କ୍ଷତିପୂରଣ ଟଙ୍କା ପାଇବାକୁ ଏତେ ତକଳୁ ଖସିଗଲେ ମହିଳା । କରମଣ୍ଡଳ ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ କହିଲେ ନିଜ ସ୍ୱାମୀ

ଜୁନ ୨ , ୨୦୨୩ ଯାହାକି ପୁରା ଭାରତ ପାଇଁ ଏବଂ ଓଡ଼ିଶା ପାଇଁ ବ୍ଲାକ ଡେ କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେକେତେ ଜୀବନ କେତେ କେତେ ଆଶା ନେଇ ସ୍ୱପ୍ନ ନେଇ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାର ଅପେକ୍ଷା କରୁଥିବା ବେଳେ ସେମାନଙ୍କ ଆଶା ସେମିତି ରହି ଯାଇଛି ଏବଂ ଆଉ ପୂରଣ ହୋଇ ପାରି ନାହିଁ ।

କରମଣ୍ଡଳ ରେଳ ଦୁର୍ଘଟଣାରେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ଟ୍ରେନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ଲକ୍ଷ ଲକ୍ଷ ଟଙ୍କା ମିଳିବ । ଆଉ ସେହି ଟଙ୍କା ପାଇବା ପାଇଁ ଜଣେ ମହିଳା ମୃତ୍ୟୁ ଶବକୁ ନିଜ ସ୍ୱାମୀ ବୋଲି କହୁଥିଲା । ତେବେ ଏହିଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।

ତେବେ ମହିଳା ଜଣକ ଏପରି କହିବାର ଉଦ୍ଦେଶ୍ୟ ହେଉଛି ଯେ ମୃତ ବ୍ୟକ୍ତିଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିବ । ସେହିପ ଘଟଣା ପରେ ଲୋକେ ନିଜ ନିଜର ଲୋକଙ୍କୁ ଖୋଜିବାରେ ବ୍ୟସ୍ତ ଥାଆନ୍ତି । କିନ୍ତୁ ବର୍ତ୍ତମାନ ଯେତେବେଳେ ମୃତକଙ୍କ ଚିହ୍ନଟ ହୋଇ ପାରି ନାହିଁ ସେତେବେଳେ ଜଣେ ମହିଳା ଆସି ଭାବ ବିହ୍ଵଳ ହୋଇ କାନ୍ଦି କାନ୍ଦି ଜଣେ ବ୍ୟକ୍ତିଙ୍କ ମୃତ ଦେହକୁ ନିଜ ସ୍ୱାମୀଙ୍କର ବୋଲି କହିଥିଲେ । ଖାଲି ସେତିକି ନୁହେଁ ନିଜ ସ୍ୱାମୀଙ୍କ ମୃତ ଦେହ କହି କାନ୍ଦି କାନ୍ଦି ଭାବପ୍ରବଣ ହୋଇ ପଡ଼ିଥିଲେ ମହିଳା । ଏହି ଦାବି ପରେ ଯେତେ ଚେକ କରା ଯାଇଥିଲା ସେତେବେଳେ ପୁରା ସତ ସାମ୍ନାକୁ ଆସିଥିଲା ।

ଛିନ୍ନବିଛିନ୍ନ ହୋଇଥିବା ମୃତ ଦେହ ଆଉ କାହାର । ମାତ୍ର ଚିହ୍ନି ହେଉ ନଥିବାରୁ ଟଙ୍କା ପାଇବାକୁ ଏଭଳି ମିଛ କହୁଥିବା ଜଣା ପଡ଼ିଥିଲା । ତେବେ ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଉକ୍ତ ମହିଳା ଜଣକ ସଙ୍ଗେ ସଙ୍ଗେ ସେଠାରୁ ଖସି ପଳାଇ ଯାଇଥିଲେ ।

ସେହି ମହିଳା ଜଣକ ମୃତକଙ୍କୁ ମିଳିବାକୁ ଥିବା ଟଙ୍କାକୁ ପାଇବା ଉଦ୍ଦେଶ୍ୟରେ ଯୋଜନା କରିଥିଲା ଏବଂ ଏକ ଫୋଟ ଆଣି ତାହା ମୃତକ ଅର୍ଥାତ ନିଜ ସ୍ୱାମୀର ବୋଲି ଦାବି କରିଥିଲା । ସୂଚନା ଅନୁଯାୟୀ ଏହି ମହିଳା ଜଣକ କଟକ ଜିଲ୍ଲା ବଡମ୍ବା ଥାନା ଅଧିନ ମାଣିଆବନ୍ଧ ଅଞ୍ଚଳର ଗୀତାଞ୍ଜଳି ଦତ୍ତ । ୧୦ ଲକ୍ଷ ଟଙ୍କା ସହାୟତା ରାଶି ପାଇବାକୁ ମିଛରେ ଏଭଳି କାଣ୍ଡ କରିଥିଲା ।

ଏମିତିକି ତାଙ୍କ ସ୍ୱାମୀ ମଧ୍ୟ ବଞ୍ଚିଥିବାର ଜାଣିବାକୁ ମିଳିଛି । ତେବେ ଆଧାରକାର୍ଡ଼ରେ ଥିବା ବ୍ୟକ୍ତିଙ୍କ ବୟସ ୪୦ ଥିବାବେଳେ ମହିଳା କହୁଥିଲେ ଯେ ତାଙ୍କ ବୟସ ୬୨ ବର୍ଷ । ଆଉ ଏହାପରେ ମହିଳା ଜଣକ ଧରା ପଡ଼ି ଯାଇଥିଲେ । ପୋଲିସ ସନ୍ଦେହ ହେବାରୁ ବଡ଼ମ୍ବା ଥାନା ପୋଲିସ ସହିତ ଯୋଗାଯୋଗ କରି ସବୁ ଜାଣିବାକୁ ପାଇଥିଲା ।

Leave a Reply

Your email address will not be published. Required fields are marked *