ଟ୍ରେନ ଦୁ-ର୍ଘଟଣାରେ ଆହତଙ୍କ ଯନ୍ତ୍ରଣା ସହି ନପାରି ନିଜେ ସାଲାଇନ ଲଗାଇ ଚିକିତ୍ସା ପାଇଁ ଧାଇଁ ଆସିଲେ ଅସୁସ୍ଥ ଡାକ୍ତର ।

କରମଣ୍ଡଳ ରେଳ ଦୁ-ର୍ଘଟଣା ପରେ ଯେଉଁ ପ୍ରକାରର ପରିସ୍ଥିତି ସେହି ଦୁ-ର୍ଘଟଣା ସ୍ଥଳରେ ଦେଖା ଦେଇଥିଲା ତାହା ବର୍ଣ୍ଣନା ସୁଦ୍ଧା କରିହେବ ନାହିଁ । କିଛି ଲୋକ ଆଘାତ କାରଣରୁ ମୃତ୍ୟୁ ବରଣ କରିଥିବା ବେଳେ ଆଉ କିଛି ଲୋକ ଭୟ କାରଣରୁ ମୃତ୍ୟୁ ବରଣ କରିଥିଲେ । ଏକ ହଜାର ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୩୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆଉ ସେତିକି ବେଳେ ସାହାଯ୍ୟ କରୁଥିବା ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଭିନ୍ନ ଭିନ୍ନ ରାଜ୍ୟରୁ ଲୋକେ ସେହି ଟ୍ରେନରେ ଯାତ୍ରା କରୁଥିଲେ । କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଯେ ହଠାତ ଏଭଳି ଏକ ଘଟଣା ଘଟିଯିବ ବୋଲି ଏବଂ ସେମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସୁଦ୍ଧା ପାରି ନଥିଲେ ।

ଆଉ ଏହାରି ମଧ୍ୟରେ ଘଟି ଯାଇଥିଲା ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାର ତୁରନ୍ତ ପରେ ଆହତ ଏବଂ ମୃତ ବ୍ୟକ୍ତିଙ୍କୁ ବାଲେଶ୍ୱର ବଡ଼ ମେଡିକାଲକୁ ପଠା ଯାଉଥିଲା । ତେବେ ସେହି ସମୟରେ ଜଣେ ଡାକ୍ତର ନିଜର ଅସୁସ୍ଥତାକୁ ଖାତିର ନକରି ଆଗେଇ ଆସିଥିଲେ ଲୋକଙ୍କ ଚିକିତ୍ସା କରବାକୁ । ଯାହାକି ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ହୋଇଛି ।

ବାସ୍ତବରେ ଏହି ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା PRM ଡାକ୍ତରଖାନାରେ । ରେଳ ଦୁର୍ଘଟଣା ପରେ ସେଠାକାର ଅଧିକାଂଶ ଡାକ୍ତର ବାଲେଶ୍ଵର ଚାଲି ଆସିଥିଲେ । ଯେଉଁ କାରଣରୁ ସେଠାରେ ଡାକ୍ତରଙ୍କ ଅଭାବ ଥିବାରୁ ଜଣେ ଚିକିତ୍ସିତ ହେଉଥିବା ଡାକ୍ତର ଯାହାଙ୍କୁ ସାଲାଇନ ଲାଗିଥିଲା ସେ ଉଠି ଆସିଥିଲେ ଲୋକଙ୍କ ଚିକିତ୍ସା କରିବା ପାଇଁ ।

ତାହାର ଫୋଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଡାକ୍ତରଙ୍କ ନାମ ହେଉଛି ଶୋଭିତ ସୁଶୋଭିତ । ତେବେ ଏଥିପାଇଁ ଡାକ୍ତର ଶୋଭିତ କହିଛନ୍ତି ଯେ , ଯେହେତୁ ଗରମ ଦିନ ତେଣୁ କେବେ କେବେ ଡାକ୍ତର ମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ରହୁଛି । ଆଉ ରେଳ ଦୁର୍ଘଟଣା ପରେ ଡାକ୍ତର ମାନେ ବାଲେଶ୍ୱର ଯିବା ମଧ୍ୟ ସ୍ୱାଭାବିକ । ତେଣୁ ଏଭଳି ସମୟରେ ଜଣେ ଡାକ୍ତର ହୋଇ ଛୁଟିରେ ରହିବା ଉଚିତ ନୁହେଁ ।

ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି କାଉନସିଲର ମଧ୍ୟ ଶୋଭିତଙ୍କର ପ୍ରଶଂସା କରୁଛନ୍ତି । ତେବେ କହିରଖିବୁ ଯେ କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ୧୪ ଜଣ ମୟୁରଭଞ୍ଜ ଜିଲ୍ଲାର ଲୋକଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published. Required fields are marked *