ଗଞ୍ଜାମ ଜିଲ୍ଲାର ଏହି ପାତ୍ର ଦମ୍ପତି , ଅସହାୟ ପରିବାର ଝିଅମାନଙ୍କର ବିବାହ ପାଇଁ ଭିଡିଛନ୍ତି ଅଣ୍ଟା

ଏ ଦୁନିଆଁରେ କିଏ ବା କାହାର । କିଏ କାହା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ନାହାଁନ୍ତି । ସମସ୍ତେ ଆଜିକାର ସମାଜରେ ସ୍ୱାର୍ଥପର ପାଲଟି ଯାଇଛନ୍ତି । ଆଉ କେବଳ ଭଦ୍ର ମୁଖା ପିନ୍ଧି ଏ ଦୁନିଆଁରେ ବାସ କରୁଛନ୍ତି । ରାସ୍ତାରେ ଜଣେ ଅସହାୟକୁ ଦେଖିଲେ କେହି ଆଗକୁ ଆସି ତାଙ୍କୁ ସାହାଯ୍ୟ କରୁ ନାହାଁନ୍ତି କି କାହାକୁ ଟଙ୍କାଟିଏ ଦେବାକୁ ଆଜିକାର ଲୋକମାନେ କୁଣ୍ଠାବୋଧ କରୁଛନ୍ତି । ତେବେ ଏ ସବୁ ମଧ୍ୟରେ ବର୍ତ୍ତମାନ ସାମ୍ନାକୁ ଆସିଛି ଏଭଳି ଦମ୍ପତିଙ୍କ କଥା ଯେଉଁ ମାନେ ଅସହାୟ ମାନଙ୍କର ସାହା ଭରସା ହୋଇ ଆଗକୁ ଆଗେଇ ଆସିଛନ୍ତି ।

ତେବେ ଏହି ଦମ୍ପତି ଗଞ୍ଜାମ ଜିଲ୍ଲାର ଅଟନ୍ତି । ଆଉ ଗଞ୍ଜାମ ଜିଲ୍ଲାର ସମସ୍ତ ଅସହାୟ ପରିବାରର ଝିଅ ମାନଙ୍କର ବିବାହ କରାଇ ଦେବା ପାଇଁ ଏମାନେ ପ୍ରତିଶ୍ରୁତି ଦେଉଛନ୍ତି । ଏହାରି ମଧ୍ୟରେ ସେମାନେ ଚାରି ଚାରୋଟି ବିବାହ କରାଇ ସାରିଲେଣି । ଆଉ ବର୍ତ୍ତମାନ ଏମାନଙ୍କ ବିଷୟରେ ଅନେକ ଚର୍ଚ୍ଚା ହେବାରେ ଲାଗିଛି । ଆଖପାଖ ଅଞ୍ଚଳରେ ଏମାନଙ୍କୁ ସମସ୍ତେ ଜାଣିଛନ୍ତି । କାରଣ ଯାହାର କେହି ନାହିଁ , ତାଙ୍କର ଏହି ପାତ୍ର ଦମ୍ପତି ଅଛନ୍ତି ।

ସୂଚନା ମୁତାବିକ ବିକି ପାତ୍ର ଆଉ ତାଙ୍କ ଧର୍ମ ପତ୍ନୀ କିଛି ମାସ ହେବ ଏହି ଅସହାୟ ଲୋକମାନଙ୍କୁ ସାହାଯ୍ୟ କରିବାର ପନ୍ଥା ଆପଣାଇ ଥିଲେ । ଆଉ ଯେଉଁ ପରିବାରର ଝିଅ ମାନଙ୍କୁ ବିବାହ ସମୟରେ ସୁନା ଗହଣା ଏବଂ ଟଙ୍କା ପଇସାର ଆବଶ୍ୟକତା ରହିଛି , ସେମାନଙ୍କୁ ସେମାନେ ସାହାଯ୍ୟ କରିବାରେ ଲାଗି ପଡିଛନ୍ତି । ତେବେ ନିକଟରେ ସେମାନେ ଲୋଚାପଡ଼ା ଗ୍ରାମର ସଙ୍ଗୀତା ମହାରଣା ଏବଂ ଚଣ୍ଡୀପଦ ଗ୍ରାମର ଝୁମୁରି ଦାସଙ୍କର ବିବାହର ସମସ୍ତ ଖର୍ଚ୍ଚ ଉଠାଇଥିଲେ।

ତେବେ ଏ ବାବଦରେ ସେମାନେ କହିଛନ୍ତି କି ଲୋକମାନଙ୍କୁ ସାହାଯ୍ୟ କରି ସେମାନଙ୍କୁ ବହୁତ ଭଲ ଲାଗୁଛି । ଲୋକମାନେ ସେମାନଙ୍କୁ ଅତ୍ୟନ୍ତ ଆଶୀର୍ବାଦ ଦେଉଛନ୍ତି ଆଉ ତାଙ୍କୁ ସେଗୁଡିକ ବହୁତ ଭଲ ଲାଗୁଛି । ଏଥିପାଇଁ ତାଙ୍କ ପରିବାର ମଧ୍ୟ ବହୁତ ଖୁସିରେ ଚାଲିଛି । ତେବେ ସୁନା ଗହଣା ଦେବା ବାବ-ଦରେ ସେମାନେ କହିଛନ୍ତି କି , ସେମାନେ ମଧ୍ୟ କରଜ କରି ଦୋକାନରୁ ସୁନା ଆଣିଥାନ୍ତି। ଆଉ ପରେ ସୁଝିବେ ବୋଲି କହିଥାନ୍ତି । ଆଉ ଏହାକୁ ଦେଖିବା ପରେ ସେହି ସୁନା ଦୋକାନୀ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାପାଇଁ ଅଣ୍ଟା ଭିଡିଛନ୍ତି ।

Leave a Reply

Your email address will not be published. Required fields are marked *