ଘରେ ରାଜି ନଥିଲେ ମୁଁ ଲୁଚି କରି ଚାଲି ଆସିଲି, ରିୟଲ ଲାଇଫ ବିଷୟରେ କହିଲେ ଆଇଟମ ଗାର୍ଲ ସୋନି। ଦେଖନ୍ତୁ ଭିଡ଼ିଓ

ଆପଣମାନେ ଜାଣିଛନ୍ତି ଯେ କଳାକାର ମାନେ ନିଜର ଦକ୍ଷତା ମାଧ୍ୟମରେ ଲୋକମାନଙ୍କ ହୃଦୟରେ ରାଜ କରନ୍ତି। ଲୋକମାନେ ସେମାନଙ୍କ ଗୋଟିଏ ଝଲକ ଦେଖିବା ପାଇଁ ଦିୱାନଙ୍କ ଭଳି ହୁଅନ୍ତି। କଳାକାରମାନେ ଯେତେବେଳେ ପରଦାରେ କାନ୍ଦନ୍ତି ତେବେ ଲୋକମାନେ ମୁଗ୍ଧ ହୋଇ ଯାଆନ୍ତି ହେଲେ ସେମାନେ ଯେତେବେଳେ ବାସ୍ତବ ଦୁନିଆରେ ଅଭାବ ଅସୁବିଧାରେ ରହି କାନ୍ଦିବାକୁ ଲାଗନ୍ତି ସେତେବେଳେ ତାଙ୍କର ଦୁଃଖରେ ଲୋକମାନେ ମଧ୍ୟ ଭାଙ୍ଗି ପଡିଛି।

କରୋନାର ପ୍ରଭାବ ସମସ୍ତ କଳାକାର ପ୍ରଭାବିତ ହୋଇଥିଲେ। ତେବେ ସେମାନେ ମାସ ମାସ ଧରି ଶୁଟିଙ୍ଗ କରି ପାରିଲେ ନାହିଁ ଏବଂ ତାଙ୍କର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଥିଲା। ତେବେ ଅନେକ କଳାକାର ଭିନ୍ନ ଭିନ୍ନ ବାଟ ଆପଣେଇ ଥିଲେ। ତେବେ କେତେ କାହାଙ୍କୁ ପରିବାର ବିକ୍ରି କରୁଥିବାର ଦେଖିବାକୁ ମିଳିଥିଲେ ତ ଆଉ କିଏ ନିଜ କୌଳିକ ବୃତ୍ତି କୁ ଆପଣେଇ ଦେଇଥିଲେ। କିନ୍ତୁ କରୋନା କଟକଣା ହଟିଯିବାରୁ ପୁଣି ଥରେ ଯାତ୍ରା କଳାକାରଙ୍କ ମୁହଁରେ ହସ ଦେଖିବାକୁ ମିଳିଛି।

ତେବେ ଘରେ ଘରେ ପରିଚିତ ହିରୋଇନ ସୋନି ମଧ୍ୟ ଯାତ୍ରା ମଞ୍ଚକୁ ଫେରି ଆସିଛନ୍ତି ଯେଉଁ କାରଣରୁ ତାଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ସେ କୋଣାର୍କ ଗଣନାଟ୍ୟ ତରଫରୁ ଆୟୋଜିତ କରାଯାଉଥିବା ଯାତ୍ରରେ ତାଙ୍କୁ ଡ଼୍ୟାନ୍ସ ଗାର୍ଲ ରୂପ ନଜରରେ ଆସନ୍ତି। ତେବେ ସେ ନିଜ ରିୟଲ ଲାଇଫରେ କିପରି ଷ୍ଟ୍ରଗଲ କରିଥିଲେ ସେ ଏକ ସାକ୍ଷାତକାରରେ ନିଜ ଫ୍ୟାନ ମାନଙ୍କୁ ଏ ବିଷୟରେ ଜଣାଇଛନ୍ତି।

ଆଇଟମ ଗାର୍ଲ ସୋନି ୧୦ ରୁ ୧୨ ବର୍ଷ ଯାତ୍ରା ଜଗତରେ କାମ କରିଆସୁଛନ୍ତି। ତେବେ ଛୋଟବେଳୁ ସେ ଡ୍ୟାନ୍ସ ଗାର୍ଲ ଭାବେ କାମ କରୁଥିଲେ। ଏହାପରେ ଧୀରେ ଧୀରେ ଅଭିନୟ ଆଡକୁ ମନ ବଢ଼େଇଥିଲେ। ସେ ସାକ୍ଷାତକାରରେ କହିଛନ୍ତି ଯେ ଅଭିନୟ କରିବା ତାଙ୍କର ଛୋଟ ବେଳୁ ଆଶା ଏବଂ ସ୍ୱପ୍ନ ଥିଲା। ତେବେ ସ୍ବପ୍ନକୁ ପୂରଣ କରିବା ପାଇଁ ଘର ଛାଡ଼ି ଚାଲି ଆସିଥିଲେ। ସେ ଜଲିଉଡ଼ ରେ ଯିବେ ବୋଲି ମନସ୍ଥ କରିଥିଲେ। ନାଚରେ ରୁଚି ରଖିଥିବା ସୋନିଙ୍କୁ ପ୍ରଥମେ କୋଣାର୍କ ଗଣନାଟ୍ୟ ପକ୍ଷରୁ ଡ୍ୟାନ୍ସ ଗାର୍ଲର ଅଫର ମିଳିଥିଲା। ସେ ଏହାକୁ ନିଜ କର୍ମ ଭାବି ଆପଣେଇ ନେଇଥିଲେ।

ଏହାପରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲେ। କେବଳ ସେତିକି ନୁହେଁ ଆଗକୁ କାହାକୁ ବିବାହ କରିବେ ଏବଂ ତାଙ୍କ ବୈବାହିକ ଜୀବନକୁ ନେଇ କଣ ସେ ଯୋଜନା କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି। ସୋନିଙ୍କ କହିଛନ୍ତି, ‘ବିବାହ ପାଇଁ ଘର ଲୋକ କହୁଛନ୍ତି ହେଲେ ମୋ ପସନ୍ଦର ପିଲା ଏ ପର୍ଯ୍ୟନ୍ତ ମିଳି ନାହିଁ ମିଳିଲେ ନିଶ୍ଚୟ ଲାଇଫ ପାର୍ଟନର ବନେଇବି। ମୁଁ ଚାହୁଁଛି ମୁଁ ଯାହାକୁ ବିବାହ କରି ସେ ଜଣେ ବିଜନେସ ମ୍ୟାନ ହୋଇଥାଉ ଆଉ ମୋ ପାଖା ପାଖି ରହୁ।’

ତେବେ ଯାତ୍ରା ଜଗତରେ କାମ କରୁଥିବା ଝିଅଙ୍କର ଚରିତ୍ର ଖରାପ ନୁହେଁ ବୋଲି କହିଥିଲେ। ଯେଉଁ ଲୋକମାନେ ଏହା ଭାବୁଛନ୍ତି ତେବେ ସେମାନଙ୍କ ଚିନ୍ତାଧାରା ଖରାପ ଅଟେ। ଲୋକମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ କୌଣସି ଲୋକମାନେ ଯାତ୍ରାରେ କାମ କରୁଥିବା କଳାକାରଙ୍କ ବିଷୟରେ ଖରାପ ଭାବୁଛନ୍ତି ଦୟାକରି ତାହା ଭାବ ନାହିଁ। କାରଣ ଯାତ୍ରା ଜଗତରେ କାମ କରୁଥିବା ଲୋକମାନେ ମଧ୍ୟ କଳାକାର ଅଟନ୍ତି।

Leave a Reply

Your email address will not be published. Required fields are marked *