କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ରହିବା ଯୋଗ୍ୟ ହୋଇନାହିଁ ଏହି ସହର , କାରଣ ଥିଲା କିଛି ଏହିପରି…

ମଣିଷ ମାତ୍ରକେ ଭୁଲ ଏହା ସତ୍ୟ ଅଟେ ଏବଂ ଭୁଲ ରୁ ହିଁ ମନୁଷ୍ୟ ଶିକ୍ଷା କରିଥାଏ । କିନ୍ତୁ ଅନେକ ସମୟରେ ମଣିଷ ମାନେ କିଛି ଏପରି ଭୁଲ କରି ବସନ୍ତି ଯାହାର ଆଉ ସମାଧାନ ନଥାଏ । ଆଜି ଆମେ ଆପଣଙ୍କୁ ସାଧାରଣ ଲୋକଙ୍କ ଭୁଲ ସମ୍ବନ୍ଧରେ ନୁହେଁ ବରଂ ବଡ଼ ବଡ଼ ନେତା ମାନଙ୍କ ଭୁଲ ସମ୍ବନ୍ଧରେ କହିବୁ ଯେଉଁ ଭୁଲ କାରଣରୁ ଲକ୍ଷ ଲକ୍ଷ ଟଙ୍କା ନୁହେଁ ବରଂ କୋଟି କୋଟି ଟଙ୍କା ନଷ୍ଟ ହୋଇଛି ।

୧ . ୟୁକୋ ମାଉଣ୍ଟେବ ୱେସ୍ଟ ରିପୋଜିଟୋରୀ :-

ନ୍ୟୁକ୍ଲିୟାର ପାୱାର ପ୍ଲାଣ୍ଟ ର ଆବର୍ଜନା କୁ ଯଦି ଠିକ ଭାବରେ ସୁରକ୍ଷିତ ନରଖାଯାଏ ତେବେ ତାହା ଲୋକଙ୍କ ପାଇଁ ଅନେକ କ୍ଷତିକାରକ ହୋଇଥାଏ । ତେଣୁ ତେଣୁ ଆମେରିକାର ସବୁ ନ୍ୟୁକ୍ଲିୟାର ୱେଷ୍ଟଜ କୁ ଡ୍ରମ ରେ ଭର୍ତ୍ତି କରି ସହର ଠାରୁ ଅନେକ ଦୂରକୁ ନେଇ ରଖାଯାଇ ଥାଏ । ୨୦୦୨ ମସିହାରେ ଆମେରିକା ନିବାଡ଼ା ଷ୍ଟେଟ ର ୟୁକୋ ମାଉଣ୍ଟେନ ରେ ୩୦୦ ମିଟର ଏକ ଗାତ ଖୋଳି ଏହି ୱେଷ୍ଟଜ କୁ ରଖିବାର ପ୍ଲାନ କରାଗଲା । ତେଣୁ ସେଠାକାର ବାସିନ୍ଦା ଙ୍କ ଅଭିଯୋଗ ଏହା ଥିଲା ଯେ ଯଦି ନିବାଡ଼ା ରେ ନ୍ୟୁକ୍ଲିୟର ପ୍ଲାଣ୍ଟ ନାହିଁ ତେବେ ଆମେରିକାର ସବୁ ନ୍ୟୁକ୍ଲିୟର ୱେଷ୍ଟଜ ସେଠାରେ କାହିଁକି ରଖାଯିବ । ଅନେକ ଦିନ କେଶ ଚାଲିବା ପରେ ଓବାମା ଙ୍କ ସମୟରେ ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ସେଠାରେ ୱେଷ୍ଟଜ ରଖାଯିବ ନାହିଁ । କିନ୍ତୁ ଦୁଃଖର କଥା ଏହା ଯେ ସେହି ଟୋନେଲ ଖୋଳିବାକୁ ଏକ ଲକ୍ଷ ଚବିଶି ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

୨ . ସିଉଡାଡ ରିଆଲ ସେଣ୍ଟ୍ରାଲ ଏୟାରପୋର୍ଟ :-

ୟୁରୋପ ର ସ୍ପେନ ଏକ ଏପରି ଜାଗା ଅଟେ ଯେଉଁଠାକୁ ପ୍ରତ୍ୟେକ ବର୍ଷ ଆଠ କୋଟିରୁ ଅଧିକ ଲୋକ ବୁଲିବାକୁ ଆସନ୍ତି ସେହି ଠାରେ ମୋଡ୍ରେଡ଼ ଏୟାରପୋର୍ଟ ଥିଲା ଯେଉଁଠି ପ୍ରତି ଦିନ ଅନେକ ଲୋକ ଲ୍ୟାଣ୍ଡ କରନ୍ତି । ତେବେ ସେହି ଏୟାରପୋର୍ଟ ରେ ଏହି ସମସ୍ୟା ଥିଲା ଯେ ସେଠାରେ ୭ କୋଟି ଲୋକଙ୍କ ପାଇଁ ସୁବିଧା ଥିବା ବେଳେ ଆଠ କୋଟି ରୁ ଅଧିକ ଲୋକ ସେଠାକୁ ଆସୁଥିଲେ । ତେଣୁ ଏହାକୁ ଦୃଷ୍ଟିରେ ରଖି ଆଉ ଏକ ଏୟାରପୋର୍ଟ ତିଆରି କରାଗଲା ଯାହା ପାଇଁ ୧.୨ ବିଲୀୟନ ଅର୍ଥାତ ଆଠ ଶହ ଆଠ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଏବଂ ସିଉଡାଡ ରିଆଲ ସେଣ୍ଟ୍ରାଲ ଏୟାରପୋର୍ଟ ତିଆରି ହୋଇଥିଲା । ଯାହାକି କୋଟି କୋଟି ଲୋକଙ୍କ ସୁବିଧା ପାଇଁ ତିଆରି ହୋଇଥିଲା । କିନ୍ତୁ ୨୦୦୯ ମସିହାରେ ଯେତେବେଳେ ଏଠାରେ କାମ ଆରମ୍ଭ ହେଲା ସେତେବେଳେ ଯାତ୍ରୀଙ୍କ ପାଇଁ ଏହି ସମସ୍ୟା ଆସିଲା ଯେ ଏଠାରେ ପ୍ଲେନ ଲ୍ୟାଣ୍ଡିଙ୍ଗ ହେବା ପରେ ଯାତ୍ରୀଙ୍କୁ ମୋଡ୍ରେଡ଼ ଯିବାକୁ ଆହୁରି ୩୦୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିଲା । ତେଣୁ ଲୋକେ ଏହାକୁ ରିଜେକ୍ଟ କରିଦେଲେ । ତେଣୁ ୨୦୧୧ ମସିହାରେ ଏହି ଏୟାରପୋର୍ଟ କୁ ବନ୍ଦ କରି ଦିଆଯାଇଥିଲା ଏବଂ ମାତ୍ର ନଅ ଲକ୍ଷ ଟଙ୍କାରେ ନିଲାମ କରି ଦିଆଯାଇଥିଲା ।

୩ . ଇଣ୍ଟର ଷ୍ଟେଟ ଏଚ 3 ହାଇ ୱେ :-

ଆମେରିକା ର ହାୱାଇ ରାଜ୍ୟରେ ଏକ ସହର ଅଛି ହନଲୁଲୁ ଯେଉଁଠି ୨୬ କିଲୋମିଟର ର ଏକ ରାସ୍ତା ଅଛି ଯାହା ଖୁବ ସୁନ୍ଦର ଏବଂ ଲୋକେ ଏହାକୁ ପସନ୍ଦ ମଧ୍ୟ କରନ୍ତି । ୧୯୬୦ ମସିହାରେ ଏହାର ନିର୍ମାଣ ଦୁଇ ଆର୍ମି ବେଶ ର ଯିବା ଆସିବା ସମସ୍ୟା ହେବାରୁ କରାଯାଇଥିଲା । ଏହା ପାହାଡ଼ ରେ ତିଆରି ହୋଇଥିବାରୁ ଏହାର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର । କିନ୍ତୁ ରାସ୍ତା ତିଆରି ହେବାର ଘୋଷଣା ହେବା ପରେ ଲୋକେ ଦାବି କରିଲେ ଯେ ଆର୍ମି ମାନଙ୍କ ପାଇଁ କେବଳ ରାସ୍ତା ତିଆରି କରିବାକୁ ସହରର ସୌନ୍ଦର୍ଯ୍ୟ ନଷ୍ଟ କରାଯାଇ ପାରିବ ନାହିଁ । ଏହି କାରଣରୁ ଦୀର୍ଘ ୨୬ ବର୍ଷ ଧରି ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା । କିନ୍ତୁ ୧୯୮୯ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ୮ ବର୍ଷ କାର୍ଯ୍ୟ ପରେ ୧୯୯୩ ମସିହାରେ ଏହି ରାସ୍ତାର ଉଦ୍ଘାଟନ କରାଗଲା । ଏଥିପାଇଁ ୧.୩ ବିଲୀୟନ ଟଙ୍କା ଖର୍ଚ୍ଚ ହୋଇଥିଲା ଯାହା ବେଶ ଅଧିକ । କାରଣ ସେଠାକାର ପାହାଡ଼ ର ଦୃଶ୍ୟ କୁ ନଷ୍ଟ ନକରିବା ପାଇଁ ପାହାଡ଼ ପାଖରେ ପିଲାର ବନାଇ ରାସ୍ତା ନିର୍ମାଣ କରାଯାଇଥିଲା । ତଥାପି ସେହି ରାସ୍ତା ବ୍ୟବହାର ଯୋଗ୍ୟ ନୁହେଁ । ଲୋକେ ସରକାର ଙ୍କ ଉପରେ ରାଗିଛନ୍ତି କାରଣ ରାସ୍ତା ବନାଇବା ପାଇଁ ତାଙ୍କର ଘର ବାଡ଼ି ନଷ୍ଟ କରି ଦିଆଯାଇଥିଲା ।

୪ . ମିଆଁମାର ର ପୁରୁଣା କ୍ୟାପିଟାଲ ସିଟି ୟଙ୍ଗନ ଯେଉଁଠି ପ୍ରାୟ ୭୦ ଲକ୍ଷ ଲୋକ ରହନ୍ତି । ଦିନକୁ ଦିନ ଏଠାରେ ଲୋକ ସଂଖ୍ୟା ବଢ଼ୁଛି ଏବଂ ସେହି ସହରକୁ ମଧ୍ୟ ଆଉ ବଢ଼ା ଯାଇ ପାରିବ ନାହିଁ । ତେଣୁ ୨୦୦୨ ମସିହାରେ ଜଣେ ମିଳେଟ୍ରି ଲିଡର ଚୁପଚାପ ଏକ ସହର ନିର୍ମାଣ କରିବା ଆରମ୍ଭ କରିଦେଲେ । ୨୦୦୫ ରେ ସେ ହଠାତ ଘୋଷଣା କରିଲେ ଯେ ସେହି କ୍ୟାପିଟାଲ କୁ ସେ ବଦଳାଇ ନେପି ଡାଉ ରଖାଯିବ । ୪ ବିଲୀୟନ ଡଲାର ଖର୍ଚ୍ଚ ହୋଇଥିଲା । ସେଠାରେ ସବୁକିଛି ଥିବା ସତ୍ତ୍ୱେ ବି ଲୋକେ ରହିବାକୁ ପସନ୍ଦ କରିଲେ ନାହିଁ କାରଣ ସେଠାରେ ଶିକ୍ଷା ଏବଂ ହସ୍ପିଟାଲ ନଥିଲା ।

Leave a Reply

Your email address will not be published. Required fields are marked *