ବାହା ହେଇ ଅଧବାଟରେ ଛାଡିଦେଲେ ସ୍ତ୍ରୀଙ୍କୁ, ସ୍ୱାମୀଙ୍କ ନାମରେ ସଙ୍ଗୀନ ଅଭି-ଯୋଗ ଆଣିଲେ ସ୍ତ୍ରୀ…

ଦିନ ଥିଲା ପ୍ରେମକୁ ପବିତ୍ର ବନ୍ଧନ ବୋଲି ମନେ କରୁଥିଲେ। କେବଳ ସେତିକି ନୁହେଁ ଅନେକ ପ୍ରେମୀ ଯୁଗଳଙ୍କ କାହାଣୀ ବିଷୟରେ ମଧ୍ୟ ଶୁଣିଥିବେ। ଯେପରି କି ଲେଲା ମଜୁନୁ, ଦେବଦାସ ପାରୋ, ଏବଂ ସାଇବା ମିର୍ଜା ପ୍ରେମ କାହାଣୀ ଏବଂ ସେମାନଙ୍କ ପ୍ରେମ ବିଷୟରେ ଭଲ ଭାବରେ ଜାଣିଥିବେ। କିନ୍ତୁ ବର୍ତ୍ତମାନର ପ୍ରେମ ଓ ସେ ସମୟର ପ୍ରେମ ମଧ୍ୟରେ ବହୁତ ଫରକ ଦେଖିବାକୁ ମିଳୁଛି। ଆଜିର ସମୟରେ ପ୍ରେମ କେତେବେଳେ କେଉଁ ସମୟରେ ହେଉଛି ତାହା କହି ହେଉ ନାହିଁ। ପ୍ରେମ ଏକ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହାର କୌଣସି ପବିତ୍ରତା ନାହିଁ। ଏହା ବର୍ତ୍ତମାନର ଯୁବପିଢ଼ି ଙ୍କ ପାଇଁ ଏକ ସାଧାରଣ କଥା ଅଟେ। ଅନେକ କୁନି କୁନି ପିଲା ପ୍ରେମ କରୁଥିବାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ। ବର୍ତ୍ତମାନ ଯୁବପିଢ଼ିଙ୍କ ଅନୁସାରେ ପ୍ରେମର ଅର୍ଥ ଶାରୀ-ରିକ ସଂ-ପ-ର୍କ ରଖିବା। ସେମାନେ ଜାଣି ପାରନ୍ତି ନାହିଁ ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ ନ-ଷ୍ଟ ହୁଏ ବୋଲି।

ବର୍ତ୍ତମାନ ସମୟରେ କୌଣସି ବ୍ୟକ୍ତିକୁ ଭରସା କରିବା କଷ୍ଟକର ହୋଇ ପଡ଼ିଛି। ଯେ କୌଣସି ମୁହୂର୍ତ୍ତରେ ବି ଧୋ-କା ଦେଇ ପାରନ୍ତି। ଅନେକ ଲୋକ ବିଶ୍ୱାସରେ ବି-ଷ ଦେଇ ବିଶ୍ୱାସ ଘାତକ କରିଥାନ୍ତି। ତେଣୁ ଆଜିର ଜୀବନର ଭରସାଯୋଗ୍ୟ ବ୍ୟକ୍ତି ମିଳିବା କଠିନ ହୋଇ ଯାଇଛି। ଯାହାକି ପ୍ରେମ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳେ। ବିବାହର ପ୍ରତିଶ୍ରୁତି ଦେଇ କେହି କେହି ଦୁ-ଷ୍କ-ର୍ମ କରି ଛାଡି ଦିଅନ୍ତି। ତେବେ ଏହିଭଳି ଏକ ଖବର ସାମ୍ନାକୁ ଆସିଛି। ଫେସବୁକରୁ ପ୍ରେମ ତା’ପରେ ବିବାହ ଓ ଶାରୀ-ରିକ ସଂ-ପ-ର୍କ ରଖିବା ପରେ ଛାଡି ଦେଇଛନ୍ତି ଯୁବକ।

ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥା-ନା ଅନ୍ତର୍ଗତ ଗଇଲି ଗ୍ରାମର ପ୍ରିୟରଞ୍ଜନ ବେହେରା ଛତିଶଗଡ଼ ରାଜ୍ୟର ଭିଲାଇ ଅଞ୍ଚଳର ଯୁବତୀଙ୍କ ସହିତ ୨୦୧୮ମସିହାରେ ପ୍ରଥମେ ଫେସବୁକରୁ ବନ୍ଧୁତା ଆରମ୍ଭ ହୋଇଥିଲେ। ଏହାପରେ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ। ଚାଟିଂ ପରେ ଫୋନରେ କଥା ହୋଇଥିଲେ। ଏହାପରେ ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। କେବଳ ସେତିକି ନୁହେଁ ୨୦୧୯ ମସିହାରେ ପ୍ରିୟ ରଞ୍ଜନ ଭିଲାଇ ଆସି ଯୁବତୀଙ୍କ ସହିତ ଦେଖା ସାକ୍ଷାତ କରିଥିଲେ ଏବଂ ବିବାହର ପ୍ରତିଶ୍ରୁତି ଦେଇ ଶାରୀ-ରିକ ସମ୍ପର୍କ ରଖିଥିଲେ।

ଏହାପରେ ଯୁବତୀ ଜଣକ ଗର୍ଭ-ବତୀ ହୋଇଥିଲେ। ତେବେ ଯୁବତୀଙ୍କ ଗର୍ଭ-ବତୀ ପରେ ସେ ବିବାହ କରିବା ପାଇଁ ଜିଦ ଧରି ବସିଥିଲେ। ପୁଣିଥରେ ଯୁବକ ଭିଲାଇ ଆସି ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କ ଗର୍ଭପାତ ମଧ୍ୟ ଯୁବକ କରେଇଥିଲେ। କିନ୍ତୁ ବିବାହ ପରେ ଯୁବତୀ ଜଣକ ଯୁବକଙ୍କ ସାଙ୍ଗରେ ଶାଶୁ ଘର ନ ଯାଇ ନିଜ ବାପ ଘରେ ରହିଥିଲେ। ଯୁବକ ଜଣକ ଏକୁଟିଆ ନିଜ ଘରକୁ ଫେରି ଯାଇଥିଲେ। ତେବେ ଦୀର୍ଘ ଦୁଇ ବର୍ଷ ହେବ ସବୁ ଠିକ ଚାଲୁଥିଲା। କିନ୍ତୁ ହଠାତ ଯୁବକ ଜଣକ ଯୁବତୀଙ୍କ ସହିତ କଥା ହେବା ବନ୍ଦ କରିଦେଲେ।

ଏହାପରେ ଯୁବତୀ ଜଣକ ଭିଲାଇ ରୁ ଆସି ଯଶୀପୁର ଯୁବକଙ୍କ ଘରେ ପହଞ୍ଚି ଥିଲେ। କିନ୍ତୁ ଯୁବକଙ୍କ ଘର ଲୋକେ ଯୁବତୀଙ୍କୁ ରୋ-କଠୋ-କ ମନା କରିଦେଇଥିଲେ। କେବଳ ସେତିକି ନୁହେଁ ତାଙ୍କ ପିତା ,ମାତା, ଭାଇ, ଭଉଣୀ ମିଶି ଯୁବତୀକୁ ବିଧା ଗୋଇଠା ମା-ରି ଘରୁ ବାହାର କରି ରାସ୍ତାରେ ଛାଡି ଦେଇଗଲେ। ଏହାପରେ ଯୁବତୀ ଜଣକ ଯଶିୁର ଥା-ନା କୁ ଆସି ଯୁବକ ପ୍ରିୟ ରଞ୍ଜନ ଏବଂ ତାଙ୍କ ପରିବାର ଲୋକଙ୍କ ବିରୁ-ଦ୍ଧରେ ଲିଖିତ ଅଭି-ଯୋଗ କରିଥିଲେ। ବର୍ତ୍ତମାନ ପୋ-ଲି-ସ ଏହାର ଅ-ନୁସ-ନ୍ଧାନ କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *