ଜାଣିରଖନ୍ତୁ ଏହି ଅଦ୍ଭୁତ ରହସ୍ୟ , କାଉ ଠାରୁ ଏହି ତିନି ସଂକେତ ମିଳିଲେ ହୋଇଥାଏ ଧନ ପ୍ରାପ୍ତି

ହିନ୍ଦୁ ଧର୍ମରେ କାଉ ସହିତ ଜଡିତ ଅନେକ କଥା ରହିଛି , ଯାହା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହାବ୍ୟତୀତ ଶନି ଦେବଙ୍କର ବାହନ ଭାବରେ କାଉକୁ ବିବେଚନା କରା ଯାଇଥାଏ । କାଉକୁ ସବୁଠାରୁ ବୁଦ୍ଧିମାନ ପକ୍ଷୀ ଭାବରେ ବିବେଚନା କରାଯାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ପ୍ରାଚୀନ କାଳରେ କାଉ ଧଳା ରଙ୍ଗର ଥିଲା କିନ୍ତୁ ଜଣେ ଋଷିଙ୍କର ଅଭିଶାପ ପାଇ ସେ କଳା ରଙ୍ଗର ହୋଇଗଲା ।

ତେବେ ଆଜି ଆମେ କାଉ ଠାରୁ ମିଳୁଥିବା ତିନୋଟି ଅଶୁଭ ସଂକେତ ବିଷୟରେ ଆସନ୍ତୁ ଜାଣିନେବା ।

ପ୍ରଥମ ସଂକେତ ବିଷୟରେ କହିବାକୁ ଗଲେ , କାଉ ଯଦି ରାତି ସମୟରେ ଆସି ଆପଣଙ୍କ ଘର ଉପରେ ବସୁଛି , ତେବେ ଏହା ଦ୍ବାରା ଆପଣଙ୍କ ଘରେ କିଛି ସମସ୍ୟା ଦେଖା ଦେଇପାରେ ।

ଦ୍ବିତୀୟତଃ କାଉ ଯଦି ରକ୍ତ ଯୁଡୁବୁଡୁ ହୋଇ ଆପଣଙ୍କ ଘର ଆଗରେ ବସି କାନ୍ଦି ଥାଏ । ତେବେ ଏହାକୁ ଅଶୁଭ ମାନା ଯାଇଥାଏ ଆଉ ଏହାଦ୍ବାରା ଛୋଟ ପିଲାଙ୍କର କ୍ଷତି ହୋଇଥାଏ ।

ତୃତୀୟରେ ଯଦି କାଉ କର୍କଶ ରାବ ଦେଇ ପାଣିରେ ଗାଧୋଉ ଥିବାର ଦେଖାଯାଏ , ତେବେ ସମସ୍ୟାର ସମ୍ମୁଖୀନ କରିବାକୁ ପଡିପାରେ ।

ଅନ୍ୟ ପକ୍ଷରେ ଯଦି କାଉକୁ ସମ୍ଭୋଗ କରାଯିବାର ଦେଖାଯାଏ , ତେବେ ଏହାଦ୍ବାରା ଭୟଙ୍କର ଧନ ହାନିର ସମ୍ଭାବନା ରହିବା ସହିତ ସମାଜରେ ଆପଣଙ୍କୁ ଅପମାନର ସମ୍ମୁଖୀନ କରିବାକୁ ପଡିପାରେ ।

ଏହାବ୍ୟତୀତ ଯଦି କାଉ ଆସି ଆପଣଙ୍କ ମୁଣ୍ଡ ଉପରେ ବସୁଛି , ତେବେ ଏହା ଦ୍ବାରା ଧନ ହାନି ହେବା ସହିତ ଯଦି ଡାହାଣ କାନ୍ଧ ଉପରେ ବସୁଛି , ତେବେ ବ୍ୟକ୍ତିଙ୍କର ରୋଗରେ ମୃତ୍ୟୁ ହୋଇଯିବାର ଆଶଙ୍କା ରହିଥାଏ । ଏହାବ୍ୟତୀତ ଯଦି ବାମ କାନ୍ଧରେ ବସୁଛି , ତେବେ ଅପମାନିତ ହେବାର ସମ୍ଭାବନା ରହିଥାଏ ।

ଯଦି କାଉ ମହିଳାଙ୍କ ମୁଣ୍ଡ ଉପରେ ବସୁଛି , ତେବେ ମହିଳାଙ୍କ ସ୍ବାମୀ ସହିତ କଳହ ହୋଇପାରେ ।

ଯଦି ବାହାରକୁ ଯିବା ସମୟରେ କାଉକୁ ଶୁଖିଲା ଗଛ ଉପରେ ବସୁଥିବାର ଦେଖାଯାଏ , ତେବେ ବ୍ୟକ୍ତିଙ୍କୁ ଅପମାନିତ ହେବାର ପଡ଼ିଥାଏ ।

Leave a Reply

Your email address will not be published. Required fields are marked *