ଆଜି ଆମେ ଆପଣଙ୍କୁ ଏକ ମା ଛୁଆଙ୍କ ବାସ୍ତବିକ ଘଟଣା କହିବାକୁ ଯାଉଛୁ। ଛୁଆଟିଏ ଆଗରେ ମା ଭୁଲ ଛୁଆଟି ଆଗରେ ତା ମା ଗୋଟେ ରାକ୍ଷସୀ ମାତ୍ର ସମ୍ପୁର୍ଣ୍ଣ ଘଟଣା ଜାଣିବା ପରେ ଆପଣ ନିଶ୍ଚିତ କହିବେ ଭୁଲ କାହାର। ମା” ଏ ସ୍ୱାର୍ଥପର ଦୁନିଆରେ ସେ ହିଁ କେବଳ ନିଃସ୍ୱାର୍ଥପର ଭଲ ପାଇବା ଦେଇ ପାରେ। ମା ଅନ୍ଧ ଭଳି ଭଲ ପାଇବା ଓଜାଡ଼ି ଦିଏ। ଆଉ ଯଦି କୁହାଯାଏ ପ୍ରେମ ଅନ୍ଧ ତେବେ ତାହା କେବଳ ମା ପାଖରେ ପ୍ରର୍ଯ୍ୟୁଯ୍ୟ। କାରଣ ମା ଦଶ ମାସ ଦଶ ଦିନ ତା ଛୁଆକୁ ପେଟରେ ଧାରଣ କରେ ଆଉ ତାକୁ ନ ଦେଖିବି ଭଲ ପାଇଥାଏ ମା। ମା ତା ଛୁଆକୁ କେବେ ହେଲେ ଏକା କରି ଛାଡି ଚାଲିଯାଏ ନାହିଁ।
ଏକ ଜଙ୍ଗଲରେ ହରିଣ ଟିଏ ଗର୍ଭବତୀ ଥିଲା ସେ ଅନେକ କଷ୍ଟ ଯତ୍ନଣା ସହି ଏକ ସୁନ୍ଦର ଛୁଆକୁ ଜନ୍ମ ଦେଇଥିଲା। ଛୁଆଟିଏ ମାକୁ କହୁଥିଲା ମା ତୁ ସତରେ କେତେ ଭଲ ତୁ ଅନେକ କଷ୍ଟ ସହି ମତେ ଏ ଦୁନିଆକୁ ଆଣିଲୁ ଆଉ ମତେ ଏ ସୁନ୍ଦର ପୃଥିବୀରେ ଏକ ସଦସ୍ୟ କଲୁ। ମା ତୋ ଋଣ ମୁଁ କେବେ ସୁଝି ପାରିବିନି ଆଉ ଏମିତିରେ ବି ମା ଋଣ କେହି କେବେ ସୁଝି ପାରି ନଥାନ୍ତି। ମା ମୁଁ ସବୁବେଳେ ତୋ ସାଥିରେ ରହିବି। ମୁଁ ସବୁବେଳେ ତୋ କଥା ମାନିବି ଆଉ ମୁଁ ସବୁବେଳେ ତୋ ପାଖରେ ଛାଇ ହୋଇ ରହିଥିବି। ଯେତେ ବିପଦ ଆସିଲେ ତୁ ମତେ କେବେ ଏକା ଛାଡି ଯିବୁନି ମା କାରଣ ଏ ଦୁନିଆ ଭିତରେ ତୋର କୋଳ ମତେ ସ୍ୱର୍ଗ ସୁଖ ଦେଉଛି।
ନୂଆ ନୂଆ ଦୁନିଆକୁ ଆସି କୁଆଁ କୁଆଁ ହୋଇ ହରିଣ ଛୁଆଟି ମାର କୋଳରେ ବସି ଏମିତି କିଛି ଭାବୁଥିଲା ମା କହୁଥିଲା ମନେ ମନେ କେଉଁ ମା କଣ କେବେ ଜାଣି ଜାଣି ତା ଛୁଆକୁ ଏକା କରି ପାରେ। ଠିକ ଏହି ସମୟରେ ଏକ ବିରାଟ ବାଘ ଟିଏ ଧାଇଁ ଆସୁଥିଲା ମା ଓ ଛୁଆଙ୍କ ନିକଟକୁ। ମା ଜାଣିସାରିଥିଲା ଯଦି ଦୁହେଁ ସେହିଠାରେ ରହିବେ ତେବେ ଦୁହିଁଙ୍କର ମୃତ୍ୟୁ ହେବ। ମା ଜାଣିଥିଲା ଏ ମହାବଳ ବାଘ ଠାରୁ ସେ ହୁଏତ ନିଜକୁ ରକ୍ଷା କରି ପାରେ ମାତ୍ର ଛୁଆକୁ ଯେତେ ଚେଷ୍ଟା କଲେ ବି ରକ୍ଷା କରାଇ ପାରିବ ନାହିଁ। ତେଣୁ କାଳ ବିଳମ୍ବ ନକରି ମୃତ୍ୟୁ ଆଗରେ ଛୁଆକୁ ଏକା ଛାଡି ମା ଧାଇଁ ବାକୁ ବାଧ୍ୟ ହୋଇଥିଲା।
ହରିଣ ଛୁଆଟି ମା ଆଡକୁ ଚାହିଁ କହୁଥିଲା ମା ତୁ ମତେ ଛାଡି ଚାଲିଗଲୁ ତୁ ମା ନା ରାକ୍ଷାସୀ ତୁ କଣ ପାଇଁ ମତେ ଏକା ମରଣ ମୁହଁରେ ଛାଡି ଚାଲିଗଲୁ। ଏଇତ ଏବେ ଏବେ ଦୁନିଆର ଆଲୋକ ଦେଖାଇ ଥିଲୁ ହେଲେ ପୁଣି ସବୁଦିନ ପାଇଁ ମତେ ମରଣ ମୁହଁକୁ ଠେଲି ନିଜେ ଏତେ ସ୍ୱାର୍ଥପର ହୋଇଗଲୁ।
ହେଲେ ଭୁଲ କାହାର ମା କଣ କରିଥାନ୍ତା ମହାବଳ ବାଘ ପାଖରୁ ମା କଣ ତା ଛୁଆକୁ ରକ୍ଷା କରି ପାରିଥାନ୍ତା ?