ପୁଅକୁ ଖୋଜି ପାଉନି ବାପା, ଆଖିରୁ ଝରାଉଛି ଧାର ଧାର ଲୁହ, ମୋ ସ୍ତ୍ରୀ ପୁଅ ସହ କଥା ହେବ କହୁଛି….

କି ବିକଳ ଏ ଚିତ୍କାର , କେତେ ହୃଦୟ ବିଦାରକ ଏ ଘଟଣା । କିଏ ହରାଇଛି ନିଜ ପୁଅକୁ ତ ଆଉ କିଏ ନିଜ ସ୍ବାମୀ , ଆଉ ପୁଣି କିଏ ନିଜ ପୁରା ପରିବାରକୁ ହରାଇ ଦେଇଛି । କାହା କାହା ଘର ହୋଇ ଯାଇଛି ଲୋକ ଶୁନ୍ୟ । ଆଜି ଯାଏଁ ଏପରି ଅନେକ ଲୋକ ଅଛନ୍ତି , ଯେଉଁ ମାନେ ନିଜ ଆତ୍ମୀୟସ୍ୱଜନ ମାନଙ୍କୁ ଖୋଜି ପାଇ ନାହାଁନ୍ତି ।

ନିଜ ଲୋକଙ୍କର ଟିକିଏ ଶେଷ ଦର୍ଶନ କରିବା ପାଇଁ ପାଗଳ ଭଳି ଖୋଜି ବୁଲୁଛନ୍ତି ସେହି ଶବକୁ କିନ୍ତୁ କିଛି ହେଉ ନାହିଁ । ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲି ବୁଲି ଖୋଜୁଛନ୍ତି ଆତ୍ମୀୟସ୍ଵଜନ । ଆଉ ଠିକ୍ ଏଥିପାଇଁ ସରକାର କିଛି ବ୍ୟବସ୍ଥା କରିଛନ୍ତି , ଯାହା ଫଳରେ ଲୋକେ ନିଜ ପରିବାର ଲୋକଙ୍କୁ ସହଜରେ ଖୋଜି ପାଇବେ ।

ତେବେ ଆଜ୍ଞା ଆମେ କହୁଛୁ , ବାହନଗା ରେଳ ଦୁ-ର୍ଘଟଣାର କରୁଣ କାହାଣୀ ବିଷୟରେ । କେତେ ଦର୍ଦନାକ ଥିଲା ସେଦିନର ଚିତ୍ର । ବାସ୍ ହା ହା ଚିତ୍କାର ଚାରିଆଡ଼େ ଶୁଭା ଯାଉଥିଲା। ଲୋକେ ଯିଏ ଯୁଆଡେ ପାରୁଥିଲେ ଧାଇଁବାକୁ ଲାଗିଥିଲେ। ସେହି ମୁହୂର୍ତ୍ତରେ ଲୋକେ ଭୁଲି ଯାଇଥିଲେ କଣ କରିବେ ।

ବାସ୍ ଚିତ୍କାର କରିବା ଛଡା ଆଉ ନଥିଲା କିଛି ଉପାୟ । ସତେ ଯେମିତି ନିଜ ମୃତ୍ୟୁକୁ ପାଖରୁ ଦେଖୁଥିଲେ ଲୋକ ମାନେ । ନାହିଁ ନଥିବା ରଡ଼ି ଚାରିଆଡ଼େ ଶୁଭା ଯାଉଥିଲା । ଆଉ ଯାହା ପରେ ପାଖରେ ରହିଥିବା ଲୋକ ମାନେ ଧାଇଁ ଆସିଥିଲେ ।

ତେବେ ଏହାରି ମଧ୍ୟରେ ଜଣେ ବାପାର କରୁଣ କାନ୍ଦ ଶୁଣିବାକୁ ମିଳିଛି । ସାନ ପୁଅକୁ ପାଇ ଯାଇଥିଲେ ମଧ୍ୟ ବଡ ପୁଅକୁ ଖୋଜି ଖୋଜି ପାଗଳ ଭଳି ହୋଇ ଯାଇଥିଲେ ସୁଦ୍ଧା ଆଜି ଯାଏଁ ଖୋଜ ଖବର ନାହିଁ ବଡ ପୁଅର । ଦୁର୍ଘଟଣାର ଗୋଟିଏ ଦିନ ପରେ ସାନ ପୁଅର ଖୋଜ ଖବର ମିଳିଥିଲା ଆଉ ବାପା ଜଣକ ଜାଣିବାକୁ ପାଇଥିଲେ କି , ପୁଅ ତାଙ୍କର ଠିକ୍ ଅଛି ଆଉ ସୋର ମେଡିକାଲରେ ଚିକିତ୍ସିତ ହେଉଛି ।

କିନ୍ତୁ ଅନ୍ୟ ପଟରେ ବଡ ପୁଅକୁ ଖୋଜିବାରେ ଲାଗିଛନ୍ତି ବାପା ଜଣକ । ସୂଚନା ଅନୁଯାୟୀ , ପରିବାରର ଭରଣ ପାଇଁ ବ୍ୟକ୍ତି ଜଣକ ଚେନ୍ନାଇରେ ରହି କାମ କରନ୍ତି । ଆଉ ଏଥର ଦୁଇ ପୁଅ ମଧ୍ୟ ବାପା ସହିତ ଯିବା ପାଇଁ ଜିଦ୍ ଧରିଥିଲେ ।

କିନ୍ତୁ ବାପା ଅନେକ ଥର ମନା କରିଥିଲେ । ତଥାପି ଜିଦ୍ କରି ଦୁଇ ପୁଅ ଚାଲିଥିଲେ ବାପା ସହିତ ଚେନ୍ନାଇ କାମ କରିବା ପାଇଁ । କିନ୍ତୁ ବାଟରେ ଅନାଇ ବସିଥିଲା ମୃତ୍ୟୁ । ହଠାତ୍ ଏକ କଳା ବାଦଲ ସଦୃଶ ଆସି ନେଇଗଲା ଶହ ଶହ ଲୋକଙ୍କ ଜୀବନ । ତେବେ ବାପାଙ୍କ କହିବା ଅନୁଯାୟୀ , ସାନ ପୁଅ ବର୍ତ୍ତମାନ ସୁସ୍ଥ ଅଛି କିନ୍ତୁ ବଡ ପୁଅର ପତ୍ତା ମିଳି ନାହିଁ ।

ଖୋଜି ଖୋଜି ନୟାନ୍ତ ହୋଇଗଲେଣି ସେ ତଥାପି କିଛି ଖୋଜ ଖବର ନାହିଁ । ଘରକୁ ପୁଅକୁ ନ ନେଇ ଫେରିଲେ ତାଙ୍କ ସ୍ତ୍ରୀ ତାଙ୍କୁ ମାରି ପକାଇବ । ତାଙ୍କ ଜୀବନ ଚାଲିଯିବ । କାହିଁକି ନା ବଡ ପୁଅ ତାଙ୍କର ଭାରି ଗେହ୍ଲା । ତେବେ ଏପରି କରୁଣ କାହାଣୀ ସମସ୍ତଙ୍କ ଆଖିରେ ଆଣି ଦେଇଛି ଲୁହ ।

Leave a Reply

Your email address will not be published. Required fields are marked *