ଲୋକ ମାନେ ବହୁତ ସାହାଯ୍ୟ କଲେ ହେଲେ ଏମିତି ପରିସ୍ଥିରେ ବି କିଛି ଲୋକ ସୁନା ଗହଣା ଲୁଟି ନେଲେ…

କରମଣ୍ଡଳ ଦୁ-ର୍ଘଟଣାକୁ ଗତ ତିନିଦିନ ବିତି ଯିବା ପରେ ମଧ୍ୟ ଲୋକଙ୍କ ମୃତୁ ସଂଖ୍ୟା ଏ ପର୍ଯ୍ୟନ୍ତ କିଛି ଜଣା ପଡୁନି। ସେଦିନ ସନ୍ଧ୍ୟା ସମୟର ସେଇ ହୃଦୟ ବିଦାରକ ଦୃଶ୍ୟ ଏବଂ ଲୋକଙ୍କ ଚିତ୍କାର ଏ ପର୍ଯ୍ୟନ୍ତ ବାହାନଗା ଏବଂ ସ୍ୱର ମୁନିସପାଲଟି ଅଞ୍ଚଳର ଲୋକଙ୍କ ମନରୁ ଲିଭୁନି। ବାହାନଗା ଅଞ୍ଚଳର ଲୋକମାନେ ଏବେ ମଧ୍ୟ ଆହତ ଲୋକ ମାନଙ୍କୁ ସାହାଯ୍ୟ କରୁଛନ୍ତି। ସେଥିପାଇଁ ଲୋକମାନେ ମିଡ଼ିଆ ଆଗରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଜଣେ ସ୍କୁଲ ଶିକ୍ଷକ କହିଛନ୍ତି ସେଦିନ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସବୁକିଛି ଠିକ୍ ଥିଲା କିନ୍ତୁ ୭ ରୁ ୭.୨୦ ଭିତରେ ସବୁକିଛି ଭାଙ୍ଗି ଚୂରମାର୍ ହେଇଗଲା। ଏମିତି କିଛି ଘଟଣା ଘଟିବା ବୋଲି କେହି ସ୍ଵପ୍ନରେ ସୁଦ୍ଧା ଭାବି ନଥିବେ। ସେଦିନର ଦୃଶ୍ୟ ବହୁତ୍ ହୃଦୟ ବିଦାରକ ଦୃଶ୍ୟ ଥିଲା। ଆପଣ ମାନେ ବି ଦେଖିଥିଲେ ଆପଣବି ନିଜ କୋହ ସମ୍ଭାଳି ପାରି ନଥାନ୍ତେ।

ସରକାର କଣ କହୁଛି ସେ ବିଷୟରେ ଆମେ କିଛି ଜାଣିନୁ କିନ୍ତୁ ସେ ଦିନ ସନ୍ଧ୍ୟାରେ ବହୁତ୍ ଲୋକ ମାରିଛନ୍ତି ବହୁତ କ୍ଷୟ କ୍ଷତି ହେଇଛି। ଦୁର୍ଘ-ଟଣାର ମାତ୍ର ଅଧ ଘଣ୍ଟା ଭିତରେ ସ୍ୱର ହସ୍ପିଟାଲରେ ପ୍ରାୟ ୩୯ ଟି ଶବ ଥୁଆ ହେଇଥିଲା। ଏଇଥିରୁ ଆପଣ ଜାଣି ପାରୁଥିବେ କେତେ ଲୋକ ମାରିଛନ୍ତି। ଦୁ-ର୍ଘଟଣା ପରେ ସେଠି ଲାଇନ୍ ନଥିଲା କିନ୍ତୁ ବାହାନଗା ମାର୍କେଟ ଉପରେ ଥିବା ଲୋକ ଅକୁଣ୍ଠନୀୟ ସାହାଯ୍ୟ କରିଛନ୍ତି।

ଦୁ-ର୍ଘଟଣାରେ ବଗି ଓଲଟି ପଡ଼ିବା ପରେ ଗୋଟେ ବଗିରେ ଅନେକ ଲୋକ ମରିଯାଇଛନ୍ତି। ଏସି ବଗି ଗୁଡ଼ିକରେ ବାହାରର ଏୟାର ପଶି ବଗି ଗୁଡକ ଭିତରୁ ଜଳି ଯାଇଛି। ଦୁ-ର୍ଘଟଣା ଖବର ପାଇବା ପରେ ବାହାନଗା ଏବଂ ସ୍ୱର ମୁନିସପାଲଟି ଅଞ୍ଚଳର ଲୋକ ମାନେ ଘଟଣା ସ୍ଥଳରେ ପହଞ୍ଚି ରେସକ୍ୟୁ ଟିମ୍ ସହିତ ଗୋଟେ ଗୋଟେ ବଗି ଉଠାଇ ନିଜ ଗାଡ଼ିରେ ଆହାତ ଲୋକଙ୍କୁ ମେଡିକାଲ ନେଇଛନ୍ତି। ସରକାର କହିଛନ୍ତି ଏଇ ଦୁର୍ଘଟଣା ମାନୁଷ୍ୟକୃତ ଦେଖାଯାଉ ଆଗକୁ କଣ ହେଉଛି ଏବଂ କାହା ପାଇଁ ଏମିତି ସବୁ ହେଇଛି।

Leave a Reply

Your email address will not be published. Required fields are marked *