ଘରୁ ଗା-ଏବ ହୋଇଗଲେ ଭଗବାନ ଶ୍ରୀକୃଷ୍ଣ , ଆଉ ଯାଇ ଆମ୍ବ ଖାଇଲେ ଗଛ ଉପରେ

ଭଗବାନଙ୍କର ଲୀଳାର କଳନା କରି ହେବନାହିଁ । ସେ କେତେବେଳେ ସେ କଣ କରିବେ , ସେ କଥା କେବଳ ସେ ହିଁ ଜାଣିଥାନ୍ତି । ତାଙ୍କ ଲୀଳା ଆଶ୍ଚର୍ଯ୍ୟମୟ ଆଉ ଅବିଶ୍ୱସନୀୟ । ତେବେ ଏଭଳି ଏକ ଲୀଳା ବିଷୟରେ ଶୁଣିବାକୁ ମିଳିଛି , ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ଅନ୍ତର୍ଗତ ଲଳିତ ଅଗ୍ରୱାଲଙ୍କ ଘରୁ । ଆଉ ଏଭଳି ଖବର ବିଷୟରେ ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏବଂ କହୁଛନ୍ତି ଭଗବାନ ତୋର ଏ କି ଲୀଳା ।

ତେବେ ସୂଚନା ମୁତାବିକ , ସକାଳ ପାହୁଣୁ ଲଳିତ ଅଗ୍ରୱାଲ ଘରୁ ବାହାରି ଯାଆନ୍ତି ଆଉ ତାଙ୍କ ସ୍ତ୍ରୀ ପାଠ ପଢ଼ାନ୍ତି । ଅନ୍ୟପକ୍ଷରେ ଘରେ ତାଙ୍କର ଝିଅ ମଧ୍ୟ ଅଛନ୍ତି । ତେବେ ପୁଅ ନଥିବା କାରଣରୁ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୁଅ ଭାବରେ ବିବେଚନା କରନ୍ତି ଆଉ ତାଙ୍କୁ ପୂଜା କରନ୍ତି । ଭଗବାନଙ୍କୁ ସେମାନେ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଆନ୍ତି । ତେବେ ସବୁଦିନ ଭଳି ଲଳିତଙ୍କ ପତ୍ନୀ ଆଉ ଲଳିତ କାମକୁ ବାହାରି ଯାଇଥିଲେ ଆଉ ଘରେ କେହି ନଥିଲେ ।

କିନ୍ତୁ ଘରକୁ ଫେରିଲା ପରେ ସେମାନେ ଯାହା ଦେଖିଥିଲେ , ତାହା ସହଜରେ ବିଶ୍ୱାସ କରି ପାରିନଥିଲେ । ଲଳିତ ଆସିଲା ବେଳକୁ ଦେଖିଲେ କି , ତାଙ୍କ ଘର ସାରା ତୁଳସୀ ପତ୍ର ପଡିଛି ଆଉ ଘର ବାସୁଛି । ଏହାପରେ ଦେଖିଲା ବେଳକୁ ଭଗବାନ ଶ୍ରୀକୃଷ୍ଣ ଘରେ ନାହାଁନ୍ତି । ତେବେ ଏହାପରେ ସମସ୍ତେ ବ୍ୟସ୍ତ ହୋଇ ଭଗବାନଙ୍କୁ ଖୋଜିବାକୁ ଲାଗି ପଡିଥିଲେ । ଆଉ ପରିଶେଷରେ ଲଳିତଙ୍କ ଝିଅ ଦେଖିବାକୁ ପାଇଥିଲେ ଆମ୍ବ ଗଛ ଉପରେ ବସି ଭଗବାନ ଆମ୍ବ ଖାଉଛନ୍ତି ।

ତେବେ ଏହାପରେ ଗାଁ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲା। ଆଉ ଭଗବାନଙ୍କୁ ଦେଖିବାକୁ ଲାଗିଥିଲେ । ଆଉ ଭଗବାନଙ୍କର ଏଭଳି ଅ-ଦ୍ଭୁ-ତ କରିବା ଭଳି କଳା ଦେଖି ସମସ୍ତେ ଭାବବିହ୍ଵଳ ମଧ୍ୟ ହୋଇ ଯାଇଥିଲେ । ଅନେକ ଲୋକ ଭଗବାନଙ୍କୁ ଦେଖି କାନ୍ଦିବାକୁ ଲାଗିଥିଲେ । ତେବେ ବାସ୍ତବରେ ଭଗବାନଙ୍କର ଏଭଳି ଲୀଳା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Leave a Reply

Your email address will not be published. Required fields are marked *