ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଧୋକା ଦେଲା ଆନ୍ଧ୍ର B. Ed , ଆସିଲା ନୂଆ ନିୟମ :-

ପ୍ରତ୍ୟେକ ବର୍ଷ ହଜାର ହଜାର ସଂଖ୍ୟାରେ ଓଡ଼ିଶା ଛାତ୍ରଛାତ୍ରୀ ଆନ୍ଧ୍ର B. Ed କରି ଆସୁଛନ୍ତି । ଓଡ଼ିଶାର ଅନେକ ଅନୁଷ୍ଠାନ ରହିଛି ଯାହାକି ଓଡ଼ିଶା ପିଲାଙ୍କ ନାମ ଆନ୍ଧ୍ର B. Ed କଲେଜରେ ଲେଖାଇ ଥାଏ । ଯାହାଦ୍ୱାରା ଛାତ୍ରଛାତ୍ରୀ ଓଡ଼ିଶାରେ କ୍ଲାସ କରି କିମ୍ବା ବିନା କ୍ଲାସରେ ମଧ୍ୟ ଆନ୍ଧ୍ର ଯାଇ କେବଳ ପରୀକ୍ଷା ଦେଉଥିଲେ । ମାତ୍ର ବର୍ତ୍ତମାନ ସମୟରେ ଆସୁଥିବା ଏକ ସୂଚନା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । କାରଣ ନିୟମରେ ପରିବର୍ତ୍ତନ ଆଣିଛନ୍ତି ଆନ୍ଧ୍ର ସରକାର ।

ତେବେ ଏହା ସତ୍ୟ ଯେ ଆନ୍ଧ୍ର ସରକାର B.Ed ନିୟମରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଯେଉଁ ପରିବର୍ତ୍ତନର ପ୍ରଭାବ ସିଧାସଳଖ ସେହି ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିବ ଯେଉଁମାନେ ଓଡ଼ିଶାରେ ରହି ଆନ୍ଧ୍ର B.Ed କରୁଛନ୍ତି । ମାତ୍ର ବର୍ତ୍ତମାନ ଆନ୍ଧ୍ର ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ B. Ed ଛାତ୍ରଛାତ୍ରୀଙ୍କୁ ଏଣିକି କ୍ଲାସ କରିବା ବାଧ୍ୟତାମୂଳକ ଅଟେ । ଅର୍ଥାତ ନିୟମ ଅନୁଯାୟୀ ବିନା କ୍ଲାସରେ ଆଉ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ ନାହିଁ । ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଆଉ ପରୀକ୍ଷା ଦେଇ ପାରିବେନି ଛାତ୍ରଛାତ୍ରୀ । ଆଉ ଯେଉଁ ନୂଆ ନିୟମ ଛାତ୍ରଛାତ୍ରୀଙ୍କ ଚିନ୍ତାର କାରଣ ହୋଇଛି ।

ଆନ୍ଧ୍ର B. Ed ରେ ନାମ ଲେଖାଇ ଥିବା ଅନେକ ଛାତ୍ରଛାତ୍ରୀ କେବଳ ପରୀକ୍ଷା ବେଳେ ହିଁ ସେଠାକୁ ଯାଇଥାନ୍ତି । କେବଳ ସାର୍ଟିଫିକେଟ ହାତେଇଥାନ୍ତି ଛାତ୍ରଛାତ୍ରୀ । ନା ସେମାନଙ୍କୁ କ୍ଲାସ କରିବାକୁ ପଡ଼େ ନା କୌଣସି ଉପସ୍ଥାନ ଚେକ ହୁଏ । ତେଣୁ କେବଳ ଏହି କାରଣରୁ ହିଁ ଅଧିକାଂଶ ଛାତ୍ରଛାତ୍ରୀ ଆନ୍ଧ୍ର B. Ed କୁ ଆପଣେଇ ନେଇଛନ୍ତି । ଆନ୍ଧ୍ର B. Ed ସାର୍ଟିଫିକେଟ ଦ୍ୱାରା ଅନେକ ଘରୋଇ ଏବଂ ସରକାରୀ ଶିକ୍ଷା ଅନୁଷ୍ଠାନରେ ଚାକିରୀ ମଧ୍ୟ କରୁଛନ୍ତି । ମାତ୍ର ବର୍ତ୍ତମାନ ସମୟରେ ଆନ୍ଧ୍ର ସରକାରଙ୍କ ନିଷ୍ପତ୍ତି କାରଣରୁ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ି ଯାଇଛନ୍ତି । ନିକଟରେ ଆନ୍ଧ୍ରପ୍ରଦେଶ ସରକାର B. Ed ନାମ ଲେଖା ଏବଂ ଉପସ୍ଥାନକୁ ନେଇ ନୂଆ ନିଷ୍ପତ୍ତି ନେଇଛନ୍ତି ।

ଅର୍ଥାତ ଆନ୍ଧ୍ର B. Ed ରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ଆଉ ଘରେ ବସି କରି ପାରିବେ ନାହିଁ । ଯେଉଁଥିରେ କ୍ଲାସ କରିବା ବାଧ୍ୟତାମୂଳକ ରହିଛି । ତେଣୁ ଏହାକୁ ନେଇ ବର୍ତ୍ତମାନର ଛାତ୍ରଛାତ୍ରୀ ଏବଂ ଭବିଷ୍ୟତରେ ନାମ ଲେଖାଇବାକୁ ଯୋଜନା କରୁଥିବା ଛାତ୍ରଛାତ୍ରୀ ଚିନ୍ତିତ ହୋଇଛନ୍ତି । ତେବେ ବର୍ତ୍ତମାନ ଛାତ୍ରଛାତ୍ରୀ ଏହାର ବିକଳ୍ପ ଖୋଜୁଛନ୍ତି । ଯାହାଦ୍ୱାରା ଓଡ଼ିଶା ପିଲାଙ୍କ ଆନ୍ଧ୍ର B. Ed ରେ ନାମ ଲେଖା ଆଶା କ୍ଷୀଣ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *