ମା ଝିଅ ଭଗବାନ ସାଜି ଟ୍ରାଫିକ୍ ପୋଲିସଙ୍କ ଜୀବନ ବଞ୍ଚାଇଲେ : ଦେଖନ୍ତୁ ଭିଡିଓ

ଭଗବାନ ଅଛନ୍ତି ବୋଲି ଆଜିବି ଲୋକ ବିଶ୍ଵାସ କରନ୍ତି। ଭଗବାନ ସବୁଠାରେ ବିରାଜ ମାନ। ଏହି ବିଶ୍ଵାସକୁ ଭରଷା କରି କିଛି ଲୋକ ନିଜ ଭିତର ଭଗବାନଙ୍କୁ ଦେଖନ୍ତି ତ କିଛି ଲୋକ ଭଗବାନଙ୍କୁ ବିଶ୍ୱାସ ମଧ୍ୟ କରନ୍ତିନି। ଏହି ଭିଡିଓରେ ଆପଣମାନେ ଦେଖିବେ କିଛି ଲୋକଙ୍କର ଈଶ୍ୱର ସତ୍ୱା ମରିଯାଇଛି।

ଉଦୁଉଦିଆ ଖରା ବେଳ, ରାସ୍ତା ଘାଟ ସବୁ ଶୁନଶାନ୍। ରାସ୍ତାରେ ଅଳ୍ପ କେତେଟା ଗାଡି ଯାଉଛି। ଏତେ ବଡ଼ ଘରରେ ଛିଡ଼ାହୋଇ ନିଜ କର୍ତ୍ତବ୍ୟ କରୁଛନ୍ତି ଟ୍ରାଫିକ୍ ପୋଲିସ୍। ପୋଲିସ୍ ଜଣଙ୍କ ଖରା ସହି ନପାରି ରାସ୍ତାରେ ଅପଟ ସେପଟ ହେଇଛନ୍ତି। ପୋଲିସଙ୍କ ଆବଭାବ କୁ କେହି ଦେଖି ପାରୁ ନାହାଁନ୍ତି କିନ୍ତୁ କାନ୍ଥରେ ଲାଗିଥିବା ସିସି ଟିଭି ରେ ସବୁ ରେକର୍ଡ ହେଉଛି। ଏଠି ଆପଣ କିଛି ଅମଣିଷଙ୍କୁ ଦେଖି ପାରିବେ କିଏ ପୋଲିସଙ୍କୁ ଦେଖୁ ପାରୁନି ତ କିଏ କିଏ ଦେଖିକି ନ ଦେଖିଲା ପରି ଚାଲିଯାଉଛନ୍ତି। ହେଲେ କେହିବି ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁ ନାହାନ୍ତି।

କଥାରେ ଅଛି କିଛି ଭଲ ଲୋକଙ୍କ ପାଇଁ ଏ ଦୁନିଆ ଚାଲିଛି। ସେହି ବାଟ ଦେଇ ସ୍କୁଟିରେ ମା ଝିଅ ଯାଉଥିଲେ। ପ୍ରଥମେ ଛୋଟ ଝିଅଟି ପୋଲିସଙ୍କୁ ଦେଖିଲା। ସେ ଜୋରେ ପାଟିକରି କହିଲା ମା ସେଠି ପୋଲିସ୍ ବାବୁ ତଳେ ପଡିଛନ୍ତି। ତାଙ୍କ ମା ଜଲଦି ଗାଡ଼ି ବୁଲାଇ ସେଠାକୁ ଆସିଲେ। ଏବଂ ଟ୍ରାଫିକ ପୋଲିସଙ୍କ ମୁହଁରେ ପାଣି ଚିଞ୍ଚି ତାଙ୍କ ଚେତା ଫେରାଇ ଆଣିବା ପାଇଁ ଚେଷ୍ଟା କଲେ। କିଛି ସମୟ ପରେ ଚେତା ପାଇଲେ ପୋଲିସ ବାବୁ।

ସମସ୍ତେ କୁହନ୍ତି ଜଣେ ସାଧାରଣ ମଣିଷ କେବେ ଈଶ୍ୱର ହେଇ ପାରିବନି। କିନ୍ତୁ ସେଇ ଈଶ୍ୱର ମଣିଷକୁ ଭଗବାନ ହେବା ପାଇଁ ଅବସର ଦେଇଥାନ୍ତି। କିଛି ଲୋକ ଏ କଥା ବୁଝିପାରନ୍ତି କିନ୍ତୁ ଆଉ କିଛି ମୂର୍ଖ ଲୋକ ଏ କଥା ବୁଝିବା ଦୂରର କଥା ସେମାନେ ଏ ବିଷୟରେ ଶୁଣିବାକୁ ମଧ୍ୟ ଚାହାଁନ୍ତି ନାହିଁ। ସୋସିଆଲ ମିଡିଆରେ ଭାଇରାଲ ହେଈଥିବା ଏଇ ଭିଡିଓ ଟି କେବଳ ଏତିକି ଜଣେଇ ଦଉଛି ଯେ ଆଜିବି ମଣିଷ ମନରେ ମାନବିକତା ବଞ୍ଚିଛି।

Leave a Reply

Your email address will not be published. Required fields are marked *