SBI ତରଫରୁ ଆସିଲା ଖୁସି ଖବର , କୋଟି କୋଟି ଖାତାଧାରକଙ୍କ ଝିଅ ମାନଙ୍କୁ ଦେବ ୧୫ ଲକ୍ଷ ଟଙ୍କା

ଭାରତର ସବୁଠାରୁ ବଡ଼ ବ୍ୟାଙ୍କ୍ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାର ଗ୍ରାହକ ମାନଙ୍କ ପାଇଁ ସବୁବେଳେ କିଛି ନା କିଛି ଖୁସି ଖବର ନେଇ ଆସିଥାଏ । ଯାହା ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ହୋଇଥାଏ । ଯାହାଦ୍ବାରା ଲୋକ ମାନେ ଅନେକ ଲାଭ ମଧ୍ୟ ପାଇ ପାରିଥାନ୍ତି । ତେବେ ବର୍ତ୍ତମାନ ମଧ୍ୟ SBI ନିଜ ଗ୍ରାହକ ମାନଙ୍କ ପାଇଁ ଆଣିଛି ଆଉ ଏକ ଖୁସି ଖବର । ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ ।

SBI ତାର ଗ୍ରାହକ ମାନଙ୍କ ପାଇଁ ଆଣିଛି ଏକ ବମ୍ପର ସୁଯୋଗ । ଗ୍ରାହକ ମାନଙ୍କୁ SBI ସୁକନ୍ୟା ସମୃଦ୍ଧି ଯୋଜନାର ଲାଭ ଦେଉଛି । ତେବେ ଏଥିରେ ଏକ ବିଶେଷ କଥା ହେଉଛି ଆପଣ ଏଥିରେ ମାତ୍ର ୨୫୦ ଟଙ୍କା ଜମା କରି ଲକ୍ଷ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରିପାରିବେ । ଏହି ଯୋଜନାରେ ଆପଣଙ୍କୁ ଅନେକ ଲାଭ ମିଳିବା ସହିତ ଟିକସରେ ମଧ୍ୟ ଛାଡ ମିଳିବ । ତେବେ ଏତେ ସୁବିଧା କେଉଁଠି ମିଳିବ ନାହିଁ ବୋଲି SBI ତାର ଅଫିସିଆଲ୍ ୱେବସାଇଟ ମାଧ୍ୟମରେ ଟ୍ୱିଟ୍ କରି ଜଣାଇଛି ।

ତେବେ ଏଥିରେ ଗୋଟିଏ ବିଶେଷ କଥା ରହିଛି ଆଉ ତାହା ହେଉଛି ଏହି ଯୋଜନା କେବଳ ଝିଅ ମାନଙ୍କ ପାଇଁ ଉପଲବ୍ଧ ଅଟେ । ଏହାର ନାମ ସୁକନ୍ୟା ସମୃଦ୍ଧି ଯୋଜନା ରଖାଯାଇଛି । ସରକାରଙ୍କ ତରଫରୁ ଏହି ଯୋଜନାର ସୁବିଧା ଏଥି ପାଇଁ ଦିଆଯାଉଛି , ଯାହା ଫଳରେ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖା ଯାଇପାରିବ । ଆଉ ସେମାନେ ଅନେକ ଯୋଜନାର ଲାଭ ପାଇପାରିବେ । ଏହା ବ୍ୟତୀତ ସରକାର ଏହି ସମୟରେ ସୁକନ୍ୟା ସମୃଦ୍ଧି ଯୋଜନାରେ ୭.୬ ପ୍ରତିଶତ ହାରରେ ସୁଧର ଫାଇଦା ଦେଉଛନ୍ତି ।

ଆପଣ ଜାଣି ରଖିବା ଉଚିତ୍ କି , ଏହି ଯୋଜନାରେ ଆପଣ ଆପଣଙ୍କ ଦୁଇଟି ଝିଅ ପାଇଁ ବିନିଯୋଗ କରିପାରିବେ । ଆପଣଙ୍କୁ ସର୍ବ ନିମ୍ନ ଭାବରେ ମାତ୍ର ୨୫୦ ଟଙ୍କା ଏଥିରେ ବିନିଯୋଗ କରିପାରିବେ । ଆଉ ଏକ କଥା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ , ଯଦି ପ୍ରଥମ ଝିଅ ହେବା ପରେ ଦ୍ୱିତୀୟ ଥର ଯାଆଁଳା ଝିଅ ହେଉଛନ୍ତି ତେବେ ଏଭଳି ପରିସ୍ଥିତିରେ ମଧ୍ୟ ୩ ଝିଅଙ୍କ ପାଇଁ ଏହି ସୁବିଧା ଉଠାଇ ପାରିବେ । ଏଥିରେ ଆପଣଙ୍କୁ ଗୋଟିଏ ବର୍ଷ ମଧ୍ୟରେ ଦେଢ଼ ଲକ୍ଷ ଟଙ୍କା ଜମା କରିବାକୁ ପଡ଼ିବ । କିସ୍ତି ସଠିକ୍ ସମୟରେ ଜମା କରୁ ନଥିଲେ , ଆପଣଙ୍କୁ ଫାଇନ ଦେବାକୁ ପଡ଼ିବ

Leave a Reply

Your email address will not be published. Required fields are marked *