ଓଡ଼ିଶା ସମୁଦ୍ରରେ ଏବେ ଜଳଦସ୍ୟୁ । ବାହାର ଦେଶ ଭଳି ଏବେ ଓଡ଼ିଶା ପାଲଟିଛି ଜଳଦସ୍ୟୁ ମାନଙ୍କର ଆଡ୍ଡାସ୍ଥଳୀ.. ।

ଓଡ଼ିଶା ସମୂଦ୍ରରେ ମାଳ ମାଳ ଜାହାଜ । ସୋମାଲିଆ ପରି ଓଡ଼ିଶା ସମୂଦ୍ରରେ ଜଳଦସ୍ୟୁ । ଅଚାନକ ଆସୁଛନ୍ତି ଆଉ ଘେରିଯାଇ ମାରୁଛନ୍ତି ଓ ଲୁଟି ନେଇ ପଳାଉଛନ୍ତି । ସମୁଦ୍ର ଭିତରେ ଲୁଟେରା ଗ୍ୟାଙ୍ଗ । ଅଚାନକ ମାଡ଼ି ଆସୁଛନ୍ତି ମାଳ ମାଳ ଡଙ୍ଗା ନେଇ । ଏକା ସାଙ୍ଗରେ ଆସୁଛନ୍ତି ଆଉ ସମୂଦ୍ର ପୂରା ଖାଲି କରି ଚାଲି ଯାଉଛନ୍ତି । କୁଆଡ଼େ ଯାଉଛନ୍ତି କେହି ତାଙ୍କ ପତ୍ତା ଭି ପାଉ ନାହାଁନ୍ତି । ଓଡ଼ିଶାରେ ଏବେ ଜଳଦସ୍ୟୁ ମାନଙ୍କ ଆତଙ୍କ ଏବେ ବଢ଼ିବାରେ ଲାଗିଲାଣି । ବାହାର ଦେଶ ଭଳି ଏବେ ଓଡ଼ିଶା ପାଲଟିଛି ଜଳଦସ୍ୟୁ ମାନଙ୍କର ଆଡ୍ଡାସ୍ଥଳୀ ।

ହଁ ଆଜ୍ଞା ସମୁଦ୍ରରେ ଲୁଟେରା ମାନଙ୍କୁ କୁହାଯାଏ ଜଳଦସ୍ୟୁ । ମାଛ ଠାରୁ ଆରମ୍ଭ କରି ଅନ୍ୟ ସବୁ ଡଙ୍ଗା ମାନଙ୍କ ଠାରୁ କରନ୍ତି ଲୁଟ । ପାଖରେ ରଖିଥାନ୍ତି ବନ୍ଧୁକ ଠାରୁ ମାରଣାସ୍ତ୍ର । ବିଶାଳ ସମୁଦ୍ର ଭିତରେ ଲୁଟ କରିବା ପାଇଁ ଘୁରି ବୁଲନ୍ତି । କେନ୍ଦ୍ରାପଡ଼ା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ରାଜ କରୁଛନ୍ତି ଜଳଦସ୍ୟୁ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ସମୁଦ୍ର ମଝିକୁ ପଶି ଖୁଲମଖୁଲା କରୁଛନ୍ତି ମାଛ ଶିକାର । ଏହାକୁ ବିରୋଧ କଲେ ସେମାନଙ୍କ ଟାର୍ଗେଟକୁ ଆସି ଯାଉଛନ୍ତି ବନ କର୍ମଚାରୀ ।

ଏପରି ଏକ ଲୋମଟାଙ୍କୁରା ଘଟଣା ଗତକାଲି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଅଥଳ ଜଳରାଶିରେ ଘଟିଛି । ମାଛ ମାଫିଆ ମାନେ ଟ୍ରଲର ନେଇ ବନବିଭାଗ ଅଧିକାରୀ ମାନଙ୍କ ଉପରେ କରିଚାଲିଛନ୍ତି ଆକ୍ରମଣ । ଏକ ସାଙ୍ଗରରେ ୨୦ରୁ ଅଧିକ ଟ୍ରଲର ପୁରା ଘେରି ଯାଇଛନ୍ତି । ଯେ ଏହି ଦୃଶ୍ୟକୁ ଦେଖିବ ତାକୁ ଲାଗିବ କୌଣସି ଫିଲ୍ମ ସୁଟିଂ ହେଉଛି ବୋଲି । ସୂଚନା ଅନୁଯାୟୀ, ଗତକାଲି ବନବିଭାଗର ଏକ ୧୧ ଜଣିଆ ଟିମ ଗହୀରମଥା ସମୁଦ୍ରିକ ଅଭୟାରଣ୍ୟର ହୁକିଟୋଲା ଫ୍ରଣ୍ଟ ଅଞ୍ଚଳକୁ ଯାଇଥିଲେ । ମହାନଦୀ ପାଖରେ ବିରଳ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ ।

ଏତିକି ବେଳେ ୧୫ରୁ ୨୦ ଟ୍ରଲର ବେଆଇନ ଭାବେ ମାଛ ମାରୁଥିବା ଦେଖି ସେମାନଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ମାତ୍ର ଟ୍ରଲର ଗୁଡିକ ସଂଘବଦ୍ଧ ହୋଇ ପାଟ୍ରୋଲିଂ ଟିମଙ୍କୁ ଘେରି ଯିବା ସହ ଆକ୍ରମଣ କରିଥିଲେ । ଏହି ସମୟରେ ବନବିଭାଗ କର୍ମଚାରୀ ଧାମରା ସାମୁଦ୍ରିକ ଥାନାକୁ ଖବର ଦେବା ସହ ସେଠାରୁ ଖସି ଆସିବାରେ ସକ୍ଷମ ହୋଇଥିଲେ । ଏହି ଘଟଣା ପରେ ବନ ବିଭାଗ ତରଫରୁ ଟ୍ରଲର ମାଫିଆଙ୍କ ନାଁରେ ଧାମରା ସାମୁଦ୍ରିକ ଥାନାରେ ଏତଲା ଦିଆଯାଇଛି । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *