେମାନଙ୍କ ବୟାନ ରେକର୍ଡ଼ ହେବା ଆଦି । ତେବେ ବର୍ତ୍ତମାନ ସମୟରେ ମିଳିଥିବା ଆଉ ଏକ ଦୃଢ଼ ପ୍ରମାଣ ଅନୁଯାୟୀ ଏକ ସିସିଟିଭି ରେକର୍ଡ଼ରୁ ସାମ୍ନାକୁ ଆସିଛି ଯେ କ୍ୟାମେରା ମ୍ୟାନ ମାନସ ସ୍ବାଇଁ ହ-ତ୍ୟା ମାମଲା ଦିନ ଶର୍ମିଷ୍ଠା ଚଣ୍ଡିଖୋଲ ଯାଇଥିଲେ ।

ତେବେ ଏହି ମାମଲା ଗତ ଫେବୃଆରୀ ୯ ର ଅଟେ । ଯାହାକି ରାତି ସମୟରେ ଶର୍ମିଷ୍ଠା ଟୋଲଗେଟ ପାସ କରିବା ସମୟରେ ସେଠାରେ ଥିବା ସିସିଟିଭିରେ ରେକର୍ଡ଼ ହୋଇଥିଲା । ସେଥିରୁ ଏହା ଜଣା ପଡ଼ିଛି ଯେ ସେଦିନ ରାତି ୧୨.୦୮ ରେ ଟୋଲଗେଟ ଠାରେ ଶର୍ମିଷ୍ଠାଙ୍କ କାର ପାସ କରିଥିଲା ଏବଂ ପୁଣିଥରେ ୦୧.୫୯ ରେ କାର ଫେରିଥିଲା । ତେଣୁ ଏହି ସମସ୍ତ ଫୋଟକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ହାସଲ କରିଛି । ଏହା ଶର୍ମିଷ୍ଠାଙ୍କ ବିରୋଧରେ ସବୁଠାରୁ ବଡ଼ ପ୍ରମାଣ ଅଟେ ।

ତେବେ ଚାନ୍ଦବାଲି କୋର୍ଟରେ ୧୪୪ ଧାରାରେ ସାକ୍ଷୀଙ୍କ ବୟାନ ରେକର୍ଡ଼ କରାଯିବା ପୂର୍ବରୁ ତିନିଜଣଙ୍କ ବୟାନ ରେକର୍ଡ଼ ହୋଇଛି । ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚର ଆବେଦନ ଯେ ଜେଲରେ ଅଭିଯୁକ୍ତଙ୍କ ଟିଆଇ ପରେଡ଼ ହେଉ ବୋଲି । ଏପଟେ ଶର୍ମିଷ୍ଠାଙ୍କ କମ୍ପ୍ୟୁଟରରୁ ଗାଏବ ଥିବା ଭିଡ଼ିଓ କ୍ଲିପର ଫରେନ୍ସିକ ରିପୋର୍ଟକୁ କ୍ରାଇମବ୍ରାଞ୍ଚ ଅପେକ୍ଷା କରିଛି । ଯାହାକୁ ଆଧାର କରି ଏହି ମାମଲାର ସଠିକ ସତ୍ୟ ଗ୍ରହଣ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।

Leave a Reply

Your email address will not be published. Required fields are marked *