ପୁଣିଥରେ ବର୍ଷିବ ବର୍ଷା , ୨୦ ରୁ ଲଘୁଚାପ , ଭିଜିବ ସାରା ଓଡ଼ିଶା

କ୍ରମାଗତ ଭାବରେ ଓଡ଼ିଶାରେ ବର୍ଷା ହେବାରେ ଲାଗିଛି । ମୌସୁମୀ ଯିବାର ନାମ ନେଉ ନାହିଁ । ଗୋଟିଏ ପରେ ଗୋଟିଏ ଲଘୁଚାପ ର ସାମ୍ନା କରୁଛି ସାରା ଓଡ଼ିଶା । ଅନ୍ୟ ପକ୍ଷରେ ପ୍ରବଳ ବର୍ଷା ଯୋଗୁଁ ସାରା ଓଡ଼ିଶା ଭିଜି ଯାଉଛି ଆଉ ବନ୍ୟା ପାଣିରେ ବୁଡି ରହୁଛି । ଲୋକମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି ଆଉ ହଇରାଣ ହେବାରେ ଲାଗିଛନ୍ତି ।

ତେବେ ସୂଚନା ମୁତାବିକ , ଉତ୍ତର ବଙ୍ଗୋପସାଗର ଏବଂ କେନ୍ଦ୍ରୀୟ ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିଲୋମଟର ଉଚ୍ଚତା ଯାଏଁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଯାହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ଦେଖାଯାଇଛି । ତେବେ ଘୂର୍ଣ୍ଣିବଳୟ କ୍ରମାଗତ ଭାବରେ ଖରାପ ରୂପ ଧାରଣ କରୁଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ବେଳକୁ ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

ଯାହାର ପ୍ରଭାବରେ ରାଜ୍ୟରେ ବର୍ଷିବ ଭୟଙ୍କର ବର୍ଷା । ମୁଖ୍ୟତଃ କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ତେବେ ଏହି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ସୂଚନା ଦିଆଯାଇଛି । ଏହାବ୍ୟତୀତ ମାଲିକାନାଗିରି , ଗଜପତି , ନବରଙ୍ଗପୁର , କୋରାପୁଟ , ରାୟଗଡ଼ା , ଖୋର୍ଦ୍ଧା , କଟକ ଏବଂ ଜଗତସିଂହପୁରରେ ବର୍ଷା ହେବ ।

ବିଶେଷ କରି , ବୌଦ୍ଧ , କଳାହାଣ୍ଡି , କନ୍ଧମାଳ , ସୋନପୁର , ବଲାଙ୍ଗିର ଏବଂ ନୟାଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷାର ପରିମାଣ କ୍ରମାଗତ ଭାବରେ ବଢିବା ସହିତ ଅରେଞ୍ଜ ୱାର୍ଣିଂ ଜାରି କରାଯାଇଛି । ଅନ୍ୟ ପକ୍ଷରେ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଉ ଏହାପରେ ବର୍ଷାର ମାତ୍ରା କମିବାର ଆଶଙ୍କା କରାଯାଉଛି । ତେବେ ସବୁ ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *