କେମିତି ପାଳିବେ ସାବିତ୍ରୀ ଓଷା ବର୍ଷା ଏବଂ ତପସ୍ୱିନୀ ! ଜାଣିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ :-

ଜଣେ ହିନ୍ଦୁ ନାରୀର ସୁନ୍ଦରତା ତାର ଶଙ୍ଖା ଏବଂ ସିନ୍ଦୁର ପାଇଁ ହିଁ ବୃଦ୍ଧି ହୋଇଥାଏ । ନାରୀର ସିନ୍ଦୁର ଯେଉଁ ବ୍ୟକ୍ତି ପାଇଁ ମଥାରେ ରହିଥାଏ , ଆଉ ଯାହା ଚିରଦିନ ପାଇଁ ତାର ଶୋଭା ବଢ଼ିଥାଏ ତାକୁ ନାରୀ ନିଜ ଭଗବାନ ସଦୃଶ୍ୟ ମାନି ନିଏ । ଆଉ ସେଇ ଦେବତା ସଦୃଶ ସ୍ୱାମୀ ପାଇଁ ସାବିତ୍ରୀ ବ୍ରତ କରିଥାଏ । ତେଣୁ ସେହି ସାବିତ୍ରୀ ଅମାବାସ୍ୟାକୁ ସ୍ୱାମୀର ଦୀର୍ଘ ଆୟୁଷ ପାଇଁ ପ୍ରାର୍ଥନା କରି ବ୍ରତ କରିଥାଏ ହିନ୍ଦୁ ନାରୀଟିଏ । ଆଉ ଚଳିତ ବର୍ଷ ମୋଇ ୩୦ ରେ ପଡୁଛି ସାବିତ୍ରୀ ବ୍ରତ । ଏହି ପରିପ୍ରେକ୍ଷୀରେ ସବୁ ହିନ୍ଦୁ ନାରୀ ନିଜର ପ୍ରସ୍ତୁତି ଆରମ୍ଭ କରି ସାରିଲେଣି ।

ତେଣୁ ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯେ ଓଡ଼ିଶାର ସବୁଠାରୁ ଚର୍ଚ୍ଚିତ ଯୋଡ଼ି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଉ ଡାକ୍ତର ସୁମିତ ଏବଂ ଏବଂ ପତ୍ନୀ ତାପସ୍ୱିନୀଙ୍କ ବିବାଦ ତ ଏଯାଏଁ ଥମିନି । ତେବେ ବର୍ଷା ଏବଂ ତପସ୍ୱିନୀ ରାତି ପାହିଲେ ସାବିତ୍ରୀ ଓଷା କିପରି ପାଳିବେ ? ତାହା ଜାଣିବାକୁ ସମସ୍ତେ ଅପେକ୍ଷା କରି ବସି ରହିଛନ୍ତି । ତେବେ ଯଦି ଆମେ ଉଭୟ ଯୋଡ଼ିଙ୍କ ପାରିବାରିକ ମାମଲା ଉପରେ ଦୃଷ୍ଟି ପକାଇବୁ ତେବେ ସେଥିରେ କିଛି ସାମଞ୍ଜସ୍ୟ ନଜର ଆସିବ ।

ଉଭୟଙ୍କର ପାରିବାରିକ ବିବାଦ ବର୍ତ୍ତମାନବି କୋର୍ଟରେ ବିଚାରାଧୀନ ରହିଛି । ତେବେ ବିବାଦର ସାମଞ୍ଜସ୍ୟ ଏହିକି ଯେ ବର୍ଷା ପ୍ରିୟଦର୍ଶିନୀ ଏବଂ ତପସ୍ୱିନୀ ଉଭୟେ ନିଜ ସ୍ୱାମୀ ସହ ରହିବାକୁ ଚାହୁଁଥିବା ବେଳେ ଅନୁଭବ ଏବଂ ସୁମିତ ଉଭୟେ ନିଜ ସ୍ତ୍ରୀ ସହ ରହିବାକୁ ଚାହୁଁ ନାହାଁନ୍ତି ଏବଂ ସେଇମାନେ ହିଁ କୋର୍ଟରେ ଛାଡ଼ପତ୍ର ମାମଲା ଦାଖଲ କରିଛନ୍ତି । ଆଉ ଯେଉଁ କାରଣରୁ ବର୍ଷା ଏବଂ ତପସ୍ୱିନୀ ଉଭୟେ ନିଜ ନିଜର ସ୍ୱାମୀ ପାଇଁ ଲଢ଼େଇ କରି ଚାଲିଛନ୍ତି ।

ତେଣୁ ଏପରି ସମୟରେ ଉଭୟଙ୍କ ସାବିତ୍ରୀ ଓଷା ସମ୍ବନ୍ଧରେ ଜାଣିବାକୁ ଜନସାଧାରଣ ବେଶ ଇଛ୍ଛୁକ ଅଛନ୍ତି । କିପରି ବର୍ଷା ଏବଂ ତପସ୍ୱିନୀ ନିଜ ସ୍ୱାମୀଙ୍କ ପାଇଁ ଉପାସ ରହିବେ , ନିଜ ସ୍ୱାମୀଙ୍କ ନାମରେ ବ୍ରତ ନାଇଁବେ , ଆଉ ସ୍ୱାମୀର ଦିର୍ଘାୟୁ କାମନା କରି ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେବେ । ଏସବୁ ବିଷୟରେ ଜାଣିବା ପାଇଁ ଲୋକେ ଖୁବ ଉତ୍ସୁକ ଅଛନ୍ତି । ତେଣୁ ଏପରି ଏକ ବିବାଦିତ ସମୟରେ ହିଁ ସାବିତ୍ରୀ ଅମାବାସ୍ୟା ଆସି ପହଞ୍ଚିଛି ।

Leave a Reply

Your email address will not be published. Required fields are marked *