ଇଚ୍ଛା ବିରୋଧରେ ବାହା ହୋଇଥିଲା ଝିଅ, ଜ୍ୱାଇଁକୁ ରାସ୍ତା ମଝିରେ ହ-ତ୍ୟା କଲେ ଶଳା ଓ ଶଶୁର :

ପ୍ରେମ କେତେବେଳେ କେଉଁ ସମୟରେ ହେବ ତାହା କହି ହେବ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଆଜିର ଯୁବପିଢ଼ି ମାନେ ପ୍ରେମରେ ପଡିବା ପରେ ନିଜର ହିତାହିତ ଜ୍ଞାନ ହରେଇ ବସୁଛନ୍ତି। କେବଳ ସେତିକି ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ଶାରୀ-ରିକ ସମ୍ପର୍କ ମଧ୍ୟ ରଖୁଛନ୍ତି। ଶାରୀ-ରିକ ସମ୍ପର୍କ ରଖିବା ପରେ ପ୍ରେମିକା ଓ ପ୍ରେମିକ ମଧ୍ୟରୁ ଜଣଙ୍କର ମନ ବଦଳି ଯାଏ। ଦୁହେଁ ଦେଖି ଥିବା ବିବାହର ସ୍ୱପ୍ନ ଧୂଳି ସାତ ହୋଇଯାଏ। ଏହିଭଳି ଖବର ଅନେକ ସମୟରେ ଦେଖିବାକୁ ମିଳିଥାଏ। କିନ୍ତୁ ଆଉ କିଛି ସମ୍ପର୍କ ଅତୁଟ ହୋଇଥାଏ। ପ୍ରେମ ପାଇଁ ଜୀବନ ଦେଇଦେବ ପଛେ ବି-ଚ୍ଛେ-ଦ ହେବେ ନାହିଁ।

ପ୍ରେମ ବିବାହ କିଛି ପ୍ରେମୀ ଯୁଗଳ ମାନଙ୍କ ପାଇଁ କାଳ ମଧ୍ୟ ସାଜିଛି। ତେବେ ଏହିଭଳି ଏକ ଘ-ଟ-ଣା ସାମ୍ନାକୁ ଆସିଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମିଳିଥିବା ସୂଚନାନୁଯାୟୀ, ୨୧ ବର୍ଷୀୟ ସୁଲତାନା ନାମକ ଜଣେ ଯୁବତୀ ଜାନୁଆରୀ ୩୧ରେ ୨୫ବର୍ଷ ବୟସ୍କ କାର କମ୍ପାନିର ସେଲ୍ସମ୍ୟାନ୍ ନାଗାରାଜୁଙ୍କୁ ବିବାହ କରିଥିଲେ। ଦୁହେଁ ପରସ୍ପରକୁ ସ୍କୁଲ ସମୟରୁ ପ୍ରେମ କରି ଆସୁଥିଲେ। ପରିବାର ଲୋକେ ସେମାନଙ୍କ ପ୍ରେମକୁ ସିକ୍ବାର କରି ନଥିଲେ।

ପରିବାର ଲୋକେ ଦୁହିଁଙ୍କ ପ୍ରେମକୁ ସିକ୍ବାର ନ କରିବା ପଛରେ କାରଣ ହେଉଛି ଧର୍ମ। ଯୁବକ ଜଣକ ହିନ୍ଦୁ ଧର୍ମର ହୋଇଥିବା ବେଳେ ଯୁବତୀ ଜଣକ ମୁସଲମାନ ଥିଲେ। ଯେଉଁଥି ପାଇଁ ପରିବାର ଲୋକେ ଦୁହିଁଙ୍କ ବିବାହ କରିବା ପାଇଁ ରାଜି ହୋଇ ନଥିଲେ। କିନ୍ତୁ ଦୁହେଁ ଘରୁ ପଳେଇ ଆସି ବିବାହ କରିଥିଲେ। ଯାହାକି ସେମାନଙ୍କ ପାଇଁ କାଳ ସାଜିଥିଲା। ଶଶୁର ଘର ଲୋକେ ଜ୍ୱାଇଁକୁ ରାସ୍ତା ମଝିରେ ଲୁହା ରଡ଼ରେ ପି-ଟିପି-ଟି ହ-ତ୍ୟା କରିଥିଲେ।

ତେବେ ଏଭଳି ଘ-ଟଣା ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ରାସ୍ତାରେ ଘଟିଛି। ସୁଲତାନା ଙ୍କ କହିବା ଅନୁସାରେ, ” ମୁଁ ଏବଂ ମୋର ସ୍ବାମୀ ବାଇକରେ ଯାଉଥିଲୁ। ସେ ରାସ୍ତା ପାର ହେବା ପାଇଁ ଗତି ଟିକେ ମନ୍ଥର କଲେ, ହଠାତ୍ ଦୁଇଟି ବାଇକ୍ ଆସିଲା। ମୁଁ ଜାଣି ନଥିଲି ଯେ ମୋ ଭାଇ ସେଇ ବାଇକରେ ଥିଲେ। ସେମାନେ ମୋ ସ୍ୱାମୀଙ୍କୁ ଠେ-ଲିଦେଲେ, ସେ ତଳେ ପଡ଼ିଗଲେ। ମୁଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲାବେଳେ ମୋର ଭାଇର ବନ୍ଧୁମାନେ ମୋତେ ଠେ-ଲି ଦେଇଥିଲେ। ମୁଁ ସାହାଯ୍ୟ ପାଇଁ ଚି-ତ୍କା-ର କଲି କିନ୍ତୁ ଲୋକମାନେ ବଞ୍ଚେଇବା ପାଇଁ ପାଖକୁ ଆସି ନଥିଲେ।”

କେବଳ ସେତିକି ନୁହେଁ ସେ ଏକଥା ମଧ୍ୟ କହିଛନ୍ତି, ” ଲୋକମାନେ ଦୂରରୁ ରହି ନିଜ ଫୋନରେ ଭିଡ଼ିଓ ରେ-କ-ର୍ଡ଼ କଲେ। ଯଦି ସେମାନେ ଭିଡ଼ିଓ ରେ-କ-ର୍ଡ଼ କରିବା ବଦଳରେ ସେମାନଙ୍କ ମଧ୍ୟରୁ କେହି ୪ କି ୫ ଜଣ ଲୋକ ବଞ୍ଚେଇବା ପାଇଁ ଆସିଥାନ୍ତେ ତେବେ ମୋ ସ୍ୱାମୀ ଆଜି ନିଶ୍ଚିତ ଜୀବିତ ଥାନ୍ତେ।” ତେବେ ଶଶୁର ଘର ଲୋକେ ଅତି ନି-ର୍ମ-ମ ଭାବେ ରାସ୍ତା ମଝିରେ ହ-ତ୍ୟା କରିଛନ୍ତି।

Leave a Reply

Your email address will not be published. Required fields are marked *